ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କୋମନା,୧୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁର ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଉଦ୍ୟାନବନ୍ଧ ଓ ମାନିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନିଗୁଡା ଦଳ ଉଦ୍ୟାନବନ୍ଧ ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଛି। ସେହିଭଳି ଦ୍ୱିତୀୟ ମ୍ୟାଚ ପଣ୍ଡରାପଥର ଓ ଡୁମେରବାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁମେରବାହାଲ ଦଳ ପଣ୍ଡରାପଥର ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଥିଲା । ଉଦଘାଟନୀ ଉତ୍ସବରେ ଜୟ ମା’ ବସ୍ତ୍ରାଣୀ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ପ୍ରତିନିଧି ଅଭିନନ୍ଦନ ପଣ୍ଡା, ଭାଜପା ଯୁବମୋର୍ଚ୍ଚା ତୁଲସ ପଟେଲ ଓ ସଦାନନ୍ଦ ଯୋଷୀ ପ୍ରମୁଖ ଯୋଗଦେଇଥିଲେ।

ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri