ଜିଲା ପ୍ରଶାସନର ଦ୍ୱାରସ୍ଥ ପଦ୍ମଶ୍ରୀ ଦୈତାରୀ ନାଏକ: ୧୦ ଗାଁର ବିକାଶ ଲାଗି ଦାବିପତ୍ର

କେନ୍ଦୁଝର, ୨୪ା୭(ଡି.ଏନ.ଏ./ସ୍ବ.ପ୍ର.)-ବିଭିନ୍ନ ସମସ୍ୟା ନେଇ ପଦ୍ମଶ୍ରୀ ଦୈତାରୀ ନାଏକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପଦ୍ମଶ୍ରୀ ନାଏକଙ୍କୁ ଗେଟ୍‌ ପାସ ମିଳିନଥିବାରୁ କଟକ ଓ ଭୁବନେଶ୍ୱରକୁ ଯାତ୍ରା କରୁଥିବା ସମୟରେ ବିଭିନ୍ନ ଟୋଲଗେଟରେ ଅଯଥା ହଇରାଣ ହେଉଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ ତାଙ୍କର ପରିଚୟ ପତ୍ର ନଥିବାରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଦର୍ଶାଇଛନ୍ତି। ଅପରପକ୍ଷେ ସେ ୧୦ଟି ଗାଁର କେତେକ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି। ବାଂଶପାଳ ବ୍ଲକର ବାରାଗଡ ଓ ଗୋନାସିକା ପଞ୍ଚାୟତକୁ ଆମ୍ବୁଲାନ୍ସ ସେବା ଯୋଗାଇବା ସହ ତଳବୈତରଣୀ ଗ୍ରାମର ସୀତାରାମ ଛକ ନିକଟରେ ଏକ ଯାତ୍ରୀନିବାସ ନିର୍ମାଣ କରିବା, ତଳବୈତରଣୀ ଗ୍ରାମର ନୂତନ ପିଚୁ ରାସ୍ତା ଓ ପୋଲ ନିର୍ମାଣ ସହିତ ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା କରିବା। ଏତଦ୍‌ବ୍ୟତୀତ ଗୋନାସିକା ପଞ୍ଚାୟତ, ବାରାଗଡ ପଞ୍ଚାୟତ, ଜୁଙ୍ଗା ପଞ୍ଚାୟତ ଓ ବକ୍ସିବାରିଗଁା ପଞ୍ଚାୟତ ଅଞ୍ଚଳକୁ ନେଇ ତଳବୈତରଣୀଠାରେ ଏକ ବିଜ୍ଞାନ କଲେଜ ଖୋଲିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। କେଉଁଠି ପାନୀୟଜଳ ନାହିଁ ଆଉ କେଉଁଠି ମୋବାଇଲ ଟାଓ୍ବାର ନାହିଁ। ଅପରପକ୍ଷେ ତଳବୈତରଣୀ ଗ୍ରାମରେ ଏକ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସହ ପଶୁଡାକ୍ତରଖାନା ସ୍ଥାପନ ନିମନ୍ତେ ସେ ଲିଖିତ ଭାବେ ଜିଲା ପ୍ରଶାସନକୁ ଜଣାଇଛନ୍ତି। କେନ୍ଦୁଝରଠାରୁ ବାରାଗଡ ପର୍ଯ୍ୟନ୍ତ ଯାତ୍ରୀବାହୀ ବସ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି। ତଳବୈତରଣୀ ସୀତାରାମ ଛକଠାରୁ ଖୁଣ୍ଟବନ୍ଧ ଗ୍ରାମ ପର୍ଯ୍ୟନ୍ତ ଏକ ନୂତନ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରିବାକୁ ଦାବିପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri