Posted inବୌଦ୍ଧ

ଝଡ଼ ତୋଫାନ ଯୋଗୁ ତାର ଛିଣ୍ଡିଲା: ୨ ଦିନ ହେଲା ୨ ପଞ୍ଚାୟତ ଅନ୍ଧାରରେ

ଜହ୍ନାପଙ୍କ, ୩୦।୫ (ଡି.ଏନ.ଏ.)-ଗୁରୁବାର ସନ୍ଧ୍ୟାରେ ହୋଇଥିବା ଝଡତୋଫାନ ଯୋଗୁ ମୁଣ୍ଡାପଡା ଓ ବ୍ରାହ୍ମଣୀପାଲିକୁ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି ା ଫଳରେ ୨ ଦିନ ହେଲା ବ୍ରାହ୍ମଣୀପାଲି ପଞ୍ଚାୟତର କିଛି ଗାଁ ଓ ମୁଣ୍ଡାପଡା ପଞ୍ଚାୟତର ମୁଣ୍ଡାପଡା, ବାରପୁଡୁଗ, କିରାସିରା, ଖମାରିଗୁଡା, କମିରା, ଖଣ୍ଡପଡା ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି ।
ପ୍ରକାଶ ଯେ, ଜହ୍ନାପଙ୍କ ସବ୍‌ଷ୍ଟେଶନରୁ ୨ଟି ଫିଡର୍‌ ସାହାଯ୍ୟରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ପ୍ରଥମ ଫିଡରରୁ ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର ପଞ୍ଚାୟତକୁ ବିଦ୍ୟୁତ୍‌ ଯୋଗାଣ ହୋଇଥିବା ବେଳେ ଅନ୍ୟ ଫିଡର୍‌ ଯୋଗେ ତେଲିବନ୍ଧ, ତଳସରଡା, ମୁଣ୍ଡିପଦର, ମୁଣ୍ଡାପଡା ଓ ବ୍ରାହ୍ମଣୀପାଲି ପଞ୍ଚାୟତକୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ତେବେ ଏହି ଫିଡର୍‌ ଦୀର୍ଘ ୧୨ କିମି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ଯୋଗାଇବା ଯୋଗୁ ବିଭାଗୀୟ କର୍ମଚାରୀମାନେ ଏହାକୁ ଦେଖାରଖା କରିବା ସମୟସାପେକ୍ଷ ହୋଇଥାଏ । ଅନ୍ୟପକ୍ଷରେ ଦୀର୍ଘ ଦିନ ହେଲା ପୋଲ୍‌ ଓ ତାର ବଦଳା ଯାଉ ନ ଥିବାରୁ ଏହି ସମସ୍ୟା ଲାଗି ରହିଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ଏପରି କି ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ବିଦ୍ୟୁତ୍‌ ବିଭ୍ରାଟ ନିତିଦିନିଆ ଘଟଣା ହୋଇଥାଏ ା ଅନ୍ୟପକ୍ଷରେ ଜହ୍ନାପଙ୍କ ଫିଡର୍‌ଠାରୁ କମିରା ଗ୍ରାମ ୬ କିମି ହୋଇଥିବା ବେଳେ ତେଲିବନ୍ଧ ଫିଡର୍‌ ପଟୁ ୧୨ କିମି ଦୂର ହୋଇଥାଏ । ଫଳରେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଲେ କମିରାବାସୀଙ୍କ ଦୁର୍ଦ୍ଦଶା ବଢିଥାଏ। ତୁରନ୍ତ ବିଦ୍ୟୁତ୍‌ ତାର ସଜାଡିବା ସହିତ କମିରା ଗ୍ରାମକୁ ଜହ୍ନାପଙ୍କ ଫିଡର୍‌ରୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ସରପଞ୍ଚ ବିଦ୍ୟାଧର ସ୍ବାଇଁ, ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ୱାର୍ଡ ସଭ୍ୟ ଦକ୍ଷ କୁମ୍ଭାର, ସନ୍ତୋଷ ଦାସ, ଶୁକଦେବ ପ୍ରଧାନ, ନବୀନ କୁମାର ପ୍ରଧାନ, ଶିବ ସାହୁ, ଦୁର୍ଯ୍ୟୋଧନ ଖଟୁଆ, ଆଦିତ୍ୟ ଦାସ, ରାଜୀବ ଲୋଚନ ଦାସ, ସୁମନ୍ତ ଦାସ, ସୁଶାନ୍ତ ବାଘ, ବାଞ୍ଝାନିଧି ହୋତା, କିଶୋର ସାହୁ ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ବୌଦ୍ଧ,୧୩।୪(ଅଜିତ ବାରିକ): ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ।...

ବୌଦ୍ଧରେ ହେବ ତ୍ରିମୁଖୀ ଲଢ଼େଇ

ବୌଦ୍ଧ,୮ା୪( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି। ଏଥର ନିର୍ବାଚନରେ...

ଅଡୁଆରେ ବିଜେଡିର ମହୀଧର

କଣ୍ଟାମାଳ, ୧୭ା୩(ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ-ବୌଦ୍ଧ ଓ କଣ୍ଟାମାଳ ା କଣ୍ଟାମାଳ ବିଧାନସଭା କ୍ଷେତ୍ର ୨୦୦୯ ମସିହାରୁ ଗଠିତ ହେବାଠାରୁ ବିଜେଡି ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri