ଜିଲା ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ:ଅନ୍‌ଲାଇନରେ ଠିକ୍‌ ତଥ୍ୟ ପ୍ରଦାନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୬।୧୨

କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଆଇଏଏସ୍‌ ଅଧିକାରୀ ଯତୀନ୍ଦ୍ରନାଥ ସ୍ବାଇଁ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଆଂକାକ୍ଷା ଜିଲା ସମ୍ପର୍କିତ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ମୌଳିକ ଭିତ୍ତିଭୂମି, ଅର୍ଥ ଏବଂ ଦକ୍ଷତା ବୃଦ୍ଧି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍‌ଲାଇନରେ ଶତ ପ୍ରତିଶତ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ସେ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମମତା ଯୋଜନାରେ ଜିଲାରେ ଶତକଡ଼ା ୯୩% ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି। ହିନ୍ଦୋଳ ବ୍ଲକରେ ସର୍ବନିମ୍ନ ୮୬% ପଞ୍ଜୀକରଣ ହୋଇଛି। ଜିଲାର ଗର୍ଭବତୀମାନେ ଅନ୍ୟ ଜିଲାକୁ ଯାଇ ପ୍ରସବ କରୁଛନ୍ତି। ଏହାର ତଥ୍ୟ ଆକଳନ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଜିଲାରେ ୧୭,୪୫୮ ଗର୍ଭବତୀ ପ୍ରସବ କରିଛନ୍ତି। ଆଧାର ତଥ୍ୟ ଅନୁଯାୟୀ ସମସ୍ତ ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ କରାଯାଇଛି। ଜିଲାରେ କନ୍ୟା ସନ୍ତାନ ହାର ୯୧୦କୁ ବୃଦ୍ଧି ପାଇଛି। ୩୦ ପ୍ରସବସ୍ଥଳିରେ ୧୦୦% ପ୍ରସବ ସଫଳତାର ସହ ହେଉଛି। କେତେକ ବ୍ଲକରେ କିଡ୍‌ନୀ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିକାର ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅତିରିକ୍ତ ଶାସନ ସଚିବ ସୂଚନା ଦେଇଛନ୍ତି। ଜିଲାର ୨୦ ସ୍କୁଲରେ ସ୍ମାର୍ଟକ୍ଲାସ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ମାତ୍ର ୫ଟି ବିଦ୍ୟାଳୟରେ ସୌରଶକ୍ତି ଦ୍ୱାରା ଏହା କାର୍ଯ୍ୟକାରୀ ହେଉଛି। ୨୨୦୦ ଅଙ୍ଗନୱାଡି କେନ୍ଦ୍ରରୁ ୧୭୭୨ଟିର କୋଠା ନିର୍ମାଣ ସରିଛି। କୃଷି ସମୀକ୍ଷାରୁ ଜଣାପଡ଼ିଛି, ୯୪,୬୫୨ ହେକ୍ଟର ଚାଷଜମିରୁ ୩୯,୦୦୦ ହେକ୍ଟର ଜଳସେଚିତ। ଜାନୁୟାରୀ ୧୫ରୁ ଏପ୍ରିଲ ମଧ୍ୟରେ ଜଳସେଚନ ପାଇଁ କେନାଲରେ ପାଣି ଛଡ଼ାଯିବ। ୧୯,୨୧୫ ଚାଷୀ ଫସଲ ବୀମାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉନ୍ନତ କୃଷି ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ ପାଇଁ ଜିଲାର କେତେଜଣ ଚାଷୀଙ୍କୁ ପଞ୍ଜାବର ହୋସିଆରପୁର ପଠାଯିବ। ଏଥିରେ ସହଯୋଗ କରିବାକୁ ଅତିରିକ୍ତ ଶାସନ ସଚିବ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୯୯% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା। ଏହି ଅବସରରେ ମୁଦ୍ରା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି, ଅଟଳ ପେନ୍‌ସନ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଦକ୍ଷତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ପୁଷ୍ଟିହୀନତା ଦୂର କରିବା, ଛାତ୍ରୀଛାତ୍ରଙ୍କୁ ୧୦୦% ପାଠ୍ୟପୁସ୍ତକ ଯୋଗାଣ, କୃଷକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନାର ପ୍ରଚାର କରିବା ଉପରେ ଅତିରିକ୍ତ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ଯୋଜନା ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri