Posted inଖେଳ

ଟି୨୦ ବିଶ୍ୱକପ୍‌; ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନି: ହ୍ବାଇଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହଁି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ବିଶ୍ୱକପ୍‌ ଘୁଞ୍ଚାଇବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଜୁଲାଇ ପୂର୍ବରୁ ଆଲୋଚନା କିମ୍ବା ନିଷ୍ପତ୍ତି ନେବା ସମ୍ଭବ ନୁହଁ ବୋଲି ହ୍ବାଇଟ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟକାରୀ କମିଟିରେ କୋଭିଡ-୧୯, ଅର୍ଥତ୍କ ସ୍ଥିତି ଓ ଟି୨୦ ବିଶ୍ୱକପ୍‌ ସମେତ ବିଭିନ୍ନ ଇଭେଣ୍ଟ ନେଇ ଆଲୋଚନା ହେବ। ଦେବେ ନିର୍ଦ୍ଧାରିତ ସମୟରେ ବିଶ୍ୱକପ୍‌ ଆୟୋଜନ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଗ୍ରହୀ ରହିଛି ଓ ଏ ନେଇ ସରକାରଙ୍କ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି ହ୍ବାଇଟ୍‌ କହିଛନ୍ତି। ୨୦୧୧ ଫେବୃୟାରୀରେ ମହିଳା ବିଶ୍ୱକପ୍‌ ଆୟୋଜନ ହେବ। ତେବେ ଏହି ବିଶ୍ୱକପ୍‌ ସଂକ୍ରାନ୍ତରେ ଏବେଠାରୁ କିଛି ଆଲୋଚନା କରିବା ବା କହିବା ଠିକ ହେବନାହିଁ ବୋଲି ସେ ମତ ଦେଇଛନ୍ତି।
ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ସହିତ ସିରିଜ ଖେଳିବାକୁ ଆମେ ରାଜି ଅଛୁ। ଇତିମଧ୍ୟରେ ନ୍ୟୁଜିଲାଣ୍ଡର ନେଦରଲାଣ୍ଡ୍ସ ଟୁର ବାତିଲ ହୋଇଛି। ପୁଣି ୟୁକେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ପ୍ରସ୍ତାବିତ ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ମଧ୍ୟ ପ୍ରଭାବିତ ହେବାର ସମ୍ଭାବାନ ରହିଛି ବୋଲି ହ୍ବାଇଟ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri