ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ସହ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ଯାଇଥିଲେ। ଜିଲାପାଳ ପ୍ରଥମେ ଜଣେ ରୋଗୀଙ୍କୁ ଡାକି ମିଳୁଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରିଥିଲେ। ଏଥିସହ ପଞ୍ଜୀକରଣ ଓ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବୁଝିଥିଲେ।
ଜିଲାପାଳ ପ୍ରଥମେ ତିନି ମହଲା ୱାର୍ଡକୁ ଯାଇ ରୋଗୀ ସେବା କିପରି ଚାଲିଛି ତାହା ବୁଲି ଦେଖିଥିଲେ। କେତେଜଣ ରୋଗୀଙ୍କ ନିରାମୟରେ ମିଳୁଥିବା ଔଷଧର ଚିଠା ଲେଖାଯାଉଛି କି ନାହିଁ ତାହା ପଚାରିଥିଲେ। ଏହାପରେ ୫ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି, ଶିଶୁ ବିଭାଗ ପରିଦର୍ଶନ କରିଥିଲେ। ଡାକ୍ତର ବା ନର୍ସ ଅର୍ଥ ମାଗୁଛନ୍ତି କି ନାହିଁ ସେ ସମ୍ପର୍କରେ ରୋଗୀଙ୍କୁ ପ୍ରଶ୍ନ କରିଥିଲେ। ଶିଶୁ ବିଭାଗରେ ପିଲାମାନେ ବାରଣ୍ଡାରେ ଶୋଇଥିବା ଦେଖି ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ୪ଜଣ ଡାକ୍ତରଙ୍କ ଚାମ୍ବରରେ ତାଲା ପଡ଼ିଥିବାରୁ ଜିଲାପାଳ ସମ୍ପୃକ୍ତ ଡାକ୍ତରମାନେ କେଉଁଠାରେ ତାହା ଜାଣିବାକୁ ଚାହିଁଥିଲେ। ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା ଡାକ୍ତରମାନେ ରାତିରେ ଡ୍ୟୁଟିରେ ଥିବାରୁ ଘରକୁ ଫ୍ରେସ୍‌ ହେବାକୁ ଯାଇଥିବା କହିଥିଲେ। ଏଥିରେ ଜିଲାପାଳ ବିରକ୍ତି ହେବା ସହ ଡାକ୍ତରମାନେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିଜ ବିଭାଗରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ୧୨ଟା ପରେ ରୋଗୀଙ୍କୁ ଦେଖିବାକୁ ୱାର୍ଡକୁ ଯିବା ସହ ଡାକ୍ତରଖାନାରେ ଥିବା ଅନ୍ୟ କାର୍ଯ୍ୟ କରିବେ ବୋଲି କହିଥିଲେ। ଏପରି କି ରାତିରେ ସ୍ପେଶାଲିଷ୍ଟମାନଙ୍କୁ ଡ୍ୟୁଟି ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଛୁଟି ଦିନ ହେଉ କି ସାଧାରଣ କାର୍ଯ୍ୟ ଦିବସ, ଡାକ୍ତରମାନେ ଜିଲା ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ଜିଲାପାଳ କହିଥିଲେ। ୫ ମହଲାର ଲିଫ୍ଟ୍ଟ ଅଚଳ ଥିବା ମେଡିକାଲ କର୍ତ୍ତୃପକ୍ଷ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦୁଇ ଦିନ ମଧ୍ୟରେ ମରାମତି କରାଯିବ ବୋଲି ଜିଲାପାଳ କହିଥିଲେ। ପରେ ମେଡିକାଲ ପଛରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଜିଲାପାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ପରେ ଫେରି ଯାଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା, ଏଡିଏମ୍‌ଓ(ମେଡିକାଲ) ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri