Posted inଖେଳ

ଡନ ଗ୍ରାଣ୍ଡସ୍ଲାମ ଟେନିସ: ପ୍ରଥମ ରାଉଣ୍ଡରୁ ଓସାକା, ଜେଭରେଭଙ୍କ ବିଦାୟ

ଲଣ୍ଡନ, ୨।୭-ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ଓପନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରୁ ହାରି ବିଦାୟ ନେଇଛନ୍ତି ଦ୍ୱିତୀୟ ସିଡ୍‌ ଜାପାନର ନାଓମି ଓସାକା। କାଜାଖସ୍ତାନର ୟୁଲିଆ ପୁଟିନସେଭା ୭-୬(୭/୪), ୬-୨ ସେଟରେ ଓସାକାଙ୍କୁ ହରାଇ ପ୍ରତିଯୋଗିତାରେ ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେଜାଣ୍ଡର ଜେଭରେଭ ୬-୪, ୩-୬, ୨-୬, ୫-୭ ସେଟରେ ଚେକ୍‌ ରିପବ୍ଲିକର ଜେରି ଭାସେଲିଙ୍କଠାରୁ ହାରି ବିଦାୟ ନେଇଛନ୍ତି। ସର୍ବିୟାର ନୋଭାକ ଜୋକୋଭିଚ୍‌ ଓ ଦକ୍ଷିଣଆଫ୍ରିକାର କେଭିନ ଆଣ୍ଡରସନ ପ୍ରମୁଖ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ପ୍ରଥମ ରାଉଣ୍ଡରେ ଜର୍ମାନୀର କୋଲଶ୍ଚର୍ବରଙ୍କୁ ୬-୩, ୭-୫ ୬-୩ ସେଟରେ ପରାସ୍ତ କରିଛନ୍ତି। ସେହିପରି ଆଣ୍ଡରସନ ୬-୩, ୬-୪, ୬-୨ ସେଟରେ ପିଏରେ-ହ୍ୟୁଗ୍ସ ହର୍ବର୍ଟଙ୍କୁ ହରାଇ ଦେଇଛନ୍ତି। ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କା ୬୩, ୬-୨ ୬-୨ ସେଟରେ ରୁବେନ ବେମେଲମାନ୍ସଙ୍କୁ ପରାସ୍ତ କରିଛନ୍ତି।
ମହିଳା ସିଙ୍ଗଲ୍ସରେ ଆମେରିକାର ମାଡିସନ କିଜ୍‌ ୬-୩, ୬-୨ ସେଟ୍‌ରେ ଥାଇଲାଣ୍ଡର ଲୁକସିକା କୁମଖୁମ୍‌ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଲିନା ସ୍ବିତୋଲିନା ୭-୫, ୬-୦ରେ ଡାରିଆ ଗାଭ୍ରିଲୋଭାଙ୍କୁ, ସିମୋନା ହାଲେପ ୬-୪, ୭-୫ ସେଟ୍‌ରେ ଆଲେକସାଣ୍ଡ୍ରା ସାସ୍‌ନୋଭିଚ୍‌, ଆନାସ୍ତାସିଜା ସେବାତ୍ସୋଭା ୬-୩, ୬-୪ରେ କ୍ରିଷ୍ଟି ଆହନ, କାରୋଲିନା ପ୍ଲିସକୋଭା ୬-୨, ୭-୬(୭/୪) ସେଟ୍‌ରେ ଝୁ ଲିନ୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri