ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ ବଦଳି କରାଯାଇଥିବା ପ୍ରତିବାଦରେ ମଙ୍ଗଳବାର ଜେନ୍ ଆଲଫା ଛାତ୍ରୀଛାତ୍ର,ପୂର୍ବତନ ସରପଞ୍ଚ କୈଳାସ ଷଡଙ୍ଗୀ,ସରପଞ୍ଚ ସୀତାରାମ ସେଠୀ,ସମିତି ସଭ୍ୟ ବାସୁଦେବ ସେଠୀ, ସୁନୀତା ସାହୁ, ଆପନା ପ୍ରଧାନ,ସ୍କୁଲ ପରିଚାଳନା କମିଟି ସଭାପତି ମୀନକେତନ ସାହୁ,ପୂର୍ବତନ ସଭାପତି ସୁଶାନ୍ତ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ  ବହୁ ସଂଖ୍ୟକ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଉକ୍ତ ସ୍କୁଲରେ ଆବଶ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ କେଉଁ କାରଣରୁ ବଦଳି କରାଗଲା ଅଭିଭାବକ ବୃନ୍ଦ ପ୍ରଧାନଶିକ୍ଷୟତ୍ରୀ ରଶ୍ମିତା ଶବରଙ୍କୁ  ପ୍ରଶ୍ନ କରିଥିଲେ। କେ.ନୂଆଗାଁ ଥାନା ଏଏସଆଇ ସୁବାସ ଚନ୍ଦ୍ର ବାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି  ଉତ୍ତେଜିତ ଅଭିଭାବକ ମାନଙ୍କୁ ବୁଝାଶୁଝା କରୁଥିବା ବେଳେ ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ସେଠାରେ ପହଞ୍ଚି ହୋ ହଲ୍ଲା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏନେଇ ପଚାରିବାରୁ ସ୍କୁଲ ରେ ୧ମ ଶ୍ରେଣୀ ରେ ୨୯ ଛାତ୍ରୀ ଛାତ୍ର ପାଠ ପଢୁଛନ୍ତି। ସେହିପରି ୨ ୟ ଶ୍ରେଣୀ ରେ ୧୬,୩ ୟ ଶ୍ରେଣୀ ରେ ୩୨,୪ର୍ଥ ରେ ୩୪,୫ମ ରେ ୨୯, ୬ଷ୍ଠ ରେ ୫୩,୭ମ ରେ ୬୧ ଏବଂ ୮ମ ଶ୍ରେଣୀରେ ୫୦ ସମୁଦାୟ ୩୨୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପୂର୍ବରୁ ସ୍କୁଲ ରେ ୯ ଶିକ୍ଷୟତ୍ରୀ ଶିକ୍ଷକ ନିଯୁକ୍ତ ଥିବା ବେଳେ ୨ ଜଣ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେଶନ ରେ ବଦଳି କରାଯାଇଥିବା ବେଳେ ପୁଣି ଥରେ ଶିକ୍ଷକ ଭାଗବତ ପ୍ରସାଦ ନାୟକ ଙ୍କୁ ବଦଳି କରାଯାଇଥିବା ନେଇ ସେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚିଠି ପାଇଥିବା କହିଛନ୍ତି। ସୋମବାର ସ୍କୁଲ ରେ ରୋଷେୟା ନିଯୁକ୍ତ ପାଇଁ ଆଲୋଚନା ସଭା କରାଯାଇଥିଲା

ସ୍କୁଲ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସଭାରେ ସେ ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକଙ୍କୁ ବଦଳି କରାଯାଇଥିବା ଜାଣିବାକୁ ପାଇଥିଲେ।ତାଙ୍କ ଅଜାଣତରେ ଶିକ୍ଷକ ବଦଳି କରାଯାଇଥିବାରୁ ସଭାରେ ଉପସ୍ଥିତ ଏସଏମସି ସଭାପତି ଓ ସଭ୍ୟା ସଭ୍ୟ କ୍ଷୋଭ ପ୍ରକାଶ କରିବା ସହ ସଭା ଅଧାରୁ ସମସ୍ତେ ଉଠି ଚାଲିଯାଇଥିଲେ। ଏନେଇ ସ୍କୁଲ କମିଟି ସଭାପତି ମୀନକେତନ ସାହୁଙ୍କୁ ପଚାରିବାରୁ ସେ ଏବଂ କମିଟି ସଦସ୍ୟ ବୃନ୍ଦ ସୋମବାର ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପନ ମହାନ୍ତଙ୍କୁ ସାକ୍ଷାତ କରି ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏନେଇ କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆନ୍ଦୋଳନ କରାଯାଇଥିବା କହିଛନ୍ତି। ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସ୍କୁଲ ରେ ୯ ଜଣ ଶିକ୍ଷକ ଥିଲେ। ନିକଟସ୍ଥ ଚୌଧୁରୀ ଟିକରପଡ଼ା ଗ୍ରାମ ଅର୍ଦ୍ଦୁ.ପାତ୍ର ଏମ. ଇ ସ୍କୁଲ ରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ଅଛନ୍ତି। ଶତାଧିକ ଛାତ୍ରୀଛାତ୍ର ପଡୁଥିବାରୁ ଉକ୍ତ ସ୍କୁଲକୁ ଶିକ୍ଷକ ଭାଗବତ ପ୍ରସାଦ ନାୟକ ଙ୍କୁ ଅସ୍ଥାୟୀ ଭାବେ ଡେପୁଟେସନ୍ ରେ ବଦଳି କରାଯାଇଛି। ବ୍ଲକର ପ୍ରାୟ ସମସ୍ତ ସ୍କୁଲ ରେ ଆବଶ୍ୟକତା ତୁଳନାରେ କମ୍ ଶିକ୍ଷୟତ୍ରୀ ଶିକ୍ଷକ ନିଯୁକ୍ତ ଅଛନ୍ତି। ତେଣୁ ଛାତ୍ରୀଛାତ୍ରଙ୍କୁ ଅଭିଭାବକ ବୃନ୍ଦ ମତାଇ ସ୍କୁଲ ରେ ଆନ୍ଦୋଳନ କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି। ଅପରାହ୍ନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ,ବିଶ୍ରବା ପାଇକ ପହଞ୍ଚି ପୋଲିସ ଉପସ୍ଥିତିରେ ସ୍କୁଲ କମିଟି ଓ ଆନ୍ଦୋଳନକାରୀ ଅଭିଭାବକ ମାନଙ୍କ ସହ ସବିଶେଷ ଆଲୋଚନା କରି ଅତି ଶୀଘ୍ର ଦାବୀ ପୁରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସାମୟିକ ଭାବେ ପ୍ରତ୍ୟାହୃତ କରାଯାଇଥିବା କହିଛନ୍ତି

ସୂଚନା ଯୋଗ୍ୟ, ଗତ ଅଗଷ୍ଟ ୨୫ ତାରିଖରେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାଶୀବନ୍ଧ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିବାଶିଷ ଦାସଙ୍କୁ କନିଆ ସାହି ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ପ୍ରତିବାଦରେ ଜେନ୍ ଆଲଫା ଛାତ୍ରୀ ଛାତ୍ର ବୃନ୍ଦ ଅଭିଭାବକ ମାନଙ୍କ ସହାୟତାରେ ସ୍କୁଲ ଫାଟକ ରେ ତାଲା ପକାଇ ଆନ୍ଦୋଳନ କରିବା ପରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ପହଞ୍ଚି ଶିକ୍ଷକ ଙ୍କ ବଦଳି ବାତିଲ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ର ବୃନ୍ଦ ଆନ୍ଦୋଳନ ରୁ  ହଟିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?