ଝାରପଡ଼ା ଜେଲରେ ଗଞ୍ଜେଇ, ସିଗାରେଟ, ଟଙ୍କା

ଭୁବନେଶ୍ୱର,୯।୬ (ବ୍ୟୁରୋ): ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଚାଲୁଥିବା ଓ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବାର ଭିଡ଼ିଓ ରବିବାର ଭାଇରାଲ ହେବାପରେ ଚଢ଼ାଉ କରାଯାଇଥିଲା। ଏବେ ରାଜ୍ୟର ଅନ୍ୟତମ ବଡ଼ କାରାଗାର କୁହାଯାଉଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ର ଏକ ଭିଡିଓ ସୋମବାର ଭାଇରାଲ ହୋଇଛି। ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ ଟଙ୍କା ଦିଆନିଆ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ଟଙ୍କା ଦେଇ ନିଶା ଓ ମାଦକ ଦ୍ରବ୍ୟ ଜେଲ୍‌ ଭିତରକୁ ଆସୁଥିବା ଓ ଏକ ନିର୍ଦ୍ଦିଷ୍ଟ ସେଲ୍‌ ଭିତରେ ଏଭଳି ଭିଡ଼ିଓ ହୋଇଥିବା ଜଣାପଡୁଛି। ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏପରି ବେଆଇନ କାରବାର ଚାଲିଛି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ଭିଡ଼ିଓ ରାଜ୍ୟ ଜେଲ୍‌ ଭିତର ଗୁମର ପଦାକୁ ଆଣିଥିବାବେଳେ ଏହାକୁ ନେଇ ଅଡୁଆରେ ପଡିଛି ଜେଲ ବିଭାଗ। ଉକ୍ତ ଭିଡ଼ିଓ କେବେ, କିଏ ଶୁଟିଂ କଲା ଓ ତାହା ପଦାକୁ କିପରି ଆସିଲା ତାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।
ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଉକ୍ତ ଭିଡ଼ିଓଟି ୭ ମାସ ତଳର। କିଏ ଭିଡ଼ିଓ କରିଛି ଓ କିଭଳି ଏଭଳି ନିଶା କାରବାର କରାଯାଉଛି ତାହାର ତଦନ୍ତ କରାଯିବ। ଯେତେବେଳେ ଜେଲର ଏଭଳି କିଛି ଖବର ଆମ ଦୃଷ୍ଟିକୁ ଆସୁଛି ଆମେ ତାହାକୁ ଗୁରୁତର ସହ ନେଇ ତଦନ୍ତ କରୁଛୁ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଜିଲାପାଳ, ଏସ୍‌ପି, ସ୍ଥାନୀୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଉଛୁ। ଏବେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବ। ଏଥିସହ ଉକ୍ତ ଭିଡ଼ିଓକୁ ମଧ୍ୟ ଦାଖଲ କରାଯିବ। ପୋଲିସ ତଦନ୍ତ କରିବ। ହୋଇପାରେ ଆଗରୁ ଯେଉଁମାନଙ୍କୁ ବଦଳି କରାଯାଇଛି ସେମାନଙ୍କ ସ୍ବାର୍ଥରେ କିଛି ଆଞ୍ଚ ଆସିଥିବାରୁ ବଦନାମ କରିବା ପାଇଁ ଏସବୁ କରିଥାଇ ପାରନ୍ତି। ତେଣୁ ସବୁ ଦିଗକୁ ନେଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri