ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜମୁଛି ପାଣି

କେନ୍ଦୁଝର, ୧୧ା୯(ସ୍ବ.ପ୍ର.)-ଐତିହ୍ୟ ସମ୍ପନ୍ନ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ପାଣି ଜମୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ା ଫଳରେ ବିଶେଷ କରି ଚାଲି ଚାଲି ଲୋକ ମାନେ ଯିବା ଆସିବା କରୁଥିବା ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ସାଧାରଣ ଲୋକ ବିଶେଷ କରି ମହିଳା ମାନେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିଲେ ହେଁ ପ୍ରତିକାର କରାଯାଉନାହିଁ। ଏପରିକି ଗୋରୁଗାଈ ମାନଙ୍କ ପ୍ରବେଶ କରି ନ ପାରିବା ପାଇଁ ବିଛା ଯାଇଥିବା ପାଇପ ସବୁ ମାଟିରେ ପୋତି ହୋଇଯାଇଛି ା ଫଳରେ ଗୋରୁଗାଈ ଅବାଧରେ ପଶି ବୁଲୁଛନ୍ତି। ମୁଖ୍ୟ ଡ୍ରେନ ପୋତି ହୋଇଯାଇଥିବାରୁ ପାଣି ନିଷ୍କାସିତ ହୋଇ ନ ପାରି ମୁଖ୍ୟ ଗେଟରେ ଜମା ହୋଇ ରହୁଛି। ସେହିପରି ଆପାତକାଳୀନ ବିଭାଗ, ବ୍ଲକ, ନିର୍ବାଚନ ତଥା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟ, ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ପ୍ରତିବର୍ଷ ପରିସରରେ ଥିବା ରାସ୍ତା ଉନ୍ନତିକରଣ ବା ମରାମତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ ଅବସ୍ଥା ସୁଧୁରୁନାହିଁ। ଫଳରେ ଦୁର୍ଘଟଣା ଘଟିଲେ ଗାଡି ରଖୁଥିବା ଲୋକମାନେ ମୃତାହତ ହେବା ଆଶଙ୍କା ରହୁଛି। ଲୋକ ତଥା କର୍ମଚାରୀ ମାନଙ୍କ ସୁବିଧା ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କାରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ସେଥିରେ ସବୁବେଳେ ତାଲା ଝୁଲୁଥିବାରୁ ବ୍ୟବହାର ହୋଇପାରୁନାହିଁ। ଫଳରେ କାର୍ଯ୍ୟାଳୟକୁ ଅଭିଯୋଗ ପ୍ରକୋଷ୍ଠ ବା ବିଭିନ୍ନ କାମ ପାଇଁ ଆସୁଥିବା ଲୋକମାନେ ବିଶେଷ କରି ମହିଳା ମାନେ ଶୌଚ ପାଇଁ ବହୁ ହୀନସ୍ତା ହେଉଛନ୍ତି। ଏହା ଛଡା ଐତିହ୍ୟ ସମ୍ପନ୍ନ ଏହି କୋଠା ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡିଛି। ବହୁ ପୁରୁଣା ଏହି କୋଠାର ମରାମତି ପୂର୍ତ୍ତ ବିଭାଗର ଅନଭିଜ୍ଞ ଠିକାଦାରଙ୍କ ଦ୍ୱାରା କରାଯାଉଥିବାରୁ ଏହାର ଐତିହ୍ୟ ନଷ୍ଟ ହେବା ସହ କ୍ଷତିଗ୍ରସ୍ତ ହେବାକୁ ଲାଗିଛି ା ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ୩୦ ଜିଲା ମଧ୍ୟରେ କେନ୍ଦୁଝର ଜିଲା ମୁଖ୍ୟାଳୟ କାଯର୍‌ୟଚାଲିଥିବା ରାଜାରାଜୁଡା ଅମଳର ଏହି କୋଠା ଘର ନିଆରା ା ଏଣୁ ଜିଲାର ଏହି କୋଠାର ସୁରକ୍ଷା କରିବା ସହ ଏହାର ପରିସରକୁ ସ୍ବଛ ଓ ସମୃଦ୍ଧ କରିବାକୁ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ଦାବୀ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri