ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର ପାରଳାଖେମୁଣ୍ଡିରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଥିଲା। ଆଶା ଥିଲା ଜନସାଧାରଣଙ୍କ ମୋଟରଯାନ ସମ୍ପର୍କୀତ ସମସ୍ୟାର ସମାଧାନ ହେବ। ହେଲେ ସେହି ବିଶ୍ୱାସ ଭୁଲ ସାବ୍ୟସ୍ତ ହୋଇଛି। ଜିଲାବାସୀ ସେବା ପାଇବା ପାଇଁ ଉକ୍ତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି। ନୂତନ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ସେହି କାର୍ଯ୍ୟାଳୟରେ ଭିଡ଼ ଜମୁଛି। ହେଲେ ଗାଡ଼ି ଚାଳକଙ୍କ ସୁବିଧା ପାଇଁ କୌଣସି ତପତ୍ରତା ସୃଷ୍ଟି ହେଉନାହିଁ। ନୂତନ ନିୟମ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଅକ୍ଟୋବର ୧ରୁ ଏହି ଯାଞ୍ଚକୁ କଡ଼ାକଡ଼ି କରାଯିବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା। ପରେ ଏହାକୁ କୋହଳ କରାଯାଇଛି। ଅକ୍ଟୋବର ବଦଳରେ ଜାନୁୟାରୀରୁ ଏହା କଡ଼ାକଡ଼ି ହେବ। ନୂତନ ନିୟମ ଅନୁଯାୟୀ ଗାଡ଼ି ଚାଳକଙ୍କୁ ମୋଟାଅଙ୍କରେ ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ପ୍ରଥମ ଘୋଷଣା ଅନୁସାରେ ହାତରେ ଆଉ ମାତ୍ର ୩ଦିନ ରହିଥିବାରୁ ପ୍ରଦୂଷଣ ପ୍ରମାଣପତ୍ର ଯୋଗାଡ଼ ପାଇଁ ଚାଳକମାନେ ତପତ୍ର ହୋଇପଡ଼ିଛନ୍ତି। ହେଲେ ଗଜପତି ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ କୌଣସି ବ୍ୟବସ୍ଥା ନାହଁି। ଫଳରେ ଜିଲାର ଗାଡ଼ି ଚାଳକମାନେ ପାରଳାଖେମୁଣ୍ଡି ସହର ସୀମାନ୍ତବର୍ତ୍ତୀ ତଥା ପଡ଼ୋଶୀ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମକୁ ଯାଇ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସଂଗ୍ରହ କରୁଛନ୍ତି। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କିଛି ବର୍ଷ ତଳେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବହୁ ଦିନରୁ ବନ୍ଦ ରହିଛି। ସେହିପରି ଗାଡ଼ି ଚାଳକଙ୍କ ନାମ ପଞ୍ଜୀକରଣ ପାଇଁ ବହୁ ଦିନ ଅପେକ୍ଷା କରିବାକୁ ପଡୁଛି। ଏପରି କି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସ୍ଥଳ ବି ଉପଯୁକ୍ତ ନୁହେଁ। ଜିଲାର କୋଣ ଅନୁକୋଣ ତଥା ଦୁର୍ଗମ ଅଞ୍ଚଳରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ନିଜର ଗାଡ଼ି ପଞ୍ଜୀକରଣ ଏବଂ ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌କୁ ଦୌଡ଼ୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କୁ ଜନସେବା କେନ୍ଦ୍ର ଏବଂ ଅନ୍ୟସ୍ଥାନକୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିକଟରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ହେଲେ ଏ ଯାବତ ତାହା ହୋଇନାହିଁ। କୁଆଡ଼େ ଗଜପତି ଜିଲା ଆର୍‌ଟିଓଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌। ଆର୍‌ଟିଓଙ୍କ ସମେତ ଜଣେ ଏମ୍‌ଭିଆଇ, ଜଣେ ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର, ଜଣେ ବରିଷ୍ଠ କିରାଣି, ଜଣେ କନିଷ୍ଠ କିରାଣି ଓ ଜଣେ କନ୍‌ଷ୍ଟେବଳ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ୩ ସୁରକ୍ଷା କର୍ମୀ, ଜଣେ ସହକାରୀ ପ୍ରୋଗ୍ରାମର୍‌, ଜଣେ ପିଅନ, ଇଣ୍ଟର୍‌ସେପ୍ଟର ଚାଳକ ଓ ଜଣେ ଅପରେଟର୍‌ ଅସ୍ଥାୟୀ ଭାବେ ରହିଛନ୍ତି। ଏଥିଯୋଗୁ ସେବା ପ୍ରଦାନ ପାଇଁ ବିଳମ୍ବ ଘଟୁଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି। – ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri