ଟ୍ରକ୍‌ ଭଡ଼ାକରି ନିଜ ରାଜ୍ୟକୁ ଗଲେ ଯାଯାବର

କୋରୁକୋଣ୍ଡା,୨୯ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିର ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ମଧ୍ୟପ୍ରଦେଶର ୫ଟି ପରିବାରର ୨୪ ଜଣ ସଦସ୍ୟ ଯାଯାବର ଜୀବନ ବିତାଉଥିଲେ। ସେମାନେ ଲୁହା ସାମଗ୍ରୀ ଯଥା-ପନିକି,ଦା, କଟୁରି, କୁରାଢ଼ି ଆଦି ପ୍ରସ୍ତୁତକରି ଜିଲାର ବିଭିନ୍ନ ଅଞ୍ଚଳ ବୁଲି ବିକ୍ରି କରି ଚଳୁଥିଲେ। ଏଥର ସେମାନେ ଗତ ୫ମାସ ତଳେ ବାଲିମେଳାକୁ ଆସି ରହିଥିଲେ। ତେବେ ଲକ୍‌ଡାଉନ ଯୋଗୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ। ଏ ସମ୍ପର୍କରେ ପ୍ରଶାସନ ଜାଣିବା ପରେ ସେମାନଙ୍କୁ ୧୨ ନମ୍ବର ଓ୍ବାର୍ଡରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରି ଚଳିବା ପାଇଁ ରାଶନ ସାମଗ୍ରୀ ଯୋଗାଇ ଦେଇଥିଲା। ସେମାନଙ୍କ ଅନୁରୋଧକ୍ରମେ ଲକ୍‌ଡାଉନ ପରେ ସେମାନଙ୍କ ଫେରିବା ବ୍ୟବସ୍ଥା କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବସରରେ ସରକାର ଅନେକ କ୍ଷେତ୍ରରେ କୋହଳ କରିବା ସହ ଟ୍ରେନ୍‌ ଚଳାଚଳ କରିବାରୁ ଏହି ଯାଯାବର ପରିବାରଙ୍କୁ ନିଜ ରାଜ୍ୟକୁ ପଠାଇବା ଲାଗି ପ୍ରଶାସନ ଚିନ୍ତା କରିଥିଲା। ଏନ୍‌ଏସି ପକ୍ଷରୁ ଜୁନ୍‌ ୧ରେ ଯିବାପାଇଁ ସେମାନଙ୍କ ଟ୍ରେନ୍‌ ଟିକେଟ କରାଯାଇଥିଲା। ମାତ୍ର ସେମାନେ ସେମାନଙ୍କ ସମସ୍ତ ସାମଗ୍ରୀ ଧରି ଟ୍ରେନ୍‌ ଯୋଗେ ଯାଇପାରିବେ ନାହିଁ ବୋଲି ମନା କରିଥିଲେ। ପରେ ସେମାନେ ନିଜ ଟଙ୍କାରେ ଏକ ଟ୍ରକ୍‌ ଭଡ଼ା କରି ଗୁରୁବାର ନିଜ ରାଜ୍ୟକୁ ଫେରିଛନ୍ତି। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପଚାରିବାରୁ ସେ କହିଲେ ଯେ, ଯାଯାବର ପରିବାରଙ୍କ ଟ୍ରେନ ଯୋଗେ ଯିବା ପାଇଁ ଟିକେଟ କରାଯାଇଥିଲା। ତେବେ ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ଟ୍ରକ୍‌ ଭଡ଼ାକରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri