ଟ୍ରକ୍‌ ଡ୍ରାଇଭରଙ୍କ ପାଇଁ ୨୨୩ ଢାବା ଖୋଲିବାକୁ ଅନୁମତି

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ସକାଶେ ଲକ୍‌ଡାଉନ ଜାରି ଥିବା ସତ୍ତ୍ୱେ ଜରୁରିକାଳୀନ ସେବାରେ ଏବଂ ମାଲ ପରିବହନରେ ନିୟୋଜିତ ଟ୍ରକ୍‌ଗୁଡିକ ଚଳାଚଳ କରୁଛନ୍ତି। ଏହାସହ ଆମ୍ବୁଲାନ୍ସ ଏବଂ ପାସ୍‌ ସଂଗ୍ରହ କରି ଜରୁରୀ କାର୍ଯ୍ୟରେ ସାମିଲ ଥିବା କେତେକ ଗାଡ଼ି ମଧ୍ୟ ଚଳପ୍ରଚଳ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟତଃ ଟ୍ରକ୍‌ ଡ୍ରାଇଭରମାନଙ୍କ ଖାଇବା, ପିଇବାର ସୁବିଧା ପାଇଁ ରାଜ୍ୟ ସରକାର ସୋମବାର ରାଜ୍ୟର ୨୨୩ଟି ଢାବା ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗା଼ଡି ମରାମତି ଲାଗି ସମ୍ପୂର୍ଣ୍ଣ ରାଜ୍ୟରେ ୧୪୦ଟି ଗ୍ୟାରେଜ ଖୋଲାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ୩ଟି, ଖୋର୍ଦ୍ଧାରେ ୫, ନୟାଗଡ଼ରେ ୫, ଯାଜପୁରରେ ୨, କେନ୍ଦ୍ରାପଡ଼ାରେ ୨, ଭଦ୍ରକରେ ୧, ବାଲେଶ୍ୱରରେ ୬, ମୟୂରଭଞ୍ଜରେ ୮, ଗଞ୍ଜାମରେ , ୭,ଗଜପତି ୨, କୋରାପୁଟରେ ୧୦, ରାୟଗଡ଼ା ୪, ନବରଙ୍ଗପୁର ୩, ସୁନ୍ଦରଗଡ଼ ୧୬ ଏବଂ ସମ୍ବଲପୁରରେ ୧୬ଟି ଗ୍ୟାରେଜ ଖୋଲା ରହିବ। କଟକ, ଜଗତ୍‌ସିଂହପୁର, ଫୁଲବାଣୀରେ କୌଣସି ଗ୍ୟାରେଜ ଖୋଲା ରହିବନାହିଁ। ସେହିପରି ଝାରସୁଗୁଡ଼ା, ଫୁଲବାଣୀ, ନବରଙ୍ଗପୁର ଏବଂ ଜଗତ୍‌ସିଂହପୁରକୁ ଛାଡ଼ି ଅନ୍ୟ ଜିଲାଗୁଡ଼ିକରେ କିଛିକିଛି ମିଶାଇ ମୋଟ ୨୨୩ଟି ଢାବା ଖୋଲାଯିବ। ମାତ୍ର କେନ୍ଦୁଝର ଜିଲା ଲାଗି ଢାବା ଏବଂ ଗ୍ୟାରେଜ ଖୋଲିବାକୁ କୌଣସି ନୋଟିସ ବାହାର କରାଯାଇନାହିଁ। କେବଳ ଅନୁମତିପ୍ରାପ୍ତ ଗ୍ୟାରେଜ ଏବଂ ଢାବା ଖୋଲାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri