ଜିଲା ଶିକ୍ଷାଧିକାରୀଙ୍କ ନିୟମକୁ ବିରୋଧ :ସ୍କୁଲରେ ତାଲା ପକାଇଲେ ମହିଳା

ଆନନ୍ଦପୁର,୨୩। ୭(ସ୍ବ.ପ୍ର.)- ଘସିପୁରା ବ୍ଲକ ଭୋଳନୁଆଗାଁର ୟୁଜିଏମଇ ସ୍କୁଲକୁ ସୋମବାର ମହିଳା ଅଭିଭାବକମାନେ ତାଲା ପକାଇଥିଲେ। ଏହି ବିଦ୍ୟାଳୟର ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ ୬ଟାରୁ ୧୧ ଟା ଏବଂ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପଠାପଢିବେ ବୋଲି ଜିଲା ଶିକ୍ଷାଧିକାରୀ ନିୟମ କରିଛନ୍ତି। ଏହି ନିୟମକୁ ବିରୋଧ କରି ମହିଳା ମାନେ ବିଦ୍ୟାଳୟ ମୁଖ୍ୟ ଫାଟକକୁ ଦୀର୍ଘ ଘଣ୍ଟା ଧରି ତାଲା ପକାଇଥିଲେ।
ଶ୍ରେଣୀ ଗୃହର ଅଭାବ ବିଦ୍ୟାଳୟର ମୁଖ୍ୟ ସମସ୍ୟା। ଗୋଟିଏ ଶ୍ରେଣୀ ଗୃହରେ ବିଦ୍ୟାଳୟର ପ୍ରଥମରୁ ୭ମ ପର୍ଯ୍ୟନ୍ତ ୧୩୮ ଛାତ୍ରୀଛାତ୍ର ନିର୍ଭର କରୁଛନ୍ତି। ବିଦ୍ୟାଳୟର ରହିଥିବା ଅସୁରକ୍ଷିତ ଶ୍ରେଣୀ ଗୃହର ମରାମତି ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ନୂତନ ଗୃହ ପାଇଁ ମଧ୍ୟ ଅନୁଦାନ ମଞ୍ଜୁର ହୋଇଛି। ହେଲେ ଶ୍ରେଣୀ ଗୃହ ମରାମତି ହୋଇପାରୁନି କି ନୂତନ ଗୃହ ମରାମତି ହୋଇପାରୁନି। ଯେଉଁଥିପାଇଁ ଶିକ୍ଷା ଜିଲା ଅଧିକାରୀ ଛାତ୍ରୀଛାତ୍ର ପାଠପଢିବା ପାଇଁ ଏହି ନିୟମ ଲାଗୁ କରିଥିଲେ। ଯାହାକୁ ଅଭିଭାବକମାନେ ବିରୋଧ କରିଛନ୍ତି। ବିଦ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ ଏବଂ ଅସୁରକ୍ଷିତ ଗୃହର ମରାମତି କରାଯାଇ ଛାତ୍ରୀଛାତ୍ରଙ୍କ ପାଠପଢାକୁ ସ୍ବାଭାବିକ କରିବା ପାଇଁ ମହିଳାମାନେ ବିଦ୍ୟାଳୟରେ ତାଲା ପକାଇଥିଲେ। ଏବିଇଓ ଉତ୍ତମ ନାୟକ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ମହିଳାମାନେ ଜିଦ୍‌ରେ ଅଟଳ ରହିଥିଲେ। ପରେ ଏନେଇ ଘସିପୁରା ବିଡିଓଙ୍କ ସହିତ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରିବାକୁ ମହିଳାମାନଙ୍କୁ ବିଇଓ ନାୟକ କହିଥିଲେ। ପରେ ମହିଳାମାନେ ଧାରଣାରୁ ଓହରିବା ସହିତ ବିଡିଓଙ୍କ ସହିତ ଉଭୟ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ଆଲୋଚନା କରି ସମାଧାନର ସୂତ୍ର ବାହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri