ଜେନେରେଟରରେ ଚାଲିଛି ହାଇଟେକ ଥାନା

କଳିଙ୍ଗନଗର,୨୩ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୦ବର୍ଷ ତଳେ ୨ଏକର ଜମିରେ ନିର୍ମିତ ହୋଇଥିଲା ଏକ ହାଇଟେକ ଥାନା। ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଥାନା ଯାଜପୁର ଜିଲାର ଏକମାତ୍ର ହାଇଟେକ ଥାନା ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଥାନାରେ ସେତେବେଳେ ଜଣେ ଇନ୍ସପେକ୍ଟର, ୬ଜଣ ସବଇନ୍ସପେକ୍ଟର, ୨ଜଣ ଏଏସ୍‌ଆଇ, ଜଣେ ହାବିଲଦାର ଓ ୯ଜଣ କନଷ୍ଟେବଳ କାର୍ଯ୍ୟ କରିବା ସହିତ ଏଠାରେ ୨ଜଣ ସେକ୍ସନ ଫୋର୍ସ ରହିବାର ପ୍ରସ୍ତାବ ରହିଥିଲା। ଶିଳ୍ପାଞ୍ଚଳର ୫ଟି କାରଖାନା ସମେତ ପ୍ରାୟ ୧୫ଟି ଗାଁର ଆଇନ୍‌ ଶୃଙ୍ଖଳା ରକ୍ଷା କରିବା ପାଇଁ ଏଠାରେ ଥାନା ସ୍ଥାପନ କରାଯାଇଥିଲା। ମାତ୍ର ବିଭାଗୀୟ ଅଣଦେଖା ପାଇଁ ହାଇଟେକ ଥାନା ଏବେ ଗୁରୁତ୍ୱ ହରାଇଛି। ଥାନାକୁ ଯାତାୟାତ ପାଇଁ କୌଣସି ସ୍ଥାୟୀ ରାସ୍ତା ନ ଥିବାବେଳେ ଥାନା ସମ୍ମୁଖରେ ରେଳଲାଇନ ଯାଇଥିବାରୁ ଥାନା ଏକ ପ୍ରକାର ବନ୍ଦୀ ହୋଇ ରହିଛି। ପଛ ପାଖରେ ନୂତନଭାବେ ଏକ କମନ କରିଡର ନିର୍ମାଣ ହୋଇଛି, ମାତ୍ର ଏହା ସହିତ ଥାନା ରାସ୍ତା ସଂଯୋଗ ହୋଇନାହିଁ। ସମ୍ମୁଖରେ ମୁଖ୍ୟରାସ୍ତା ଥିବାବେଳେ ଏକ କି.ମି. ବୁଲାଣି ରାସ୍ତାରେ ଥାନା ଗାଡ଼ି ଯାତାୟାତ କରୁଛି। କେବଳ ସେତିକି ନୁହେଁ, ଗତ ୧୦ମାସ ହେଲା ଥାନା ଅନ୍ଧାରରେ ରହିଛି। ଆରମ୍ଭରୁ ଥାନାର ନିଜସ୍ବ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହୋଇ ନ ଥିବାବେଳେ ଥାନା ସଂଲଗ୍ନ ମୈଥାନ ଇସ୍ପାତ କାରଖାନାରୁ ଆବଶ୍ୟକ ବିଜୁଳି ଯୋଗାଇ ଦିଆଯାଉଥିଲା। ବର୍ଷକ ତଳୁ ମୈଥାନ କାରଖାନା ବନ୍ଦ ହେବା ପରେ ଥାନାକୁ ରହିଥିବା ବିଦ୍ୟୁତ ଯୋଗାଣ ସ୍ବାଭାବିକଭାବେ ବନ୍ଦ ହୋଇ ଯାଇଥିଲା। ଦୀର୍ଘ ମାସ ତଳୁ ଏହି ଥାନା ଅନ୍ଧାରରେ ରହିିଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଇ ନାହିଁ। ଦିନତମାମ ବିନା ବିଜୁଳି ଆଲୁଅରେ ଥାନା କାମ ଚାଲୁଥିବାବେଳେ ରାତିରେ ଜେନେରେଟର ମାଧ୍ୟମରେ କାମଚଳା ବିଦ୍ୟୁତ ବ୍ୟବସ୍ଥା କରାଯାଉଛି। ଥାନା ପାଇଁ ବିଜୁଳି ବ୍ୟବସ୍ଥା ଜରୁରୀ ହୋଇଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପକ୍ଷରେ ଥାନାର ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଉପେକ୍ଷିତ ହୋଇଛି। ଆବଶ୍ୟକ ମୁତାବକ ଏହି ଥାନାରେ କର୍ମଚାରୀ ନ ଥିବା ଜଣାପଡିଛି। ମାତ୍ର ଜଣେ ସବଇନ୍ସପେକ୍ଟର, ଜଣେ ଏଏସଆଇ ଏବଂ ୯ଜଣ କନେଷ୍ଟବଳ, ଜଣେ ହାବିଲଦାର, ଜଣେ ହୋମଗାର୍ଡଙ୍କୁ ନେଇ ଥାନା କାର୍ଯ୍ୟ ଚାଲିଛି। ଥାନା ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ଲୋକ ସମ୍ବଳ ଅଭାବ ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଏହା ବ୍ୟତୀତ ଥାନାକୁ ପ୍ରଥମେ ଆସୁଥିବା ଲୋକ ଥାନାର ନାମକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବା ଦେଖିବାକୁ ମିଳିଛି। କାରଣ, ଥାନା ସମ୍ମୁଖ କାନ୍ଥ ଫଳକରେ ଥାନାର ନାମ କଳିଙ୍ଗନଗର ଥାନା-୨ ଲେଖା ହୋଇଥିବାବେଳେ ଭିତରେ ଏହାର ନାମ ଯଖପୁରା ଥାନା ଲେଖା ହୋଇଛି। ଗୃହ ବିଭାଗ ଯଖପୁରା ଥାନାର ଦୁରାବସ୍ଥା ପ୍ରତି ଦୃଷ୍ଟି ଦେବା ସହିତ ଏହାର ସମାଧାନ ପାଇଁ ଜରୁରୀ ପଦକ୍ଷପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri