କାମ ଦେଲାନି ମୋଦି ମ୍ୟାଜିକ୍‌: ପରାଜୟର କାରଣ ଖୋଜୁଛି ଭାଜପା

ଢେଙ୍କାନାଳ ଅଫିସ, ୨୭।୫: ଢେଙ୍କାନାଳ ଲୋକ ସଭା ଆସନରେ ପୁଣି ବିଫଳ ହୋଇଛି ଭାଜପା। ବ୍ୟାପକ ପ୍ରଚାର ସତ୍ତ୍ୱେ ଦଳର ସବୁ ରଣନୀତି ଫେଲ୍‌ ମାରିଛି। ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନ ପୁଣି ଥରେ ବିଜେଡି ଖାତାକୁ ଯିବା ପରେ ଦଳୀୟ ଶିବିରରେ ଖେଳିଯାଇଛି ନିରାଶା। ଏପରି ବିପର୍ଯ୍ୟୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ମାନସମନ୍ଥନ ଏବଂ ଚାଲିଛି ବିଫଳତାର କାରଣ ଖୋଜା।
ଏହି ଆସନରୁ ଲଗାତର ୩ଥର ବିଜୟୀ ହୋଇଥିବା ବିଜେଡିର ଅତ୍ୟତମ ହେଭିଓ୍ବେଟ ନେତା ତଥାଗତ ସତପଥୀ ଚଳିତ ନିର୍ବାଚନରୁ ଦୂରେଇ ରହିବା ପରେ ଭାଜପା ପାଇଁ ଜିତିବାର ସୁଯୋଗ ସୃଷ୍ଟି ହୋଇଥିଲା। ଏ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଦଳୀୟ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ପ୍ରଚାର ମଇଦାନରେ ଚମକ ଦେଖାଇଥିଲେ। ମୋଦି ସରକାରଙ୍କ ସଫଳତା ବଖାଣି ଭୋଟରଙ୍କ ନିକଟତର ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। କହିବାକୁ ଗଲେ ଏହି ସିଟ୍‌ ପାଇଁ ଦଳ ସମସ୍ତ ଶକ୍ତି ଖଟାଇଥିଲା। ତେବେ ଏଥିରେ ସଫଳତା ମିଳିପାରିନି। ବିଜୟ ତିଳକ ପିନ୍ଧିବାକୁ ଆଶାବାଦୀ ଦଳୀୟ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ପୁଣିଥରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କଠାରୁ ସେ ୩୫,୪୧୨ ଭୋଟରେ ପରାସ୍ତ ହୋଇଛନ୍ତି। ମୋଟ ୧୧ଲକ୍ଷ ୨୦ହଜାର ୨୬୮ ଭୋଟ ମଧ୍ୟରୁ ମହେଶଙ୍କୁ ୫ଲକ୍ଷ ୨୨ ହଜାର ୮୮୪ ଏବଂ ରୁଦ୍ରନାରାୟଣଙ୍କୁ ୪ଲକ୍ଷ ୮୭ହଜାର ୪୭୨ ଖଣ୍ଡ ଭୋଟ ମିଳିଛି।
ପରଜଙ୍ଗ, ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ରୁଦ୍ରନାରାୟଣ ଶାସକ ଦଳର ପ୍ରାର୍ଥୀଙ୍କଠାରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ଆସନରୁ ସେ ସର୍ବାଧିକ ଭୋଟ ମଧ୍ୟ ପାଇଥିଲେ। ୪,୮୬୦ ପୋଷ୍ଟାଲ ବାଲଟରୁ ମଧ୍ୟରୁ ୩,୪୯୪ ପଡ଼ିଥିଲା ରୁଦ୍ରନାରାୟଣଙ୍କ ଭାଗ୍ୟରେ। ହେଲେ ଅନ୍ୟ ୫ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଦ୍ୱାରା ସେ ଗ୍ରହଣୀୟ ହୋଇପାରିନାହାନ୍ତି, ଯାହା ତାଙ୍କ ପରାଜୟର ପ୍ରମୁଖ କାରଣ ବୋଲି କୁହାଯାଉଛି। ଢେଙ୍କାନାଳ ଲୋକ ସଭା ଆସନ ଭାଜପା ପାଇଁ ସ୍ବପ୍ନ ହୋଇରହିଛି। ରୁଦ୍ରନାରାୟଣ ଦୀର୍ଘବର୍ଷ ଧରି ଏହି ଆସନ ହାତେଇବାକୁ କସରତ ଚଳାଇଛନ୍ତି। ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ୍‌କୁ ପାଥେୟ କରି ସେ ବାଜିମାରିବେ ବୋଲି ଦମ୍ଭ ଦେଖାଇଥିଲେ। ହେଲେ ଏଥର ବି ଭାଗ୍ୟ ତାଙ୍କର ସାଥ୍‌ ଦେଇନି।
ସେହିପରି ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୦୦୦ ନିର୍ବାଚନରେ ଢେଙ୍କାନାଳ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ସେ ଲଗାତର ଏଠାରୁ ପ୍ରାର୍ଥୀ ହୋଇ ଆସୁଥିଲେ ମଧ୍ୟ ସବୁଥର ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଚଳିତ ଥର ତାଙ୍କୁ ମାତ୍‌ ଦେଇଛନ୍ତି ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ।
ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନରେ ଭାଜପା ସ୍ରୋତ ପ୍ରବାହିତ ହେଉଥିଲା। ଏହି ଆସନରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଡା. ନୃସିଂହ ଚରଣ ସାହୁ ଏବଂ ଭାଜପା ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତେବେ ୨୦୧୪ର ଫଳାଫଳ ଚଳିତ ନିର୍ବାଚନରେ ମଧ୍ୟ ପୁନରାବୃତ୍ତି ହୋଇଛି। ମାତ୍ର ୭୪୦ ଖଣ୍ଡ ଭୋଟରେ ବିଭୂତି ପରାଜୟବରଣ କରିଛନ୍ତି।
ହିନ୍ଦୋଳ ବିଧାନସଭା କ୍ଷେତ୍ରରେ ଚଳିତ ଥର ଭାଜପା ପ୍ରାର୍ଥୀ ବଦଳାଇଥିଲା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ତ୍ରିନାଥ ନାଏକଙ୍କ ପୁତ୍ର ଅଶୋକ ନାଏକଙ୍କୁ ବିଶ୍ୱାସକୁ ନେଇଥିଲା ଦଳ। ଅଶୋକଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ଭଉଣୀ ଅଞ୍ଜଳି ବେହେରା ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ତଥାପି ସେ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକଙ୍କଠାରୁ ୧୮ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି।
ସେହିପରି କାମାକ୍ଷାନଗର ବିଧାନସଭା ଆସନରେ ଭାଜପା ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଭୁବନ ବ୍ଲକ ଅଧ୍ୟକ୍ଷ ଶତ୍ରୁଘ୍ନ ଜେନା। ହେଲେ ବିଜେଡିର ଅନ୍ୟତମ ହେଭିଓ୍ବେଟ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କଠାରୁ ସେ ପରାସ୍ତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥଙ୍କ ପାଇଁ ମାରାଥନ୍‌ ପ୍ରଚାର କରିଥିଲେ। ହେଲେ ଏହା ଭୋଟରଙ୍କୁ ପ୍ରଭାବିତ କରିପାରି ନ ଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।
ଏ ନେଇ ଜିଲା ଭାଜପା ସଭାପତି ବିଭୂତି କୁହନ୍ତି, ଜନାଦେଶକୁ ମୁଣ୍ଡପାତି ଗ୍ରହଣ କରିଛୁ। ବିଧାୟକ ପ୍ରାର୍ଥୀ ଅଧିକ ଭୋଟ ପାଇଥିଲେ ଦଳୀୟ ଏମ୍‌ପି ପ୍ରାର୍ଥୀ ସଫଳ ହୋଇଥାନ୍ତେ। ଫଳାଫଳକୁ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri