ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ

ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ ହୋଇପଡ଼ିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଶେଷରେ ଘରଦ୍ୱାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗଁା ଛାଡିଲେ ଦଳିତ ପରିବାର। ଗଁା ଛାଡ଼ିବା ପରେ ଭୟରେ ଲାଗିଛି ରୋକ୍‌। ହେଲେ ଭୁଲି ପାରୁ ନାହାନ୍ତି ଆଖିଆଗରେ ଚାଲି ଯାଇଥିବା ନିଜର ଲୋକଙ୍କୁ। ଆଖିରୁ ଶୁଖୁନି ଲୁହ କି ମନରୁ ଲିଭୁନି କୋହ। ମରୁ ମରୁ ବଞ୍ଚିବା ଅପେକ୍ଷା ଗଁା ଛାଡି ସେମାନେ ବର୍ତ୍ତି ଯାଇଛନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।

ନୟାଗଡ଼ ଅଫିସ/ରଣପୁର,୭ା୬(ସ୍ବ.ପ୍ର.): ଶ୍ମଶାନ ପରି ଲାଗୁଥିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଗଁାରେ କାହାକୁ ଦେଖିବାକୁ ମିଳି ନ ଥିଲା। ଘରର କବାଟ ଝରକା ନ ଥିଲା। ଶୂନଶାନ ଯୋଗୁ ଗଁାରେ ପଶିଲା ବେଳକୁ ଭୟ ବି ଲାଗୁଥିଲା। ଲୋକମାନେ ନିଜକୁ ନିଜେ ଗଁା ଛାଡିଛନ୍ତି ନା ତାଙ୍କୁ କେହି କାଢ଼ି ଦେଇଛନ୍ତି ତାହା ଜାଣି ହେଉ ନ ଥିଲା। ତେବେ ଆଖପାଖ ଗଁାର ଲୋକଙ୍କ ସୂଚନାରୁ ଜଣାପଡିଥିଲା ଦେବଦେବୀଙ୍କ କୋପ ବଦଳାଇ ଦେଇଛି ଗଁାର ଚିତ୍ର। ନୟାଗଡ଼ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଞ୍ଚାୟତରେ ଥିବା ଏହି ଗଁାରେ ୭ ଦଳିତ ପରିବାରର ୫୫ ଲୋକ ପ୍ରାୟ ଦେଢ଼ଶହ ବର୍ଷ ହେଲା ଏଠାରେ ବାସ କରିଆସୁଥିଲେ। ସବୁ କିଛି ଠିକ୍‌ଠାକ୍‌ ଥିଲା। ପୁରୁଷ ଲୋକମାନଙ୍କର ମୃତ୍ୟୁ ବିଭିନ୍ନ ସମୟରେ ଘଟୁଥିଲା। ହେଲେ କାରଣ ଜଣାପଡୁ ନ ଥିଲା। ୫୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମୃତ୍ୟୁ ପରେ କେହି ବି କାରଣ ଖୋଜୁ ନ ଥିଲେ। ତେବେ ଗତ ୬ ବର୍ଷ ତଳେ ଦୟାନିଧି ନାୟକ ନାମକ ଜଣେ ୪୦ ବର୍ଷର ଯୁବକ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ଆକସ୍ମିକ ଥିଲା। ରୋଗ କିଛି ନ ଥିଲା। ତାଙ୍କର ୧୦ ଓ ୯ ବର୍ଷର ଦୁଇ ପୁଅ ଅଛନ୍ତି। ପରେ ମାଗୁଣି ନାୟକ(୪୫)ଙ୍କର ବି ଆକସ୍ମିକ ମୃତ୍ୟୁ ହେଲା। ହେଲେ କିଛି ମାସ ପରେ ମାଗୁଣିଙ୍କ ପୁଅ ବାବୁଲା (୨୫)ଙ୍କ ମୃତ୍ୟୁ ଗଁା ଲୋକଙ୍କୁ ଭୟଭୀତ କରିଥିଲା। ରୋଗର କାରଣ ଜାଣିବା ପୂର୍ବରୁ ଜଣକ ପରେ ଜଣେ ଆଖି ବୁଜୁଥିଲେ। କିଛି ମାସ ଅନ୍ତରରେ ପୁଣି ବଂଶୀଧର ନାୟକ(୪୫) ଓ ପୁଅ ପୂର୍ଣ୍ଣଚନ୍ଦ୍ର(୨୪)ଙ୍କ ମୃତ୍ୟୁ ହୋଇଥିଲା। ବାପ ପୁଅଙ୍କ ମୃତ୍ୟୁକୁ ଗଁାଲୋକେ ଆଉ ଭୁଲି ପାରିଲେ ନାହିଁ। ଗଁାରେ ବସିଲା ସଭା। ଆଉ ଗଁା ଛାଡି ଯିବାକୁ ନିଷ୍ପତ୍ତି ହେଲା। କେହି ଯାଇ ଅନ୍ୟ ଗଁାରେ ଭଡ଼ାରେ ରହିଲେ ତ ଆଉ କିଏ ବନ୍ଧୁବାନ୍ଧବ ଘରେ। ପୁଣି ଆଉ କିଏ ଯାଯାବର ଜୀବନଯାପନ କଲେ। କାହା ଖବର କାହା ପାଖରେ ରହିଲା ନାହିଁ। ଏବେ ପ୍ରାୟ ୧୦ଦିନ ହେଲା ଗୁଣ୍ଡୁରାବାରି ଦଳିତସାହି ଶ୍ରୀହୀନ ହୋଇପଡିଛି। ବସବାସ ଅଭାବରୁ ଘରଗୁଡିକ ମଧ୍ୟ ପରିତ୍ୟକ୍ତ ହେବାରେ ଲାଗିଛି। ଗଁା ଛାଡିବା ଓ ଅକାଳ ମୃତ୍ୟୁର କାରଣ ଜାଣିବା ପାଇଁ ଭେଟିଥିଲୁ ମୃତକ ବଂଶୀଧରଙ୍କ ସ୍ତ୍ରୀ ବସନ୍ତଙ୍କୁ। ବସନ୍ତ କହିବା ସମୟରେ ଭୋଭୋ ହୋଇ କାନ୍ଦି ଗଁା ଲୋକଙ୍କର ଅଭିଶପ୍ତ ଜୀବନକୁ ବଖାଣିଥିଲେ। ଗଁାର ମାଗୁଣି ଓ ପୁଅ ବାବୁଲାଙ୍କ ମୃତ୍ୟୁ ପରେ ମୃତ୍ୟୁର କାରଣ ଖୋଜାଗଲା। ବାବୁଲା ରକ୍ତବାନ୍ତି କରି ଚାଲିଗଲେ। ମୋ ସ୍ବାମୀ ଯୁବାବସ୍ଥାରେ ପ୍ରାଣ ହରାଇଲେ। ପୁଅ ବି ରକ୍ତବାନ୍ତି କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଲା। ରୋଗ କିଛି ନ ଥିଲା। ତଥାପି ସାଲାଇନ ଲଗାଇଥିଲେ। ପୁଅ ମରିଗଲା ପରେ ବୋହୂକୁ ବାପଘର ଲୋକ ନେଇଗଲେ। ମୁଁ ଏବେ ପୁଅ ଓ ସ୍ବାମୀଙ୍କ ମୃତ୍ୟୁ ସମେତ ଗଁାଲୋକଙ୍କ ଦଶା ଦେଖି ରୋଗୀଣା ହୋଇଗଲିଣି। ସରକାରଙ୍କ ଭତ୍ତା ୫୦୦ ଟଙ୍କା ଓ ୫ କିଲେ ଚାଉଳ ମୋତେ ପାଉ ନାହିଁ। ଡାଇବେଟିସ୍‌, ଗ୍ୟାସଟ୍ରିକ୍‌ ଓ ଅନ୍ୟ ରୋଗ ଦାଉ ସାଧିଛି। ତେବେ ଦଇବ ମୋତେ ବଞ୍ଚାଇ ରଖିଛି। ଦେବଦେବୀଙ୍କ କୋପ ଆମ ଗଁା ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ପୂର୍ବରୁ ଆମ ଗଁାରେ ଛାଞ୍ଚୁଣିଆ ପରିବାର ରହୁଥିଲେ। ସେମାନଙ୍କର ବଂଶ ଲୋପ ହୋଇଯିବା ଦେଖି ସେମାନେ ଗଁା ଛାଡିଥିଲେ। ଛାଞ୍ଚୁଣିଆ ପରିବାର ପରେ ଦଳିତ ଲୋକଙ୍କ ପାଳି ପଡିଛି। ଏଭଳି ଦୁଃଖଦ ସମୟରେ ସରକାର ଓ ପ୍ରଶାସନ ଆମ ପାଇଁ କିଛି କାମରେ ଆସୁନାହାନ୍ତି। ଆମ ଦୁଃଖ କେହି ଶୁଣୁ ନାହାନ୍ତି। ଆମେ କେବଳ ନର୍କ ଯନ୍ତ୍ରଣା ଭୋଗୁଛୁ ବୋଲି ବସନ୍ତ କାନ୍ଦି କାନ୍ଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri