ଡକାୟତି ଅଭିଯୋଗରେ ୪ ଗିରଫ

ଦଶପଲ୍ଲା,୮।୧୧(ଡି.ଏନ.ଏ.): ଦଶପଲ୍ଲା ସହ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରୁ ଡକାୟତି ଅଭିଯୋଗରେ ସମ୍ପୃକ୍ତ ଥିବା ୩ଜଣ ଏବଂ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଏପରି ମୋଟ ୪ ଅଭିଯୁକ୍ତଙ୍କୁ ଦଶପଲ୍ଲା ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦଶପଲ୍ଲା ମୋଚିସାହିର ବାବୁରାମ ଦୋରା (୩୦), ହରିଡ଼ାବାରୀ ଗ୍ରାମର ସୁଦୀପ୍ତ ସାଥୁଆ (୨୩), ନାହାକପଡ଼ା ଗ୍ରାମର କାଳିଆ ବେହେରା (୨୫) ଏବଂ ଚୋରି ସାମଗ୍ରୀ ରଖିଥିବା ଦଶପଲ୍ଲା ସାତପାଟଣା ରୋଡ୍‌ର ଅନିଲ କୁମାର ଚିନାରା ଓରଫ ମୁନା।
ଦଶପଲ୍ଲା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ବିଶ୍ୱଜିତ ରାଉତ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗତ ୫ା୬ା୧୯ରେ ଶିକ୍ଷକ କୁଶ ମହାକୁଡ଼ଙ୍କ ଏକ ବାଇକ୍‌ ରାସ୍ତାରେ ଚୋରି ହୋଇଥିଲା। ସେହିପରି ଦଶପଲ୍ଲା ବ୍ଲକରେ କାର୍ଯ୍ୟରତ ଏପିଓ ଇତିଶ୍ରୀ ଦାଶଙ୍କ ଘରୁ ତା୨୮ା୯ରେ ସମସ୍ତ ସାମଗ୍ରୀ ଚୋରି ହୋଇଥିଲା। ଦୁଇଟି ଚୋରି ଅଭିଯୋଗ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଚୋରମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏଥିସହ ସମ୍ପୃକ୍ତ ଚୋରମାନେ ଶାଳିଆଗୋଛା ଠାରୁ ଜଣେ ଗାଡି ଡ୍ରାଇଭରଙ୍କୁ ମାଡ଼ ମାରି ୧୦ ହଜାର ଟଙ୍କା ଲୁଟ୍‌, ଏକ ବାଇକ୍‌ ଚାଳକଙ୍କୁ ମାଡ଼ମାରି ବାଇକ୍‌ ଲୁଟ୍‌ କରିନେବା ପ୍ରଭୃତିରେ ସମ୍ପୃକ୍ତ ଥିବା ଜଣାଯାଇଛି। ବାବୁରାମ ଚୋରି କରି ଭୁବନେଶ୍ୱର ପଳାଇବା ପରେ ତାଙ୍କୁ ଭୁବନେଶ୍ୱର ଠାରୁ ଗିରଫ କରାଯାଇଥିଲା। ସେହିପରି ସୁଦୀପ୍ତଙ୍କୁ ତାମିଲନାଡୁରୁ ଓ କାଳିଆଙ୍କୁ ହରିଓମ୍‌ ପାହାଡ଼ ଠାରୁ ଗିରଫ କରାଯାଇଥିଲା।
ସେହିପରି ଅନିଲ ଓରଫ ମୁନାଙ୍କୁ ଦୁର୍ଗାବଜାରସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ଦୁଇଟି ବାଇକ, ୧ଟି ହାର, ଲାପଟପ୍‌, କ୍ୟାମେରା ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରେ ଚୋରି ସହ ସମ୍ପୃକ୍ତ ଥିବା ପୋଲିସ ପ୍ରକାଶ କରିଛି। ଖବରଦାତା ସମ୍ମିଳନୀରେ ଆଇଆଇସି, ସେକେଣ୍ଡ ଅଫିସର ସୁବାସ ଚନ୍ଦ୍ର ଚମ୍ପତ୍ତି, ଚକ୍ରଧର ସିଂ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନର ତାଲା ଭାଙ୍ଗି ଟଙ୍କା, ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଛତ୍ରପୁର,୧।୬(ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ଲୋୟର ବସ ଷ୍ଟାଣ୍ଡଠାରେ ସୋମବାର ଭୋରରୁ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି କରିବା ଖବର…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri