ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ: ୧୫ରୁ ଧାନକିଣା

ବଲାଙ୍ଗୀର ଅଫିସ, ୮ା୧୧-ବଲାଙ୍ଗୀର ଜିଲାରେ ଖରିଫ୍‌ ୨୦୧୯-୨୦ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମଳନୀ କକ୍ଷରେ ଗୁରୁବାର ବସିଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ୍‌. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ ମେହେର, ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ୍‌, ଏମପି ପ୍ରତିନିଧି ମାଧବ ପୁରୋହିତ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ୍‌, ଜିଲା କୃଷକ ମହାସଂଘ ସଭାପତି ଡା. ସୁଧୀର କୁମାର ପରିଚ୍ଛ, ମିଲର୍ସ ଉପସ୍ଥିତ ଥିଲେ ା ଆଗାମୀ ୧୫ ତାରିଖଠାରୁ ଜିଲାର ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୧୬ଟି ମହିଳା ସ୍ବୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ ଧାନ କିଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା ା ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ଓ ଗ୍ରେଡ୍‌ ଏ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ବ ମୂଲ୍ୟ କୁଇଣ୍ଟାଲ ପିଛା ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି ା ଚଳିତବର୍ଷ ଜିଲାର ଚାଷୀମାନେ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ହେବନାହିଁ ଓ ଧାନର ଉଚିତ୍‌ ମୂୂଲ୍ୟ ପାଇବେ ସେନେଇ ଅଧିକ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା ା ଜିଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିତ୍ବାବେଳେ ଧାନ କିଣିବାକୁ ଥିତ୍ବା ସଂସ୍ଥା ଆରଏମ୍‌ସି, ପ୍ୟାକ୍ସ ପାଖରେ କୌଣସି ଆନୁସଙ୍ଗିକ ସୁବିଧା ନଥିତ୍ବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା ା ଏହାସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଫ୍‌ସିଆଇ ଜିଲାର ଚାଷୀଙ୍କଠାରୁ ଧାନ କିଣୁ ନ ଥିବାରୁ ବିଧାୟକ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ା ଧାନକିଣା ବିଳମ୍ବ ହେଲେ ଚାଷୀ ବାଧ୍ୟହୋଇ ଅନ୍ୟତ୍ର ଧାନ ବିକ୍ରି କରିବ ଓ ଏହାର ସୁଯୋଗ ନେଇ ମିସର୍ଲ ଓ ଧାନ ବେପାରୀମାନେ ଚାଷୀଙ୍କୁ ଶୋଷଣ କରିବେ ବୋଲି ସେ କହିଥିଲେ ା ହାଇକୋର୍ଟ ନିର୍ଦ୍ଦେଶ ଥିବାରୁ କୌଣସି ପରିସ୍ଥିତିରେ ଧାନ ଡ୍ୟାଣ୍ଡିଲିଂ ପ୍ରକ୍ରିୟାରେ ମିଲର୍ସମାନେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ ା ଏହି ବୈଠକରେ ବିଡିସିସି ବ୍ୟାଙ୍କ ସଭାପତି ମେହେର ଜିଲାର ଧାନକିଣା ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି ବୋଲି କହିଥିଲେ ା ଜିଲାର ବଲାଙ୍ଗୀର, ପାଟଣାଗଡ ଓ କଣ୍ଟାବାଞ୍ଜି ଆରଏମ୍‌ସି ୟାର୍ଡରେ ଧାନକିଣା ଉପକରଣ, ଗ୍ରେଡିଂ ମେଶିନ୍‌, ଏଫ୍‌ଏକ୍ୟୁ ମାନ ନିର୍ଦ୍ଧାରଣ ମେଶିନ୍‌, ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ ପ୍ରସ୍ତୁତ କରାଯାଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା ା କୃଷି ବିଭାଗ ତରଫରୁ ଜିଲାର ଧାନ ଉପତ୍ାଦନକୁ ନେଇ ତଥ୍ୟ ଯୋଗାଇ ଦିଆଯାଇପାରି ନ ଥିଲା ା କେଉଁ ଧାନ ସାଧାରଣ ଓ କେଉଁଟା ଗ୍ରେଡ୍‌ ଏ ଧାନ ତାହା ଅଧିକାରୀମାନେ ସୂଚନା ଦେଇପାରି ନ ଥିଲେ ା ପରୀକ୍ଷାମୂଳକ ଭାବେ ଜିଲାରେ ଚଳିତ ଖରିଫ୍‌ ଧାନକିଣାରେ ୧୬ ଏସ୍‌ଏଚ୍‌ଜି ଧାନ କଣିବେ ା ଏନେଇ ଅନ୍ୟ ବିଧାୟକ ଓ ପ୍ରତିନିଧିଙ୍କୁ ସୂଚନା ଦିଆଯାଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା ା ଖୁବ୍‌ କମ୍‌ ଦିନ ଭିତରେ ଆଉ ଥରେ ଡିଏଲପିସି ସମୀକ୍ଷା ବୈଠକ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ ା ଜିଲା ଯୋଗାଣ ଅଧିକାରୀ ପ୍ରଧାନ ଧାନକ୍ରୟ ପ୍ରକ୍ରିୟା ଉପରେ କହିଥିଲେ ା ମିଲର୍ସ ପ୍ରତିନିଧିମାନେ ସେମାନଙ୍କ ପକ୍ଷ ରଖଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?