କାମ ଦେଲାନି ମୋଦି ମ୍ୟାଜିକ୍‌: ପରାଜୟର କାରଣ ଖୋଜୁଛି ଭାଜପା

ଢେଙ୍କାନାଳ ଅଫିସ, ୨୭।୫: ଢେଙ୍କାନାଳ ଲୋକ ସଭା ଆସନରେ ପୁଣି ବିଫଳ ହୋଇଛି ଭାଜପା। ବ୍ୟାପକ ପ୍ରଚାର ସତ୍ତ୍ୱେ ଦଳର ସବୁ ରଣନୀତି ଫେଲ୍‌ ମାରିଛି। ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନ ପୁଣି ଥରେ ବିଜେଡି ଖାତାକୁ ଯିବା ପରେ ଦଳୀୟ ଶିବିରରେ ଖେଳିଯାଇଛି ନିରାଶା। ଏପରି ବିପର୍ଯ୍ୟୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ମାନସମନ୍ଥନ ଏବଂ ଚାଲିଛି ବିଫଳତାର କାରଣ ଖୋଜା।
ଏହି ଆସନରୁ ଲଗାତର ୩ଥର ବିଜୟୀ ହୋଇଥିବା ବିଜେଡିର ଅତ୍ୟତମ ହେଭିଓ୍ବେଟ ନେତା ତଥାଗତ ସତପଥୀ ଚଳିତ ନିର୍ବାଚନରୁ ଦୂରେଇ ରହିବା ପରେ ଭାଜପା ପାଇଁ ଜିତିବାର ସୁଯୋଗ ସୃଷ୍ଟି ହୋଇଥିଲା। ଏ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଦଳୀୟ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ପ୍ରଚାର ମଇଦାନରେ ଚମକ ଦେଖାଇଥିଲେ। ମୋଦି ସରକାରଙ୍କ ସଫଳତା ବଖାଣି ଭୋଟରଙ୍କ ନିକଟତର ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। କହିବାକୁ ଗଲେ ଏହି ସିଟ୍‌ ପାଇଁ ଦଳ ସମସ୍ତ ଶକ୍ତି ଖଟାଇଥିଲା। ତେବେ ଏଥିରେ ସଫଳତା ମିଳିପାରିନି। ବିଜୟ ତିଳକ ପିନ୍ଧିବାକୁ ଆଶାବାଦୀ ଦଳୀୟ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ପୁଣିଥରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କଠାରୁ ସେ ୩୫,୪୧୨ ଭୋଟରେ ପରାସ୍ତ ହୋଇଛନ୍ତି। ମୋଟ ୧୧ଲକ୍ଷ ୨୦ହଜାର ୨୬୮ ଭୋଟ ମଧ୍ୟରୁ ମହେଶଙ୍କୁ ୫ଲକ୍ଷ ୨୨ ହଜାର ୮୮୪ ଏବଂ ରୁଦ୍ରନାରାୟଣଙ୍କୁ ୪ଲକ୍ଷ ୮୭ହଜାର ୪୭୨ ଖଣ୍ଡ ଭୋଟ ମିଳିଛି।
ପରଜଙ୍ଗ, ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ରୁଦ୍ରନାରାୟଣ ଶାସକ ଦଳର ପ୍ରାର୍ଥୀଙ୍କଠାରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ଆସନରୁ ସେ ସର୍ବାଧିକ ଭୋଟ ମଧ୍ୟ ପାଇଥିଲେ। ୪,୮୬୦ ପୋଷ୍ଟାଲ ବାଲଟରୁ ମଧ୍ୟରୁ ୩,୪୯୪ ପଡ଼ିଥିଲା ରୁଦ୍ରନାରାୟଣଙ୍କ ଭାଗ୍ୟରେ। ହେଲେ ଅନ୍ୟ ୫ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଦ୍ୱାରା ସେ ଗ୍ରହଣୀୟ ହୋଇପାରିନାହାନ୍ତି, ଯାହା ତାଙ୍କ ପରାଜୟର ପ୍ରମୁଖ କାରଣ ବୋଲି କୁହାଯାଉଛି। ଢେଙ୍କାନାଳ ଲୋକ ସଭା ଆସନ ଭାଜପା ପାଇଁ ସ୍ବପ୍ନ ହୋଇରହିଛି। ରୁଦ୍ରନାରାୟଣ ଦୀର୍ଘବର୍ଷ ଧରି ଏହି ଆସନ ହାତେଇବାକୁ କସରତ ଚଳାଇଛନ୍ତି। ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ୍‌କୁ ପାଥେୟ କରି ସେ ବାଜିମାରିବେ ବୋଲି ଦମ୍ଭ ଦେଖାଇଥିଲେ। ହେଲେ ଏଥର ବି ଭାଗ୍ୟ ତାଙ୍କର ସାଥ୍‌ ଦେଇନି।
ସେହିପରି ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୦୦୦ ନିର୍ବାଚନରେ ଢେଙ୍କାନାଳ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ସେ ଲଗାତର ଏଠାରୁ ପ୍ରାର୍ଥୀ ହୋଇ ଆସୁଥିଲେ ମଧ୍ୟ ସବୁଥର ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଚଳିତ ଥର ତାଙ୍କୁ ମାତ୍‌ ଦେଇଛନ୍ତି ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ।
ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନରେ ଭାଜପା ସ୍ରୋତ ପ୍ରବାହିତ ହେଉଥିଲା। ଏହି ଆସନରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଡା. ନୃସିଂହ ଚରଣ ସାହୁ ଏବଂ ଭାଜପା ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତେବେ ୨୦୧୪ର ଫଳାଫଳ ଚଳିତ ନିର୍ବାଚନରେ ମଧ୍ୟ ପୁନରାବୃତ୍ତି ହୋଇଛି। ମାତ୍ର ୭୪୦ ଖଣ୍ଡ ଭୋଟରେ ବିଭୂତି ପରାଜୟବରଣ କରିଛନ୍ତି।
ହିନ୍ଦୋଳ ବିଧାନସଭା କ୍ଷେତ୍ରରେ ଚଳିତ ଥର ଭାଜପା ପ୍ରାର୍ଥୀ ବଦଳାଇଥିଲା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ତ୍ରିନାଥ ନାଏକଙ୍କ ପୁତ୍ର ଅଶୋକ ନାଏକଙ୍କୁ ବିଶ୍ୱାସକୁ ନେଇଥିଲା ଦଳ। ଅଶୋକଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ଭଉଣୀ ଅଞ୍ଜଳି ବେହେରା ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ତଥାପି ସେ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକଙ୍କଠାରୁ ୧୮ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି।
ସେହିପରି କାମାକ୍ଷାନଗର ବିଧାନସଭା ଆସନରେ ଭାଜପା ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଭୁବନ ବ୍ଲକ ଅଧ୍ୟକ୍ଷ ଶତ୍ରୁଘ୍ନ ଜେନା। ହେଲେ ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କଠାରୁ ସେ ପରାସ୍ତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥଙ୍କ ପାଇଁ ମାରାଥନ୍‌ ପ୍ରଚାର କରିଥିଲେ। ହେଲେ ଏହା ଭୋଟରଙ୍କୁ ପ୍ରଭାବିତ କରିପାରି ନ ଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।
ଏ ନେଇ ଜିଲା ଭାଜପା ସଭାପତି ବିଭୂତି କୁହନ୍ତି, ଜନାଦେଶକୁ ମୁଣ୍ଡପାତି ଗ୍ରହଣ କରିଛୁ। ବିଧାୟକ ପ୍ରାର୍ଥୀ ଅଧିକ ଭୋଟ ପାଇଥିଲେ ଦଳୀୟ ଏମ୍‌ପି ପ୍ରାର୍ଥୀ ସଫଳ ହୋଇଥାନ୍ତେ। ଫଳାଫଳକୁ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri