ଝି’ର ଭବିଷତ୍‌ ଚିନ୍‌ତାରେ ଦେବକୀ

ଗଣ୍ଡତୁରୁମ, ୨୧।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ମହୁଲପାଲି ଗାଁର ବିଧବା ମହିଲା ଦେବକୀ ମୁଦୁଲି। ଆପ୍‌ନେ ଆରପାରକେ ଚାଲିଯିବାର ୩ ବଛର ବିତିଯାଇଥିଲେ ବି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେ ଭତାର ଲାଗି ୨ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମହୁଲପାଲିର ସ୍ବର୍ଗତ ସୁରେନ୍ଦ୍ର ମୁଦୁଲି। ସେ ଝନେ ନିହାତି ଗରିବ୍‌ ଲୋକ୍‌ଥିଲେ। ଜମିବାଡ଼ି, ସଁପତି ବଲି କିଛି ନାଇଁ। ପରିବାର କହେଲେ ମାଏକିନା ଦେବକୀ ଆର ଗୁଟେ ବଲି ଝି’ ଚନ୍ଦ୍ରିକା। ସୁରେନ୍ଦ୍ର କୁଲିମଜୁରି କରି କୁଟୁମ ପୁଷୁଥିଲେ। ସବୁଦିନର ଲେଖେଁ ସୁରେନ୍ଦ୍ର ୨୦୧୬ ଡିସେମ୍ବର ୧୩ ତାରିଖ କାମ୍‌ କରବାକେ ଯାଇଥିଲେ। କାମ୍‌ରୁ ଫିରଲା ଉତାରୁ ତାକର ଦିହିପା ବିଗ୍‌ଡି ଯାଇଥିଲା। ଘରେ ତାକର ଛାତି ଦରଦ୍‌ ହେବାର ସଂଗେ ସେ ତଲେ ପଡ଼ିଯାଇଥିଲେ। ଏନ୍‌ତାଥି ପରିବାର ଲୋକ୍‌ ତାହାକୁ ଡାକ୍‌ତରଖାନା ନେବାର ଆଗ୍‌ରୁ ତାକର ଜୀବନ୍‌ ପଲେଇ ଯାଇଥିଲା। ହଠାତ୍‌ ସୁରେନ୍ଦ୍ର ଆରପାରକେ ଚାଲିଗଲାରୁ ଦେବକୀର ମୁଡ଼େ ଦୁଖର ପାହାଡ଼ ଛିଡ଼ିପଡ଼ିଥିଲା। ଇଆଡ଼େ ଜମିବାଡ଼ି, ସଁପତି ବଲି କିଛି ନାଇଁ। ଏନ୍‌ତାଥି ଦେବକୀକୁଁ ଦୁଇବେଲା ଦୁଇମୁଠା ଖାଏବାରଟା ଯୁଗାଡ଼ କରବାକେ ଭିଡ଼ ହେଲା। ଝି’କେ କାହାର ପାସେ ଛାଡ଼ି କୁଲି ମଜୁରି କରିଯିବେ, ତାର ଭବିଷତ୍‌ କାଣା ହେବା, ଏନ୍‌ତା ସବୁ ଭାବି ଦେବକୀ ଦିନୁଦିନ୍‌କେ ଭାଂଗି ପଡ଼ଲେ। ଇ ଦୁଖର ସମିଆରେ ସେ ଥାନୀଅ ସରପଁଚ୍‌ନୁ ବିଡିଓ ତକ୍‌ ସରକାରୀ ସାହାଯ୍‌ ଲାଗି ଆବେଦନ କଲେ। ହେଲେ ନିସାହା ମା’ଝି’କେ ୧୦ କେ.ଜି. ଚାଉଲ ଛଡ଼ା ବାକି କେହେନ୍‌ସି ସହାଯ୍‌ ନାଇଁ ମିଲ୍‌ଲା। ସେନ୍‌ତା ବିଧବା ଭତାର ଲାଗି ଦେବକୀ ୨ ଥର ଆବେଦନ କରି ନିରାଶ ହେଇଛନ୍‌। ଇଆଡ଼େ ଆପ୍‌ନେ ଚାଲିଗଲା ଉତାରୁ ପଁଚେତ୍‌ରୁ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ବି ନାଇଁ ମିଲିଥିବାର ଦେବକୀ କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ମା’ଝି’ର ଉପରେ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri