Posted inଖେଳ

ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ…

ନୂଆଦିଲ୍ଲୀ, ୨୧।୪ (ପି.ଟି.)- କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍‌ଖା ସିଂଙ୍କ ଝିଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂଙ୍କ ବଡ଼ ଭଉଣୀ ନ୍ୟୁୟର୍କରେ ଏକ ‘ମାରାଥନ’ରେ ସାମିଲ ହୋଇଛନ୍ତି। କିନ୍ତୁ ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ। ସେ ହେଉଛନ୍ତି ମୋନା ମିଲ୍‌ଖା ସିଂ। ନ୍ୟୁୟର୍କସ୍ଥିତ ମେଟ୍ରୋପଲିଟାନ ହସ୍ପିଟାଲ ସେଣ୍ଟରରେ ଜଣେ ଡାକ୍ତରଭାବେ କାର୍ଯ୍ୟକରୁଛନ୍ତି। କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କର ସେ ଚିକିତ୍ସା କରୁଛନ୍ତି। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଥିବାବେଳେ ତନ୍ମଧ୍ୟରେ କେବଳ ଆମେରିକାରୁ ୪୦,୦୦୦ ରୁ ଅଧିକ ରହିଛନ୍ତି। ମୋନା ହସ୍ପିଟାଲର ଏମରଜେନ୍ସି ରୁମ୍‌ରେ କାର୍ଯ୍ୟରତ। କରୋନା ଭାଇରସ୍‌ ଲକ୍ଷଣ ଥିବା କୌଣସି ବ୍ୟକ୍ତି ମେଟ୍ରୋପଲିଟାନ ହସ୍ପିଟାଲ ସେଣ୍ଟର ଆସିଲେ ତାର ସେ ଆଶୁ ଚିକିତ୍ସା କରିଥାନ୍ତି। କୃତ୍ରିମ ଭେଣ୍ଟିଲେଟର ଜରିଆରେ ରୋଗୀକୁ ସ୍ଥିର ଅବସ୍ଥାକୁ ଆଣିବା ପରେ ତାକୁ କ୍ୱାରାଣ୍ଟାଇନ୍‌ ଓ୍ବାର୍ଡକୁ ପଠାଇ ଦିଆଯାଇଥାଏ ୪ଥର ୟୁରୋପିଆନ ଟୁର୍‌ ଚାମ୍ପିୟନ ମୋନାଙ୍କ ଭାଇ ଜିଭ୍‌ ପ୍ରକାଶ କରିଛନ୍ତି। ୫୪ ବର୍ଷୀୟା ମୋନା ୯୦ ଦଶକରେ ଆମେରିକା ଯିବା ପୂର୍ବରୁ ପଟିଆଲା ମେଡିକାଲ କଲେଜରେ ପାଠ୍ୟକ୍ରମ ଶେଷ କରିଥିଲେ। ସେଠାରେ ସେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି। ଜୀଭ୍‌ କହିଛନ୍ତି, ତାଙ୍କ ଭଉଣୀ ପ୍ରତିଦିନ ଏକ ମାରାଥନ ଦୌଡ଼ୁଛନ୍ତି କହିଲେ ଚଳେ। ସପ୍ତାହକୁ ୫ ଦିନ ଧରି ଦିନ ବେଳେବେଳେ ରାତି ଶିଫ୍ଟରେ କାର୍ଯ୍ୟ କରିବାକୁ ହେଉଛି। ୧୨ ଘଣ୍ଟିଆ ଶିଫ୍ଟ କାର୍ଯ୍ୟ କରିବା ସହଜ କଥା ନୁହେଁ। ହେଲେ ଏହିୁ କାର୍ଯ୍ୟକୁ ନେଇ ମୁଁ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ,, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri