Posted inଜାତୀୟ

ଝେଲମ୍‌ରେ ବ୍ରିଜ୍‌ ଲାଗି ସହଯୋଗ କଲେ ମୁସଲ୍‌ମାନ: ଭଙ୍ଗାଯିବ ୪୦ ବର୍ଷର ମସ୍‌ଜିଦ

ଶ୍ରୀନଗର୍‌, ୨୩ା୧୨(ପି.ଟି.): ଜମ୍ମୁ-କଶ୍ମୀରର ଝେଲମ୍‌ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଶେଷକରିବା ଲାଗି ମୁସଲ୍‌ମାନ ସମ୍ପ୍ରଦାୟ ସହଯୋଗର ହାତ ବଢ଼ାଇଛି। ଦୀର୍ଘ ୪୦ ବର୍ଷର ମସ୍‌ଜିଦ ଭାଙ୍ଗିବା ସହ ବ୍ରିଜ୍‌ କାମ ସମ୍ପୂର୍ଣ୍ଣ କରିବା ଲାଗି ସେମାନେ ରାଜି ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପ୍ରକଳ୍ପ ୨୦୦୨ରୁ ଆରମ୍ଭ ହୋଇଥିବାବେଳେ ସେଠାରେ ଥିବା ମସ୍‌ଜିଦ ଓ କେତେକ ଘରୋଇ ଏବଂ ବାଣିଜି୍ୟକ କୋଠା ଏଥିରେ ସମସ୍ୟା ସୃଷ୍ଟି କରୁଥିଲା। ତେବେ ଶ୍ରୀନଗର ଜିଲା ବିକାଶ କମିଶନର ଶାହିଦ୍‌ ଇକ୍‌ବଲ ଚୌଧାରୀ ଓ ମସ୍‌ଜିଦ ଅବୁ ତୁରବର ପରିଚାଳନା କମିଟି ମଧ୍ୟରେ ଚୁକ୍ତି ହୋଇ ଭଙ୍ଗାକାର୍ଯ୍ୟ ଆରମ୍ଭ କରାଯାଇଛି। ଫଳରେ ଅସମ୍ପୂର୍ଣ୍ଣ ଥିବା ଝେଲମ୍‌ ନଦୀ ବ୍ରିଜ୍‌ କାମ ଖୁବ୍‌ଶୀଘ୍ର ଶେଷ ହେବାର ସମ୍ଭାବନା ଦେଖାଦେଇଛି। ପ୍ରକାଶଥାଉ କି, ୧୬୬ ମିଟରର ଦୁଇ ଲେନ୍‌ ବିଶିଷ୍ଟ ବ୍ରିଜ୍‌ ଲାଗି ଥିବା ସମସ୍ୟା ଦୂରକରିବା ଲାଗି ଏକାଧିକ ଥର ମସ୍‌ଜିଦ ପରିଚାଳନା କମିଟି ସହ ଆଲୋଚନା କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ବର୍ଷକ ମଧ୍ୟରେ ପୁନଃ ମସ୍‌ଜିଦ ନିର୍ମାଣ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

ଆଜି ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୬: ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri