ଜିଲା ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ:ଅନ୍‌ଲାଇନରେ ଠିକ୍‌ ତଥ୍ୟ ପ୍ରଦାନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୬।୧୨

କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଆଇଏଏସ୍‌ ଅଧିକାରୀ ଯତୀନ୍ଦ୍ରନାଥ ସ୍ବାଇଁ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଆଂକାକ୍ଷା ଜିଲା ସମ୍ପର୍କିତ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ମୌଳିକ ଭିତ୍ତିଭୂମି, ଅର୍ଥ ଏବଂ ଦକ୍ଷତା ବୃଦ୍ଧି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍‌ଲାଇନରେ ଶତ ପ୍ରତିଶତ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ସେ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମମତା ଯୋଜନାରେ ଜିଲାରେ ଶତକଡ଼ା ୯୩% ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି। ହିନ୍ଦୋଳ ବ୍ଲକରେ ସର୍ବନିମ୍ନ ୮୬% ପଞ୍ଜୀକରଣ ହୋଇଛି। ଜିଲାର ଗର୍ଭବତୀମାନେ ଅନ୍ୟ ଜିଲାକୁ ଯାଇ ପ୍ରସବ କରୁଛନ୍ତି। ଏହାର ତଥ୍ୟ ଆକଳନ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଜିଲାରେ ୧୭,୪୫୮ ଗର୍ଭବତୀ ପ୍ରସବ କରିଛନ୍ତି। ଆଧାର ତଥ୍ୟ ଅନୁଯାୟୀ ସମସ୍ତ ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ କରାଯାଇଛି। ଜିଲାରେ କନ୍ୟା ସନ୍ତାନ ହାର ୯୧୦କୁ ବୃଦ୍ଧି ପାଇଛି। ୩୦ ପ୍ରସବସ୍ଥଳିରେ ୧୦୦% ପ୍ରସବ ସଫଳତାର ସହ ହେଉଛି। କେତେକ ବ୍ଲକରେ କିଡ୍‌ନୀ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିକାର ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅତିରିକ୍ତ ଶାସନ ସଚିବ ସୂଚନା ଦେଇଛନ୍ତି। ଜିଲାର ୨୦ ସ୍କୁଲରେ ସ୍ମାର୍ଟକ୍ଲାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ମାତ୍ର ୫ଟି ବିଦ୍ୟାଳୟରେ ସୌରଶକ୍ତି ଦ୍ୱାରା ଏହା କାର୍ଯ୍ୟକାରୀ ହେଉଛି। ୨୨୦୦ ଅଙ୍ଗନୱାଡି କେନ୍ଦ୍ରରୁ ୧୭୭୨ଟିର କୋଠା ନିର୍ମାଣ ସରିଛି। କୃଷି ସମୀକ୍ଷାରୁ ଜଣାପଡ଼ିଛି, ୯୪,୬୫୨ ହେକ୍ଟର ଚାଷଜମିରୁ ୩୯,୦୦୦ ହେକ୍ଟର ଜଳସେଚିତ। ଜାନୁୟାରୀ ୧୫ରୁ ଏପ୍ରିଲ ମଧ୍ୟରେ ଜଳସେଚନ ପାଇଁ କେନାଲରେ ପାଣି ଛଡ଼ାଯିବ। ୧୯,୨୧୫ ଚାଷୀ ଫସଲ ବୀମାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉନ୍ନତ କୃଷି ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ ପାଇଁ ଜିଲାର କେତେଜଣ ଚାଷୀଙ୍କୁ ପଞ୍ଜାବର ହୋସିଆରପୁର ପଠାଯିବ। ଏଥିରେ ସହଯୋଗ କରିବାକୁ ଅତିରିକ୍ତ ଶାସନ ସଚିବ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୯୯% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା। ଏହି ଅବସରରେ ମୁଦ୍ରା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି, ଅଟଳ ପେନ୍‌ସନ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଦକ୍ଷତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ପୁଷ୍ଟିହୀନତା ଦୂର କରିବା, ଛାତ୍ରୀଛାତ୍ରଙ୍କୁ ୧୦୦% ପାଠ୍ୟପୁସ୍ତକ ଯୋଗାଣ, କୃଷକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନାର ପ୍ରଚାର କରିବା ଉପରେ ଅତିରିକ୍ତ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ଯୋଜନା ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri