Posted inଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ ୬ଟି ପଦକ ହାସଲ କରିଛି। ଫଳରେ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତର ମୋଟ ପଦକ ସଂଖ୍ୟା ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହ ୧୧ରେ ପହଞ୍ଚତ୍ଛି। ରବିବାର ଅନୁଷ୍ଠିତ ପୁରୁଷ ୫୦ ମିଟର ପିସ୍ତଲରେ ଭାରତର ଗୌରବ ରାଣା ଏବଂ ଅର୍ଜୁନ ସିଂ ଚିମା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ। ରାଣା ୬୦ ଶଟ୍‌ପରେ ୫୫୩ ସ୍କୋର କରିଥିବାବେଳେ ଚିମା ୫୫୧ ସହ ଦ୍ୱିତୀୟ ହୋଇଥିଲେ। ଏହି ଦୁଇଜଣ ବିଜୟବୀର ସିଦ୍ଧୁ (୫୪୭)ଙ୍କ ସହିତ ମୋଟ ୧୬୫୧ ସ୍କୋର କରି ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବେଲାରୁଷ ଦଳକୁ ରୌପ୍ୟ ପଦକ ମିଳିଥିଲା। ପ୍ରତିଯୋଗିତାରେ ବିଜୟବୀରଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ଶନିବାର ପ୍ରଥମ ଦିବସରେ ସେ ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ମହିଳା ୫୦ ମିଟର ପିସ୍ତଲ ଇଭେଣ୍ଟରେ ପ୍ରିୟା ରାଘବନ ୫୩୫ ସ୍କୋର କରିବା ସହ ରୌପ୍ୟ ପଦକ ହାସଲ କରିଥିବାବେଳେ ବିଭୂତି ଭାଟିଆ ୫୩୧ ପଏଣ୍ଟ ସହ ବ୍ରୋଞ୍ଜ ପାଇଥିଲେ। ଏହି ଦୁଇଜଣ ଆହୁରି ମଧ୍ୟ ହର୍ଷଦା ନିଥାଭେ (୪୯୧)ଙ୍କ ସହ ମୋଟ ୧୫୫୭ ସ୍କୋର କରି ଟିମ୍‌ ରୌପ୍ୟ ଜିତିଥିଲେ। ଇଭେଣ୍ଟରେ ରୁଷିଆ ସ୍ବର୍ଣ୍ଣ ପଦକ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri