ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହ ଏଥିରେ ଅନ୍ତରାୟ ସାଜୁଛି। ନୂତନ ଶ୍ରେଣୀଗୃହ କାର୍ଯ୍ୟ ବର୍ଷ ବର୍ଷ ଧରି ସରିବାର ନାଁ ଧରୁନି। ଏବେ ବର୍ଷା ଦିନ। ପୁରୁଣା ଶ୍ରେଣୀ ଗୃହ ଆଜବେଷ୍ଟରୁ ପାଣି ଗଳୁଛି। ଉପାୟ ନ ପାଇ ପିଲାମାନେ ବାରଣ୍ଡାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଫିରିଙ୍ଗିଆ ବ୍ଲକ ଟେଲାପାଲି ସେବାଶ୍ରମରେ ଦେଖିବାକୁ ମିଳିଛି।

ଟେଲାପାଲି ସେବାଶ୍ରମ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଏବେ ୩ ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢୁଛନ୍ତି। ଏ ସମସ୍ତ ଘର ଭଙ୍ଗାରୁଜା ଅବସ୍ଥାରେ। ଶ୍ରେଣୀଗୃହ ଅବସ୍ଥାକୁ ଲକ୍ଷ୍ୟ କରି ପ୍ରାୟ ୮ ବର୍ଷ ପୂର୍ବେ ୪ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ। ସମ୍ପୃକ୍ତ ଠିକାଦାର ଜଣକ କାମ ଅଧା ପନ୍ତରିଆ କରି ଛାଡିଛନ୍ତି। ସେବାଶ୍ରମରେ ପ୍ରଥମରେ ୧୫, ଦ୍ୱିତୀୟରେ ୧୯, ତୃତୀୟରେ ୧୮, ଚତୁର୍ଥରେ ୧୦, ପଞ୍ଚମରେ ୧୫, ଷଷ୍ଠରେ ୫, ସପ୍ତମରେ ୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତୁ। ମୋଟ ୯୧ ପିଲାଙ୍କ ମଧ୍ୟରେ ୪୦ ଜଣ ସେବାଶ୍ରମରେ ରହୁଛନ୍ତି। ସମସ୍ତ ପିଲା ଗୋଟିଏ ଘରେ ଶୋଇବାକୁ ବାଧ୍ୟ ହେଉଛନ୍ତି। କାରଣ ଏହି ପିଲାମାନଙ୍କ ପାଇଁ ଯେଉଁ ହଷ୍ଟେଲ ହୋଇଛି, ସେଠାରେ ପାଣିର ଅସୁବିଧା ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତୀ ଦଣ୍ଡସେନା କହିଛନ୍ତି। ବର୍ଷାରେ ଆଜବେଷ୍ଟରୁ ପାଣି ଗଳୁଛି। ଭିତରେ ପାଠ ପଢ଼ାଇ ହେଉନାହିଁ। ବାରଣ୍ଡାରେ ପଢ଼ାଇବାକୁ ବାଧ୍ୟ ହେଉଛୁ। ନୂତନ ଶ୍ରେଣୀ ଗୃହ କାମ ସରୁ ନାହିଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ। ଏ ସେମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଆମେ ଘଟଣା ନେଇ ଅବଗତ ଅଛୁ। ବିଲଡିଂ କାମ ବନ୍ଦ ଥିଲା। ବର୍ଷା ଦିନ ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri