ଜେଲରେ ଜଗବନ୍ଧୁଙ୍କୁ ଦେଖି କାନ୍ଦିଲେ ଅର୍ଚ୍ଚନା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ):ବଡ଼ବଡ଼ିଆ, ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ହନିଟ୍ରାପ୍‌ର ମାୟାଜାଲରେ ଫସାଇ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ତେବେ ଉଭୟ ଦମ୍ପତି ଜେଲ ମାନୁଆଲ ଅନୁଯାୟୀ ରବିବାର ଝାରପଡ଼ା କାରାଗାରରେ ୧୫ ମିନିଟ୍‌ ଦେଖାସାକ୍ଷାତ୍‌ ହୋଇଛନ୍ତି। ଜେଲରଙ୍କ ଉପସ୍ଥିତିରେ ଉଭୟ ଭେଟ ହୋଇ ୧୫ ମିନିଟ୍‌ କଥା ହୋଇଛନ୍ତି। ଏହି ସମୟରେ ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦି ପକାଇଥିଲେ ବୋଲି ଚର୍ଚ୍ଚା ହେଉଛି। ସ୍ବାସ୍ଥ୍ୟ, ମାନସିକ ଅବସ୍ଥା ଆଦି କେମିତି ଅଛି ଅର୍ଚ୍ଚନାଙ୍କୁ ସ୍ବାମୀ ଜଗବନ୍ଧୁ ପଚାରି ବୁଝିଛନ୍ତି। ଏହି ଦେଖାସାକ୍ଷାତ୍‌ ସମୟରେ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ଆଶ୍ୱାସନା ଦେବା ସହ ସବୁ ଠିକ୍‌ ହୋଇଯିବ ବୋଲି ବୁଝାଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ଧନ୍‌ତେରସ ଦିନରେ ବହୁ ଅଳଙ୍କାର କିଣିବା ସହିତ ଉଭୟ ଯେପରି ମହା ଆଡ଼ମ୍ବରରେ ପାଳନ କରିଥିଲେ, ସେହିଦିନକୁ ମନେ ପକାଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ବହୁ ଫଟୋ ଭାଇରାଲ ହୋଇଥିଲା। ଏକାଧିକ ଫଟୋରେ ଉଭୟ ବହୁ ଟଙ୍କାର ଦାମୀ ଅଳଙ୍କାର ପିନ୍ଧିଥିଲେ। ସେପଟେ ଆର୍‌ବିଆଇ ପକ୍ଷରୁ କମିଶନରେଟ ପୋଲିସକୁ ଦିଆଯାଇଥିବା ବ୍ୟାଙ୍କ ତଥ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି। ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ବିଲ୍ଡରଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଯାଇଥିବା ଜଣାପଡ଼ିଛି। ଏପରିକି ଏକାଧିକ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନିକଟରେ ଲକ୍ଷାଧିକ ଟଙ୍କା ନେଣଦେଣ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ଉକ୍ତ ବ୍ୟକ୍ତିମାନଙ୍କୁ ଜେରା କରିବାକୁ ପ୍ରୟାସ ଆରମ୍ଭ କରିଛି। ଆର୍ଥିକ କାରବାର ହୋଇଥିବା ୫ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri