ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୮୦ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଡିସେମ୍ବର ୨୭ରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ଜଗତ୍‌ସିଂହପୁର ଜିଲାରୁ ୮୦,୧୪୯.୨୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତଥର ଅପେକ୍ଷା ଏଥର ୨ଟି ଅଧିକ ଅର୍ଥାତ୍‌ ମୋଟ ୧୦୫ଟି ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ପକ୍ଷରୁ ସାଧାରଣ ଏଫଏକ୍ୟୁ ଧାନ କୁଇଣ୍ଟାଲ ପ୍ରତି ମୂଲ୍ୟ ୧୮୧୫ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ୍‌ ଏ ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଖୋଲାଯିବାକୁ ଥିବା ଧାନ ମଣ୍ଡି ମଧ୍ୟରୁ ଜଗତ୍‌ସିଂହପୁର ବ୍ଲକରେ ୧୬ଟି, ବାଲିକୁଦା ୨୧, ନାଉଗାଁ ୬, ବିରିଡ଼ି ୬, ରଘୁନାଥପୁର ୯, ତିର୍ତ୍ତୋଲ ୧୫, ଏରସମା ୧୬ ଓ କୁଜଙ୍ଗରେ ୧୬ଟି ରହିଛି। ଜିଲାରେ ମୋଟ ଉପରେ ୩୦,୫୮୨ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି। ଧାନ ସଂଗ୍ରହର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନଲାଇନ୍‌ ମାଧ୍ୟମରେ ଚାଷୀଙ୍କୁ ସେମାନଙ୍କ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯିବ। ଧାନ ସଂଗ୍ରହ ବେଳେ ଚାଷୀଙ୍କୁ ସଙ୍ଗେସଙ୍ଗେ ଅଖା ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି।
ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଏକଥା ମଧ୍ୟ କୁହାଯାଇଥିଲା ଯେ, ଜିଲାରେ ମିଲର ସଂଖ୍ୟା କମ ଥିବାରୁ ଅନ୍ୟ ଜିଲାରୁ ମିଲରଙ୍କୁ ଅମନ୍ତ୍ରଣ କରାଯିବ। କିନ୍ତୁ ଧାନ ସଂଗ୍ରହ ସମୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନାହିଁ। ଚାଷୀଙ୍କଠାରୁ ସୂଚାରୁରୂପେ ଧାନ ସଂଗ୍ରହ ନିମନ୍ତେ ଜିଲା ଯୋଗାଣ ବିଭାଗ, ପ୍ରାଥମିକ କୃଷି ସମବାୟ ସମିତି, କେନ୍ଦ୍ର ସମବାୟ ବ୍ୟାଙ୍କ, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତା ଗୁରୁଦାୟିତ୍ୱ ତୁଲାଇବେ। ଧାନ ସଂଗ୍ରହ ସଂକ୍ରାନ୍ତରେ ଚାଷୀଙ୍କୁ ଅବଗତ କରିବା ନିମନ୍ତେ ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ପ୍ରତି ପଞ୍ଚାୟତ ଓ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଯିବ। ଚଳିତବର୍ଷ ପଲ୍ଲି ଓ ତାରପୁରଠାରେ ଅଧିକ ୨ଟି ଉପକେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ବୈଠକରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ର କହିଥିଲେ, ଜିଲାରେ ସିଭିଲ ସପ୍ଲାଏ କର୍ପୋରେଶନ ମାଧ୍ୟମରେ ଧାନ କିଣାବିକା କରାଯିବ। ଚାଷୀଙ୍କଠାରୁ କିପରି ସହଜରେ ଏବଂ ସୁବିଧାରେ ଧାନ ସଂଗ୍ରହ ହୋଇପାରିବ ସେନେଇ ପ୍ରତ୍ୟେକ ଦାୟିତ୍ୱବାନ ହେବେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପାରାଦୀପ ବିଧାୟକଙ୍କ ପ୍ରତିନିଧି, ଜିଲାସ୍ତରୀୟ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ସମବାୟ ବିଭାଗର କର୍ମକର୍ତ୍ତା, ମାର୍କେଟିଂ ଇନିସ୍ପେକ୍ଟର, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତା, ମିଲର ଓ ଚାଷୀ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହକାରୀ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri