୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆ (ଇଡ୍‌କୋ ଗ୍ରାଉଣ୍ଡ୍‌)ରେ ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମଥର ଶପଥଗ୍ରହଣ ଉତ୍ସବ ରାଜଭବନ ବାହାରେ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ରାଜ୍ୟ ତଥା ବାହାରୁ ୫ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁ ଶିଳ୍ପପତି, କଳାକାର ତଥା ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା ପ୍ରକାଶ ପାଇଛି। ରବିବାର ସକାଳେ ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ସହ ବିଡିଏ କମିଶନର ଓ ଭୁବନେଶ୍ୱର ଡିସିପି ଉପସ୍ଥିତ ରହି ଆଲୋଚନା କରିଛନ୍ତି।
ଡିଜିପିଙ୍କ ସୂଚନାନୁସାରେ, ଶପଥ ଗ୍ରହଣ ଉତ୍ସବର ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଦିଆଯାଇଥିବାବେଳେ ଡିଜିପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ପଡିଆ ବାହାର ଓ ଭିତରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ଶହ ଅଫିସର ନିୟୋଜିତ ହେବେ। ଉତ୍ସବକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡାକଡି ଯାଞ୍ଚ କରାଯିବ। ଖୋଲା ପଡିଆରେ କାର୍ଯ୍ୟକ୍ରମ ହେଉଥିବାରୁ ଚତୁର୍ପାର୍ଶ୍ୱରେ ରହିଥିବା ଉଚ୍ଚ କୋଠାରେ ବନ୍ଧୁକଧାରୀ ପୋଲିସ ଜଗି ରହିବେ। ପଡିଆ ଉପରେ କୌଣସି ଡ୍ରୋନ୍‌ କିମ୍ବା ଅନ୍ୟ କିଛି ସନ୍ଦେହଜନକ ଜିନିଷ ଦେଖିଲେ ତୁରନ୍ତ ଗୁଳି କରି ଉଡାଇ ଦେବେ। ପଡିଆ ଚାରିପଟେ ଏକାଧିକ ଡ୍ରୋନ କ୍ୟାମେରା ଲଗାଯିବ। ଏହାର କଣ୍ଟ୍ରୋଲ ରୁମ୍‌ ପଡିଆ ଭିତରେ ରହିବ। ଅତିରିକ୍ତ ଡିସିପି ର଼୍ୟାଙ୍କ୍‌ର ୨ ଜଣ ପୋଲିସ ଅଫିସର କଣ୍ଟ୍ରୋଲ ରୁମ୍‌ରେ ରହି ସିସିଟିଭି ଫୁଟେଜ ଉପରେ ନଜର ରଖିବେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଡିସିପି କିମ୍ବା ଅନ୍ୟ ବରିଷ୍ଠ ପୋଲିସ ଅଫିସରଙ୍କୁ ଜଣାଇବେ।
ସେହିପରି ଉତ୍ସବ ଦିନ ଟ୍ରାଫିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥିବାରୁ ପ୍ରଦର୍ଶନୀ ପଡିଆକୁ ସଂଯୋଗ ରାସ୍ତାରେ ଯାତାୟାତ ଉପରେ କଟକଣା ଲଗାଯିବ। ରବୀନ୍ଦ୍ର ମଣ୍ଡପ ନିକଟରୁ ବୁଦ୍ଧମନ୍ଦିର ଛକ ଓ ସେଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯିବ। ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତା ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଗାଡି ପାର୍କିଂ କରାଯିବାକୁ ସ୍ଥିର କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଗୋଇନ୍ଦା ପୋଲିସକୁ ସଜାଗ ରହିବାକୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ ବୋଲି ଡିଜିପି ସୂଚନା ଦେଇଛନ୍ତି।
ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଶପଥ ଗ୍ରହଣ ଉତ୍ସବରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ସବକୁ କେବଳ ପାସ୍‌ଧାରୀ ବ୍ୟକ୍ତି ଯାଇପାରିବେ। ସେମାନେ ପାସ୍‌ ଦେଖାଇବା ପରେ ଯାଞ୍ଚ କରାଯାଇ ପଡିଆ ଭିତରକୁ ପ୍ରବେଶ ପାଇଁ ସୁଯୋଗ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?