Posted inଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ୨୦୨୧ଅନ୍ତିମ ବିକଳ୍ପ

ଟୋକିଓ, ୨୨।୫-କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ମାତ୍ର ଆସନ୍ତାବର୍ଷ ଯଦି ଏହା ସମ୍ଭବ ନ ହୁଏ ତେବେ ବାତିଲ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବ୍ୟାକ୍‌ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାପାନ ସରକାର ଓ ଆଇଓସି ୨୦୨୦ ଅଲିମ୍ପିକ୍ସକୁ ଏକ ବର୍ଷ ଅର୍ଥାତ୍‌ ୨୦୨୧କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ କରୋନା ଭାଇରସ ସଂକ୍ରମଣଜନିତ ସ୍ଥିତି ନିୟନ୍ତ୍ରଣାଧୀନ ନ ହେଲେ ୨୦୨୧ରେ ଅଲିମ୍ପିକ୍ସ ସମ୍ଭବ ନୁହେଁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଶିନ୍‌ଜୋ ଆବେ କିଛିଦିନତଳେ ପ୍ରକାଶ କରିଥିଲେ। ଏହି ଭାଇରସ୍‌ରେ ଜାପାନରେ ୧୭,୧୦୦ ସଂକ୍ରମିତ ହୋଇଥିବା ବେଳେ ୭୯୭ ଜଣ ମୃତ୍ୟୁବରଣ କରିଛନ୍ତି। ବ୍ୟାକ୍‌ କହିଛନ୍ତି ଯେ, ଆମେ ପରିସ୍ଥିତିକୁ ବୁଝୁଛୁ। କାରଣ ଏପରି ସ୍ଥିତିରେ କେବେହେଲେ ଆୟୋଜକ କମିଟିରେ ୩,୦୦୦ କିମ୍ବା ୫,୦୦୦ ଲୋକଙ୍କୁ ରଖା ଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ଆମେ କେବେହେଲେ ପ୍ରତିବର୍ଷ ବିଶ୍ୱବ୍ୟାପୀ ସମସ୍ତ ପ୍ରମୁଖ ଫେଡେରେଶନଗୁଡ଼ିିକର ସମଗ୍ର କ୍ରୀଡ଼ା କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇ ପାରିବନାହିଁ। ଆଥଲେଟ୍‌ଙ୍କ କ୍ବାରାଣ୍ଟାଇନ୍‌ ସମେତ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରରେ ରଖି ଆଇଓସି ଆସନ୍ତାବର୍ଷ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏ ସବୁ କାର୍ଯ୍ୟ ଅଲିମ୍ପିକ୍ସ ଭିଲେଜରେ ହିଁ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ଦୃଶ୍ୟପଟକୁ ବିଚାରରେ ରଖି ବିଭିନ୍ନ ବିକଳ୍ପକଥା ଚିନ୍ତା କରାଯାଉଛି। ଏହାକୁ ବର୍ତ୍ତମାନ ପ୍ରକାଶ କରାଯିବା ସମ୍ଭବ ନୁହେଁ ବୋଲି ବ୍ୟାକ୍‌ କହିଛନ୍ତି। ୨୦୨୧ ଜୁଲାଇ ୨୩ ବେଳକୁ ସମ୍ପୂର୍ଣ୍ଣ ବିଶ୍ୱର ସ୍ଥିତି କିପରିଥିବ ଏହାକୁ ଦୃଷ୍ଟିରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri