Posted inଖେଳ

ଜେଣ୍ଡାନାଙ୍କ ଡବଲରେ ଜାପାନ ବିଜୟୀ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଶୁକ୍ରବାର ଏସୀୟ ଚାମ୍ପିୟନ ଜାପାନ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଏହି ଦଳ ୩-୧ ଗୋଲରେ ମେକ୍ସିକୋକୁ ପରାସ୍ତ କରିଛି। ଯୁବ ମେକ୍ସିକୋ ଦଳ ଭଲ ଖେଳିଥିଲେ ହେଁ ଜାପାନର ପ୍ରଦର୍ଶନ ଆଗରେ ହାର ମାନିଥିଲା। ବିଜୟ ଫଳରେ ଜାପାନ ୩ ପଏଣ୍ଟ ହାସଲ କରିଛି। ଡବଲ ଗୋଲ ସ୍କୋର କରି ଜାପାନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହିରୋତକା ଜେଣ୍ଡାନା ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜେଣ୍ଡାନା ଏଠାରେ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଥିଲେ।
ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୮ ତମ ସ୍ଥାନରେ ଥିବା ଜାପାନ ବିପକ୍ଷରେ ୩୯ତମ ର଼୍ୟାଙ୍କ୍‌ ଦଳ ମେକ୍ସିକୋ ଆରମ୍ଭରୁ ଗୋଲ ଦେଇ ଚାପ ପକାଇବାରେ ସକ୍ଷମ ହୋଇଥିଲା। ମ୍ୟାଚର ୩ୟ ମିନିଟରେ ଏରିକ୍‌ ହର୍ନାଣ୍ଡେଜ୍‌ ଏକ ଫିଲ୍ଡ ଗୋଲ ଦେଇ ମେକ୍ସିକୋକୁ ଅଗ୍ରଣୀ କରାଇଥିଲେ। ମାତ୍ର ଦଳର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ଏହାର ଅଳ୍ପକିଛି ସେକେଣ୍ଡ ବ୍ୟବଧାନରେ ଅର୍ଥାତ୍‌ ସେହି ୩ୟ ମିନିଟରେ ଜାପାନର ହିରୋତକା ଜେଣ୍ଡାନା ପେନାଲ୍ଟି କର୍ନରରୁ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚ ଆଗକୁ ବଢ଼ିବା ସହ ଜାପାନ କ୍ରମେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦ୍ୱିତୀୟ କ୍ବାର୍ଟରରେ ମ୍ୟାଚର ୨୧ତମ ମିନିଟରେ ମେକ୍ସିକୋ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଶୋତା ୟାମାଦା ଏହାକୁ ଗୋଲରେ ପରିଣତ କରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଜାପାନ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୪ତମ ମିନିଟରେ ଜାପାନକୁ ମିଳିଥିବା ପେନାଲ୍ଟି କର୍ନରକୁ ହିରୋତକା ଜେଣ୍ଡାନା ଗୋଲରେ ପରିଣତ କରିବାରୁ ଜାପାନର ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚତ୍ ଯାଇଥିଲା। ମ୍ୟାଚରେ ଜେଣ୍ଡାନାଙ୍କର ଏହାଥିଲା ଦ୍ୱିତୀୟ ଗୋଲ। ଏହାପରେ କିନ୍ତୁ ଜାପାନକୁ କଡ଼ା ଟକ୍କର ଦେଇଥିଲା ମେକ୍ସିକୋ। ଜାପାନ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ମେକ୍ସିକୋ ଡିଫେଣ୍ଡର ଓ ଗୋଲକିପର ଜୋସ ହେର୍ନାଣ୍ଡେଜ ଚମତ୍କାର ପ୍ରଦର୍ଶନ କରି ଆଉ ଗୋଲ ହେବାକୁ ଦେଇ ନ ଥିଲେ। ଶନିବାର ଜାପାନ ଏହାର ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ବିପକ୍ଷରେ ମେକ୍ସିକୋ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri