Posted inଖେଳ

ଟି୨୦ ବିଶ୍ୱକପ୍‌; ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନି: ହ୍ବାଇଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହଁି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ବିଶ୍ୱକପ୍‌ ଘୁଞ୍ଚାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଜୁଲାଇ ପୂର୍ବରୁ ଆଲୋଚନା କିମ୍ବା ନିଷ୍ପତ୍ତି ନେବା ସମ୍ଭବ ନୁହଁ ବୋଲି ହ୍ବାଇଟ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟକାରୀ କମିଟିରେ କୋଭିଡ-୧୯, ଅର୍ଥତ୍କ ସ୍ଥିତି ଓ ଟି୨୦ ବିଶ୍ୱକପ୍‌ ସମେତ ବିଭିନ୍ନ ଇଭେଣ୍ଟ ନେଇ ଆଲୋଚନା ହେବ। ଦେବେ ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍‌ ଆୟୋଜନ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଗ୍ରହୀ ରହିଛି ଓ ଏ ନେଇ ସରକାରଙ୍କ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି ହ୍ବାଇଟ୍‌ କହିଛନ୍ତି। ୨୦୧୧ ଫେବୃୟାରୀରେ ମହିଳା ବିଶ୍ୱକପ୍‌ ଆୟୋଜନ ହେବ। ତେବେ ଏହି ବିଶ୍ୱକପ୍‌ ସଂକ୍ରାନ୍ତରେ ଏବେଠାରୁ କିଛି ଆଲୋଚନା କରିବା ବା କହିବା ଠିକ ହେବନାହିଁ ବୋଲି ସେ ମତ ଦେଇଛନ୍ତି।
ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ସହିତ ସିରିଜ ଖେଳିବାକୁ ଆମେ ରାଜି ଅଛୁ। ଇତିମଧ୍ୟରେ ନ୍ୟୁଜିଲାଣ୍ଡର ନେଦରଲାଣ୍ଡ୍ସ ଟୁର ବାତିଲ ହୋଇଛି। ପୁଣି ୟୁକେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ପ୍ରସ୍ତାବିତ ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ମଧ୍ୟ ପ୍ରଭାବିତ ହେବାର ସମ୍ଭାବାନ ରହିଛି ବୋଲି ହ୍ବାଇଟ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri