ଜିଲା ପ୍ରଶାସନର ଦ୍ୱାରସ୍ଥ ପଦ୍ମଶ୍ରୀ ଦୈତାରୀ ନାଏକ: ୧୦ ଗାଁର ବିକାଶ ଲାଗି ଦାବିପତ୍ର

କେନ୍ଦୁଝର, ୨୪ା୭(ଡି.ଏନ.ଏ./ସ୍ବ.ପ୍ର.)-ବିଭିନ୍ନ ସମସ୍ୟା ନେଇ ପଦ୍ମଶ୍ରୀ ଦୈତାରୀ ନାଏକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପଦ୍ମଶ୍ରୀ ନାଏକଙ୍କୁ ଗେଟ୍‌ ପାସ ମିଳିନଥିବାରୁ କଟକ ଓ ଭୁବନେଶ୍ୱରକୁ ଯାତ୍ରା କରୁଥିବା ସମୟରେ ବିଭିନ୍ନ ଟୋଲଗେଟରେ ଅଯଥା ହଇରାଣ ହେଉଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ ତାଙ୍କର ପରିଚୟ ପତ୍ର ନଥିବାରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଦର୍ଶାଇଛନ୍ତି। ଅପରପକ୍ଷେ ସେ ୧୦ଟି ଗାଁର କେତେକ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି। ବାଂଶପାଳ ବ୍ଲକର ବାରାଗଡ ଓ ଗୋନାସିକା ପଞ୍ଚାୟତକୁ ଆମ୍ବୁଲାନ୍ସ ସେବା ଯୋଗାଇବା ସହ ତଳବୈତରଣୀ ଗ୍ରାମର ସୀତାରାମ ଛକ ନିକଟରେ ଏକ ଯାତ୍ରୀନିବାସ ନିର୍ମାଣ କରିବା, ତଳବୈତରଣୀ ଗ୍ରାମର ନୂତନ ପିଚୁ ରାସ୍ତା ଓ ପୋଲ ନିର୍ମାଣ ସହିତ ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା କରିବା। ଏତଦ୍‌ବ୍ୟତୀତ ଗୋନାସିକା ପଞ୍ଚାୟତ, ବାରାଗଡ ପଞ୍ଚାୟତ, ଜୁଙ୍ଗା ପଞ୍ଚାୟତ ଓ ବକ୍ସିବାରିଗଁା ପଞ୍ଚାୟତ ଅଞ୍ଚଳକୁ ନେଇ ତଳବୈତରଣୀଠାରେ ଏକ ବିଜ୍ଞାନ କଲେଜ ଖୋଲିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। କେଉଁଠି ପାନୀୟଜଳ ନାହିଁ ଆଉ କେଉଁଠି ମୋବାଇଲ ଟାଓ୍ବାର ନାହିଁ। ଅପରପକ୍ଷେ ତଳବୈତରଣୀ ଗ୍ରାମରେ ଏକ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସହ ପଶୁଡାକ୍ତରଖାନା ସ୍ଥାପନ ନିମନ୍ତେ ସେ ଲିଖିତ ଭାବେ ଜିଲା ପ୍ରଶାସନକୁ ଜଣାଇଛନ୍ତି। କେନ୍ଦୁଝରଠାରୁ ବାରାଗଡ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି। ତଳବୈତରଣୀ ସୀତାରାମ ଛକଠାରୁ ଖୁଣ୍ଟବନ୍ଧ ଗ୍ରାମ ପର୍ଯ୍ୟନ୍ତ ଏକ ନୂତନ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରିବାକୁ ଦାବିପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?