ଟୋଲକବେଡା ଗ୍ରାମବାସୀଙ୍କ ଆନ୍ଦୋଳନ

କଣିହାଁ, ୧ା୬(ଡି.ଏନ.ଏ.)- ପାଉଁଶ ଟ୍ରକ୍‌, ଭାରିଯାନ ଚଳାଚଳ ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ଦାବି ନେଇ ସୋମବାର ଅନୁଗୋଳ ଜିଲା କଣିହଁା ବ୍ଲକ ଟୋଲକବେଡା ଗ୍ରାମବାସୀ ଏନ୍‌ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଆନ୍ଦୋଳନ କରିଥିଲେ। ଏଥିଯୋଗୁ ପାଉଁଶ ଟ୍ରକ୍‌ ସହ କମ୍ପାନୀର ଅନ୍ୟ ଭାରିଯାନ ଚଳାଚଳ ବନ୍ଦ ରହିଥିଲା।
ଗ୍ରାମ ସଭାପତି ସହଦେବ ସାହୁ, ସମ୍ପାଦକ ଦେବରାଜ ପ୍ରଧାନ, କମିଟି ସଦସ୍ୟ ମାନସ ସାହୁ ପ୍ରମୁଖଙ୍କ ଅଭିଯୋଗ ମୁତାବକ, ଏନ୍‌ଟିପିସି ପ୍ରକଳ୍ପରୁ ପଞ୍ଚାୟତ ରାସ୍ତା ଦେଇ ପାଉଁଶ ପରିବହନ ହେଉଛି। ସେହିପରି ଗ୍ରାମ ନିକଟରେ ଥିବା ପାଓ୍ବାର ଗ୍ରୀଡ୍‌କୁ ଭାରିଯାନ ଚଳାଚଳ କରୁଛି। ଏଥିଯୋଗୁ ପ୍ରଦୂଷଣ, ରାସ୍ତା ଅବରୋଧ ସମସ୍ୟା ଉପୁଜୁଛି। ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଗ୍ରାମ ହିସାବରେ ମଧ୍ୟ ଲୋକେ ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଏହାର ସମାଧାନ ଦାବି କରି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ପ୍ରଶାସନ ପକ୍ଷରୁ ତହସିଲଦାର ପତିତପାବନ ଦେବତାଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନକାରୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସରପଞ୍ଚ ସୁଲୋଚନା ପ୍ରଧାନ, ଏନ୍‌ଟିପିସି ଥାନା ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ସମାଧାନର ରାସ୍ତା ବାହାର କରିବାକୁ ପ୍ରଶାସନ ୭ ଦିନ ସମୟ ମାଗିବା ସହ ଅସୁବିଧା ଦୂର କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ଏ ନେଇ ତହସିଲଦାର କହିଛନ୍ତି, ଆନ୍ଦୋଳନ ହୋଇଥିଲା। ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ହଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri