Posted inଜାତୀୟ

ଝିଅର ବ୍ରତୋପନୟନ କଲେ ଇନ୍ଦୋରର ଦମ୍ପତି

ଇନ୍ଦୋର,୧୫।୭: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ମହାରାଷ୍ଟ୍ରିଆନ୍‌ ବା ମରାଠି ଦମ୍ପତି ବେଶ୍‌ କିଛି ବର୍ଷ ହେବ ଆବୁ ଧାବି(ଦୁବଇ)ରେ ରହି ଆସୁଛନ୍ତି। ଯୋଗେଶ ଆବୁଧାବିରେ ସପ୍ଟ ଓ୍ବେୟାର ଇଞ୍ଜିନିୟର ଭାବେ କାମ କରନ୍ତି। ହେଲେ ନିକଟରେ ସେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷର ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ ପୁଅମାନଙ୍କର ବ୍ରତୋପନନ କରାଯାଉଥିବା ବେଳେ ଝିଅର ବ୍ରତୋପନନ କରିଥିବାରୁ ସେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ସେମାନେ ଏଥିପାଇଁ ୨ ବର୍ଷ ହେବ ଶାସ୍ତ୍ର ଅଧ୍ୟୟନ କରି ଏହାର ଉଦାହରଣ ବାହାର କରିଛନ୍ତି। ସେମାନେ କହିଛନ୍ତି ସଂସ୍କାର ବିଧି ସହ ଜଡିତ। ଯେଉଁଥିରେ ଗାୟତ୍ରୀ ମା’ଙ୍କ ପୂଜା କରାଯାଏ। ଏଥିରେ ଝିଅପୁଅଙ୍କ ମଧ୍ୟରେ ଭେଦଭାବ ଠିକ୍‌ ନୁହେଁ। ଇନ୍ଦୋର ବାସିନ୍ଦା ଏହି ଦମ୍ପତି ହେଉଛନ୍ତି ଯୋଗଶେ କୁଲକର୍ଣ୍ଣି ଓ ମାଣିକ କୁଲକର୍ଣ୍ଣି। ଏମାନେ ତାଙ୍କ ୮ ବର୍ଷର ଝିଅ ଶମିକାଙ୍କୁ ତାଙ୍କ ଯାଆଁଳା ଭାଇ ଶନ୍ୟାଙ୍କ ସହ ବ୍ରତୋପନୟନ କରିଛନ୍ତି। ଯୋଗେଶ ୪ ବର୍ଷ ପୂର୍ବେ ପୁଣେରେ ଜଣେ ଝିଅଙ୍କ ବ୍ରତୋପନୟନ କଥା ଶୁଣିଥିଲେ। ଏହାପରେ ସେ ତାଙ୍କ ଝିଅର ମଧ୍ୟ ବ୍ରତୋପନୟନ କରିବାକୁ ସ୍ଥିର କରିଥିଲେ। ଏହାକୁ ନେଇ ସେ ଶାସ୍ତ୍ର ବିଷାରଦଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ବହୁ ପୁରୁଣା ପୁସ୍ତକ ଅଧ୍ୟୟନ କରିଥିଲେ। ଏଥିରେ ସେ ଋଷି କନ୍ୟା ଗାର୍ଗି ଓ ଲୋପାମୁଦ୍ରାଙ୍କ ଉଦାହରଣ ପାଇଥିଲେ। ଏମାନଙ୍କର ବ୍ରତୋପନୟନ କରାଯାଇଥିଲା। ଏହାପରେ ସେ ତାଙ୍କ ଗୁରୁଙ୍କ ସହ ଏବିଷୟରେ ଆଲୋଚନା କରି ସମସ୍ତଙ୍କ ସହମତି ନେଇ ନିଜ ଝିଅର ବ୍ରତୋପନୟନ କରିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri