ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କୋମନା,୧୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁର ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଉଦ୍ୟାନବନ୍ଧ ଓ ମାନିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନିଗୁଡା ଦଳ ଉଦ୍ୟାନବନ୍ଧ ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଛି। ସେହିଭଳି ଦ୍ୱିତୀୟ ମ୍ୟାଚ ପଣ୍ଡରାପଥର ଓ ଡୁମେରବାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁମେରବାହାଲ ଦଳ ପଣ୍ଡରାପଥର ଦଳକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଥିଲା । ଉଦଘାଟନୀ ଉତ୍ସବରେ ଜୟ ମା’ ବସ୍ତ୍ରାଣୀ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ପ୍ରତିନିଧି ଅଭିନନ୍ଦନ ପଣ୍ଡା, ଭାଜପା ଯୁବମୋର୍ଚ୍ଚା ତୁଲସ ପଟେଲ ଓ ସଦାନନ୍ଦ ଯୋଷୀ ପ୍ରମୁଖ ଯୋଗଦେଇଥିଲେ।

ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri