ଟଙ୍କା ନ ଦେବାରୁ ଡାକ୍ତରଖାନାରେ ୧୧ ଘଣ୍ଟା ପଡ଼ିରହିଲା ମୃତଦେହ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: ରାଜ୍ୟର ଘରୋଇ ଚିକିତ୍ସାଳୟଗୁଡିକରେ କିଭଳି ମନମାନି ଚାଲିଛି ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ। କେନ୍ଦ୍ରପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରୁ ଚିକିତ୍ସା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ପୁଅର ମୃତ୍ୟୁ ଘଟିବା ପରେ ଟଙ୍କା ନ ଥିବାରୁ ମୃତଦେହ ଛଡାଯାଇ ନ ଥିଲା। ଫଳରେ ଡାକ୍ତରଖାନାରେ ଦୀର୍ଘ ୧୧ ଘଣ୍ଟାଧରି ମୃତଦେହ ପଡ଼ି ରହିଥିଲା। ଏହି ଘଟଣା ରବିବାର କେନ୍ଦ୍ରାପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହେବାପରେ ଆନ୍ତର୍ଜାତିକ ମାନବାଧିକାର କମିଟି ଓ ଗ୍ରାମୀଣ ବିକାଶ ଯୁବକ ସଂଘ ଏଥିରେ ହସ୍ତକ୍ଷେପ କରିବା ପରେ ରବିବାର ଦ୍ୱିପ୍ରହରରେ ମୃତଦେହକୁ ଡାକ୍ତରଖାନାରୁ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ପାଟକୁରା ଥାନା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଗ୍ରାମର ସୁଧାକର ସାହୁଙ୍କ ପୁଅ ହରପ୍ରସାଦ (୪୫)ଗଲବ୍ଲାଡରରେ ଷ୍ଟୋନ ହେବାସହ ଜଣ୍ଡିସ ରୋଗରେ ପୀଡିତ ଥିଲେ। ଗତ ୧୬ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ରାତି ୩ଟା୨୦ରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ବାପା ସୁଧାକରଙ୍କୁ ଜଣାଇବା ସହ ଚିକିତ୍ସା ବାବଦରେ ୬ ଲକ୍ଷ ଟଙ୍କା ବିଲ୍‌ ହୋଇଥିବା କହିଥିଲେ। ଏଥିସହ ପୂରା ଟଙ୍କା ପୈଠ ନ କଲେ ମୃତଦେହ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ।
ଏନେଇ ସୁଧାକର କହିଛନ୍ତି, ସେ ଜମି ବିକି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇଛନ୍ତି। ଏବେ ତାଙ୍କ ପାଖରେ ଆଉ ଟଙ୍କା ନାହିଁ। ଏଥିସହ ମୃତଦେହ କିପରି ଆଣିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ପ୍ରଚାରିତ ହେବାପରେ ଆନ୍ତର୍ଜାତିକ ମାନବାଧିକର କମିଟିର କେନ୍ଦ୍ରାପଡା ଜିଲା ଆବାହକ ପ୍ରତାପ ଚନ୍ଦ୍ର ପାଢ଼ୀ, ଶିବ ସୁନ୍ଦର ସ୍ବାଇଁ ଓ ଗ୍ରାମୀଣ ବିକାଶ ଯୁବକ ସଂଘର ମାନସ ତ୍ରିପାଠୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ୨ ଲକ୍ଷ ୯୮ ହଜାର ଟଙ୍କା ଦେବାକୁ କହିଥିଲେ ନଚେତ୍‌ ଟଙ୍କା ବାବଦରେ ଏକ ଚୁକ୍ତିପତ୍ର କରିବାକୁ ବାଧ୍ୟ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ମାନବାଧିକାର କମିଟି ସଦସ୍ୟ, ଗ୍ରାମୀଣ ବିକାଶ ସଂଘ ଓ ଗଣମାଧ୍ୟମର ଚାପରେ ହସ୍ପିଟାଲରୁ ମୃତଦେହ ଛାଡି ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ମତାମତ ଦେବା ପାଇଁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୨୫ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ୧୫ ଦିନ ହେଲା କ୍ରମାଗତ ତାପମାତ୍ରା ବୃଦ୍ଧି...

ଆଖୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ମାର୍ଶାଘାଇ,୨୫ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ)କେନ୍ଦ୍ର, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ତଳସ୍ତରରେ ତାହା ପ୍ରତିଫଳିତ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri