Posted inରାଜ୍ୟ

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ବିଳମ୍ବ : ଅଗଷ୍ଟ ୧ରେ ଜିଲା ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୨୫।୭: ନୟାଗଡ଼ ଜିଲାରେ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିରେ ବିଳମ୍ବ ହୋଇଥିବା ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ଏ ନେଇ ସଂଘ ପକ୍ଷରୁ ବାରମ୍ବାର ଜିଲା ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଫଳରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଅଗଷ୍ଟ ୧ ତାରିଖରେ ଜିଲା ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।
ଯେ, ପ୍ରାଥମିକ ଶିକ୍ଷକମାନେ ଷଷ୍ଠ ଲେଭଲରେ ନିଯୁକ୍ତି ପାଇଥିଲେ। ୨୦ ସେପ୍ଟେମ୍ବର ୨୦୧୭ରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ଏହା ପରେ ଶିକ୍ଷକମାନଙ୍କ ପଦୋନ୍ନତି ହେବା କଥା, ମାତ୍ର ତାହା ହୋଇନାହିଁ। ପଦୋନ୍ନତିରେ ବିଳମ୍ବ ହେଲେ ପ୍ରତି ୧୦, ୨୦ ଓ ୩୦ ବର୍ଷରେ ବର୍ଦ୍ଧିତ ଦରମା (ଏମ୍‌ଏସ୍‌ପି) ଦେବା ପାଇଁ ରାଜ୍ୟ ସରକାର ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁସାରେ ପ୍ରତି ବ୍ଲକରେ ବର୍ଷକୁ ଦୁଇ ଥର ସ୍କ୍ରିନିଂ କମିଟି ବସି ଯୋଗ୍ୟ ବିବେଚିତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଚୟନ କରିବେ। ଉକ୍ତ ବ୍ଲକ ଅନ୍ତର୍ଗତ ଯେଉଁ ଶିକ୍ଷୟିତ୍ରୀ ବା ଶିକ୍ଷକମାନଙ୍କ ୧୦, ୨୦, ୩୦ ବର୍ଷ ପୂରଣ ହୋଇଥିବ ସେହି ଅନୁସାରେ ତାଙ୍କର ବର୍ଦ୍ଧିିତ ଦରମା ଲାଗୁ କରାଯିବ। ବର୍ଷକୁ ଦୁଇଥର ଜାନୁୟାରୀ ଓ ଜୁଲାଇ ମାସରେ ସ୍କ୍ରିନିଂ କମିଟି ବସିବା କଥା। ବ୍ଲକ ଶିକ୍ଷାଧିକାରୀ ଏହି କମିଟିର ସଂଯୋଜକ ହୋଇଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଅଧ୍ୟକ୍ଷ ଅଟନ୍ତି। ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୪ ଥର ସ୍କ୍ରିନିଂ କମିଟି ବୈଠକ ବସିବା କଥା, ମାତ୍ର ଏ ପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ଫଳରେ ୧୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଏହି ବର୍ଦ୍ଧିିତ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ଅନେକ ଶିକ୍ଷୟିତ୍ରୀ ଶିକ୍ଷକ ବର୍ଦ୍ଧିତ ଦରମା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାହା ନ ପାଇ ଅବସର ଗ୍ରହଣ କରିସାରିଲେଣି। ୨୦୧୮ ମସିହାରେ ଓ ଗତ ଜୁଲାଇ ୯ ତାରିଖରେ ଶିକ୍ଷକ ସଂଘ ପକ୍ଷରୁ ସ୍କ୍ରିନିଂ କମିଟି ବୈଠକ ଲାଗି ଜଣାଯାଇଥିଲା। ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହି କମିଟି ବୈଠକ ବସିପାରିନାହିଁ। ଏହାର ପ୍ରତିବାଦରେ ଅଗଷ୍ଟ ୧ ତାରିଖରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଓ ସାଧାରଣ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ସଂଯୋଜକ ହୋଇଥିବାରୁ ସେମାନେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ତାଲିକା ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି କରି ପାରିନାହାନ୍ତି। ଫଳରେ ଏହିଭଳି ଅସୁବିଧା ଦେଖାଦେଇଛି। ବିଇଓମାନେ ଡାଟା ପ୍ରସ୍ତୁତ କରି କାର୍ଯ୍ୟାଳୟରେ ଦାଖଲ କଲା ପରେ ସ୍କ୍ରିନିଂ କମିଟି ବୈଠକ କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରଧାନ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri