ଝିଣ୍ଟିକାପଲ୍ଲୀରେ ବାର୍‌ହା ଆକ୍ରମଣରେ ୫ ଆହତ

ଖୋର୍ଦ୍ଧା ଅଫିସ,୨୫ା୯: ଖୋର୍ଦ୍ଧା ଜିଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗଁ। ର ଏକ ନଡ଼ିଆ ବଗିଚାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ବାର୍‌ହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସୁରଥ ପ୍ରଧାନ, ଅଜୟ ପରିଡା, ଲକ୍ଷ୍ମଣ ନରେନ୍ଦ୍ରସିଂହ ଓ ଅଶୋକ ନରେନ୍ଦ୍ରସିଂହ ପ୍ରମୁଖ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଝିଣ୍ଟିକାପଲ୍ଲୀ ଗଁ। ଟି ପାହାଡ ପାଦଦେଶରେ ଅବସ୍ଥିତ। ଏଠାରେ ବନ୍ୟ ପ୍ରାଣୀଙ୍କର ଭୟ ରହିଛି। ଗତ କିଛିମାସ ତଳେ କଣ୍ଠ ଜେନା ଭାଲୁ ଆକ୍ରମଣରେ ଆହତ ହୋଇଥିଲେ। ତେବେ ଗତବର୍ଷକୁ ଛାଡି ଦେଲେ ଏଠାରେ ବାର୍‌ହା ଭୟ ଲାଗି ରହିଛି। ମଙ୍ଗଳବାର ରାତିରେ ଗଁ। ର ଏକ ନଡିଆ ବଗିଚାକୁ ଏକ ବାର୍‌ହା ପଲ ଆସିଥିଲା। ସେଥିରୁ ଗୋଟିଏ ବାର୍‌ହା ରହି ଯାଇଥିଲା। ବୁଧବାର ପୂର୍ବାହ୍ନରେ ସୁରଥ ନଡିଆ ବଗିଚାକୁ ଯାଇଥିଲେ। ସୁରଥଙ୍କୁ ଦେଖି ବାର୍‌ହା ଆମ୍ରକଣ କରିଥିଲା। ବାର୍‌ହା ଆକ୍ରମଣ କରିବାରୁ ସୁରଥ ଚିତ୍କାର କରିଥିଲେ। ଚାଷ ଜମିରୁ ଫେରୁଥିବା ଅଜୟ, ଲକ୍ଷ୍ମଣ ଓ ଅଶୋକ ପ୍ରମୁଖ ଉଦ୍ଧାର କରିବାକୁ ଯାଇଥିଲେ। ସେମାନେ ବି ବାର୍‌ହା ଆକ୍ରମଣରେ ଆହତ ହୋଇଥିଲେ। ଏ ଘଟଣା ପ୍ରଚାରିତ ହେବା ପରେ ଗଁ। ଲୋକ ଆହତମାନଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ବାର୍‌ହା ଆକ୍ରମଣରେ ଆହତମାନଙ୍କୁ ମାଗଣା ଚିକିତ୍ସା କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ ବାର୍‌ହାକୁ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri