ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ
ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ ଏହାର ସମ୍ପର୍କ ତୁଟାଇ ଦେଇଛି। ଚାଇନାରେ ଏହା ବ୍ୟାପୁଥିବାରୁ ଚାଇନା ବି ପୃଥିବୀର ଅନ୍ୟ ଦେଶଗୁଡ଼ିକଠାରୁ ଯୋଗାଯୋଗ ଉପରେ କଟକଣା ନିଜେ କରିଛି ଏବଂ ଅନ୍ୟ ଦେଶଗୁଡ଼ିକ ବି ଚାଇନା ଉପରେ କଟକଣା ଲାଗୁ କରିଛନ୍ତି। ଉହାନ ପ୍ରଦେଶର ଲୋକଙ୍କ କଷ୍ଟ ବଢିଯାଇଛି ଏବଂ ସେଠାରେ ମୃତ୍ୟୁସଂଖ୍ୟା ବି ବଢିଚାଲିଛି। ବିଶ୍ୱର ୨୯ଟି ଦେଶରେ କରୋନା ବ୍ୟାପିଲାଣି ଓ ଏହି ଭୂତାଣୁ ଉପରେ ନିୟନ୍ତ୍ରଣର ଉପାୟ ଏ ଯାଏ ବାହାରି ନାହିଁ।
ଏତେ ଦୂରରେ ଥାଇ ବି ଆମ ଦେହରେ ବିନା ଗ୍ରୀଷ୍ମରେ ଝାଳ ବୋହିଲାଣି, ଆମେ ହଇରାଣରେ ପଡିଲୁଣି। କାରଣ ଆମଦାନି-ରପ୍ତାନିରେ କଟକଣା। ଯଦି ଚାଇନାରୁ ମାଲମତା ଯୋଗାଣ ଶୀଘ୍ର ଆରମ୍ଭ ନ ହୁଏ, ଆମେ ଏତେ ଅଭାବରେ ପଡିବୁ ଯେ ବହୁତ ଖାଉଟି ଦ୍ରବ୍ୟର ଦାମ୍‌ ଖୁବ୍‌ ବଢିଯିବ। ଚାଇନାର ବିକଳ୍ପ ତିଆରି କରିବାକୁ ସମୟ ଲାଗିବ, ପୁଞ୍ଜି ବହୁତ ବି ଦରକାର ହେବ। ଏବେ କେତେକ ଆଣ୍ଟିବାୟୋଟିକ୍‌, ଆଣ୍ଟିଇନ୍‌ଫ୍ଲାମେଟାରି, ଯନ୍ତ୍ରଣାହ୍ରାସକ ଔଷଧଗୁଡିକର ଦର ଆକାଶଛୁଆଁ ହେଲାଣି। ପାରାସିଟାମଲ୍‌ର ଦର କିଲୋକୁ ୨୬୦ ଟଙ୍କାରୁ ବଢି ୩୬୦ ହେଲାଣି। ନିମେସୁଲାଇଡ୍‌ ୪୫୦ ଟଙ୍କାରୁ ୧୧ଶହ ହେଲାଣି, ଦୁଇଗୁଣରୁ ବେଶି। ବ୍ୟାକ୍ଟେରିଆର ଆକ୍ରମଣରୁ ରକ୍ଷା ପାଇଁ ଆଜିଥ୍ରୋମାଇସିନ୍‌ ଏବଂ ଶ୍ୱାସକ୍ରିୟାଜନିତ ସଂକ୍ରମଣର ଚିକିତ୍ସା ପାଇଁ ମଣ୍ଟେଲୁକାଷ୍ଟ ଦର ଶତକଡା ୩୦ ଭାଗ ବଢିଗଲାଣି। ସିପ୍ଲା ଭଳି କମ୍ପାନୀଗୁଡ଼ିକ ଚାଇନାରୁ ଆମଦାନି କରି ଔଷଧ ତିଆରି କରନ୍ତି। ଯାହା ଜଣାପଡୁଛି, ଯଦି ଚାଇନାର ଯୋଗାଣକାରୀ କମ୍ପାନୀଗୁଡ଼ିକ ଫେବୃୟାରୀ ଶେଷସୁଦ୍ଧା ସେମାନଙ୍କ ଉପତ୍ାଦନ ଓ ଭାରତକୁ ରପ୍ତାନି ଆରମ୍ଭ ନ କରନ୍ତି ତେବେ ଦୁଇମାସ ପାଖାପାଖି ଷ୍ଟକ୍‌ ରଖୁଥିବା ଔଷଧ କମ୍ପାନୀଗୁଡ଼ିକ ବଡ ଅସୁବିଧାରେ ପଡିଯିବେ।
ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଟେଲିଭିଜନ ପ୍ୟାନେଲ୍‌, ଏଲ୍‌ଇଡି ଚିପ୍ସ, ରେଫ୍ରିଜରେଟର୍‌ ଓ ଏୟାର କଣ୍ଡିଶନର୍‌ର କମ୍ପ୍ରେସର୍‌, ବିଭିନ୍ନ ପ୍ରକାରର ମୋଟର ଭଳି ସାମଗ୍ରୀ ବହୁ ପରିମାଣରେ ଚାଇନାରୁ ଆସେ। ଯଦି ବହୁଦିନ ଧରି ଚାଇନାର ରପ୍ତାନି ବନ୍ଦ ହୋଇଯାଏ, ଭାରତରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଦୁର୍ଦ୍ଦିନ ଆସିଯିବ। ଟେଲିଭିଜନ ପ୍ୟାନେଲ ଅଭାବ ହେଉଥିବାରୁ ହଂକଂରୁ ପଠାଉଥିବା କମ୍ପାନୀଗୁଡ଼ିକ ଶତକଡା ୫ରୁ ୭ ଦାମ୍‌ ବଢାଇଦେଲେଣି। ଯଦି ଆଉ ଗୋଟିଏ ମାସ ଏମିତି ଚାଲେ ତେବେ ଶିଳ୍ପଟି ମୃତପ୍ରାୟ ହୋଇଯିବ। ଜୋତା କଥା ଦେଖନ୍ତୁ। ଉଡ୍‌ଲ୍ୟାଣ୍ଡ ଭଳି ଜୋତା ଚାଇନାରୁ କଞ୍ଚାମାଲ ଆଣେ, ଯଦି ତା’ର ଦରକାରର ଶତକଡା ୧୦ ଭାଗ ବି ନ ପାଏ, ତେବେ ଉଡ୍‌ଲାଣ୍ଡ କମ୍ପାନୀର ଜୋତା ବ୍ୟବସାୟ ବନ୍ଦ ହୋଇଯିବ। ଚାଇନା ଭିନ୍ନ ଅନ୍ୟ ଦେଶକୁ ତା’ର ଉପତ୍ାଦନ କାରଖାନା ଉଠାଇ ନେବାକୁ ଚାହିଁଲେ ବି ଉଡ୍‌ଲ୍ୟାଣ୍ଡକୁ ବହୁତ ଦିନ ଲାଗିବ।
ମୋବାଇଲ ହ୍ୟାଣ୍ଡସେଟ୍‌ କଥା କହିଲେ ନ ସରେ। ଆଉ ଗୋଟିଏ ଦୁଇଟି ସପ୍ତାହ ଭିତରେ ଯଦି ଚାଇନାର କମ୍ପାନୀଗୁଡ଼ିକ ପୂରା ଦମ୍‌ରେ ଚାଲୁ ନ ହୁଅନ୍ତି ତାହାହେଲେ ଭାରତରେ ମୋବାଇଲ ସେଟ୍‌ ମିଳିବା କଷ୍ଟକର ହେବ। ବିକଳ୍ପ ଜାଗା ଖୋଜିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ଲାଗିପଡିଛନ୍ତି।
ମୋଟରଗାଡିରେ ବି ସେହି କଥା, ଅଧିକାଂଶ ପାର୍ଟସ୍‌ ଚାଇନାରୁ ଆସେ ଓ ଶସ୍ତା ପଡେ। ଚାଇନାରେ ମୋଟର କମ୍ପାନୀଗୁଡିକର କର୍ମଚାରୀଙ୍କୁ ଛୁଟି କରିଦିଆଯାଇଛି। ଫେବୃୟାରୀ ୯ରେ ଖୋଲିବା କଥା, ତାହା ଏବେ ଡେରି ହେବ। ଏମ୍‌ଜି ମୋଟରର ଭାରତୀୟ ବ୍ୟବସାୟୀ ରାଜୀବ ଚାବା କହନ୍ତି, ତାଙ୍କ ହାତରେ ଏସ୍‌ୟୁଭି ଶ୍ରେଣୀର ଗାଡି ପାଇଁ ୧୮୦୦୦ ବୁକିଂ ଅଛି ଏବଂ ଇଲେକ୍ଟ୍ରିକ୍‌ ଭେଇକ୍ଲ ପାଇଁ ୨୪୦୦ ଶହ। ତାହା ପୂରଣ କରିବା ଅସମ୍ଭବ ହୋଇପଡିବ। ମହୀନ୍ଦ୍ରା ଆଣ୍ଡ ମହୀନ୍ଦ୍ରା କମ୍ପାନୀର ବିଏସ୍‌ ୪ ଗାଡିଗୁଡିକର ବିକ୍ରି ବନ୍ଦ ହୋଇଯିବ, ଯଦି ମାର୍ଚ୍ଚ ୩୧ ପୂର୍ବରୁ ସେ କମ୍ପାନୀ ଚାଇନାରୁ ତା’ର ପାର୍ଟସ୍‌ ନ ପାଏ।
ଚାଇନାକୁ ହୀରା ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବନ୍ଦ ହୋଇଯିବାରୁ ଭାରତର ବହୁତ କ୍ଷତିହେବ। ଚାଇନିଜ୍‌ ନିୟୁ ଇଅର୍‌ରେ ହୀରା ବହୁତ ବିକ୍ରି ହୁଏ। ଏ ବର୍ଷ ଆରମ୍ଭରେ ଚାଇନା ଗ୍ରାହକମାନଙ୍କ ଅନୁସନ୍ଧାନ ଢେର କମିଯାଇଛି। ସେମିତି ସାମୁଦ୍ରିକ ଖାଦ୍ୟରେ ଚାଇନା ଯାହା ଭାରତରୁ ମଗାଏ ତାହା ବନ୍ଦ କରିଦେଇଛି। ଚାଇନାରେ ଚିଙ୍ଗୁ୍‌ଡ଼ି ଉପତ୍ାଦନ କମିଯାଉଥିବାରୁ ଗତ ଦୁଇବର୍ଷ ହେଲା ଭାରତରୁ ବେଶି ଚିଙ୍ଗୁଡ଼ି ନେଉଥିଲା। ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ବନ୍ଦ ହୋଇଯାଇଥିବାରୁ ଭାରତରେ ଚିଙ୍ଗୁଡ଼ି ଓ ମାଛର ଗୋଦାମ ଭର୍ତ୍ତି ହୋଇଗଲାଣି।
ଧନିଆ ଓ ଲଙ୍କା ଭଳି ମସଲା ଚାଇନା ଭାରତଠାରୁ ଆମଦାନି କରେ। ଯଦି କରୋନା ଭାଇରସ୍‌ ଯୋଗୁ ଆଉ ଦୁଇମାସ ଚାଇନାର ଆମଦାନି ବନ୍ଦ ରହେ, ଭାରତରେ ମାର୍ଚ୍ଚ ଏପ୍ରିଲରେ ବାହାରୁଥିବା ରବି ଋତୁର ମସଲା ବହୁତ କ୍ଷତିଗ୍ରସ୍ତ ହେବ। ଗତବର୍ଷ ଭାରତ ୪୬,୫୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ (ସି’ଫୁଡ୍‌) ଏବଂ ୧୯,୫୦୦ କୋଟି ଟଙ୍କାର ମସଲା ଚାଇନାକୁ ରପ୍ତାନି କରିଥିଲା। ଆମଦେଶର ପ୍ରାକୃତିକ ରବରର ମୁଖ୍ୟ ଗ୍ରାହକ ହେଉଛି ଚାଇନା। ତାହା ବନ୍ଦ ହୋଇଗଲେ ବା ମାନ୍ଦା ହୋଇଗଲେ ଜମାକରା ହେଉଥିବା ରବର ନଷ୍ଟ ହୋଇଯିବ। କେରଳ ଭଳି ରାଜ୍ୟ ବହୁତ କ୍ଷତି ସହିବେ।
ଭାରତର ଫୋନ୍‌ ବ୍ୟବସ୍ଥାରେ ଚାଇନାର ପ୍ରଭାବ ଏତେ ବେଶି ଯେ ଆମେ ତାହା ବନ୍ଦ କରିପାରିବା ନାହିଁ। ଚାଇନାର ପ୍ରଭାବ ତ ବଢି ବଢି ଚାଲିଛି। ଆମେରିକାର ପ୍ରକାଣ୍ଡକାୟ କମ୍ପାନୀ ଆମାଜନ୍‌, ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ଆଦି ରାଜନୈତିକ ଚାଲବାଜିର ଶିକାର ହୋଇ ବି ଚାଇନାକୁ ଛାଡିପାରୁ ନାହାନ୍ତି। ଚାଇନାର ଫୋନ୍‌ ଶିଳ୍ପ ହିଁ ତାହାର ଉପସ୍ଥିତ ଜିଡିପିକୁ ୧୪.୧ ଟ୍ରିଲିଅନ ଡଲାରକୁ ଉଠାଇନେଇଛି, ୨୦୨୪ ବେଳକୁ ୨୦ ଟ୍ରିଲିଅନ ଡଲାର କରିଦେବ। କାରଣ କୋଟି କୋଟି ଗ୍ରାହକ ଚାଇନା ତିଆରି ଫୋନ୍‌ ଶସ୍ତାରେ କିଣୁଛନ୍ତି। ହଂକଂର ଏକ ଗବେଷଣା କେନ୍ଦ୍ର ‘କାଉଣ୍ଟର ପଏଣ୍ଟ ରିସର୍ଚ୍ଚ’ ଦେଖାଇଛି ଯେ ଚାଇନା ତିଆରି ସ୍ମାର୍ଟଫୋନ୍‌ ୨୦୧୯ରେ ବଜାରର ଶତକଡା ୭୨ ଭାଗ ଛୁଇଁଲାଣି। (୨୦୧୮ରେ ଶତକଡା ୬୦ ଥିଲା।) ଭାରତରେ ବିକ୍ରିହେଉଥିବା ସ୍ମାର୍ଟଫୋନ୍‌ର ଶତକଡା ୯୯ ଭାଗ ଆମ ଦେଶରେ ତିଆରି ହେଉଛି କହିବା ବେଳେ ଆମେ ଭୁଲି ଯାଉଛୁ ଯେ ବିଭିନ୍ନ କିସମର ସ୍ମାର୍ଟ ଫୋନ୍‌ ଯୋଗାଉଥିବା ସାଓମି ଓ ବିବିକେ ନାମକ ଦୁଇଟି ପ୍ରକାଣ୍ଡକାୟ ଚାଇନା କମ୍ପାନୀ ଆମ ଦେଶରେ ଯୋଡାଯୋଡି (ଆସେମ୍ବ୍ଲି) କରୁଛନ୍ତି, ପ୍ରକୃତ ମାନୁଫାକ୍ଚରିଂ ନୁହେଁ। ପୁଣି ୫ଜି ପାଇଁ ଆମକୁ ହୁଆଇ କମ୍ପାନୀ ଉପରେ ନିର୍ଭର କରିବାକୁ ହେବ।
ବାଦଲ ଭିତରେ ବି ରୁପେଲି ଆଲୋକ ଲୁଚି ରହିଥାଏ। ଚାଇନା ପ୍ରତି ଆନ୍ତର୍ଜାତିକ ଜାହାଜ ଓ ବିମାନ ଚଳାଚଳରେ କଟକଣା ଆସିଯାଇଥିବାରୁ ବିଦେଶରୁ ଅଶୋଧିତ ତୈଳ କି ରନ୍ଧାବଢା ତେଲ ଚାଇନାକୁ ଯାଇପାରୁ ନାହିଁ। ଚାଇନା ଲୋକସଂଖ୍ୟାକୁ ଚାହିଁ ଏତେ ଖଣିଜ ତେଲ ଓ ରାନ୍ଧଣା ତେଲ ଆମଦାନୀ କରେ ଯେ ଆନ୍ତର୍ଜାତିକ ବାଣିଜ୍ୟ ବନ୍ଦ ହୋଇଥିବାରୁ ଅଶୋଧିତ ଖଣିଜ ତେଲ ଓ ରାନ୍ଧଣା ତେଲର ଦର ଆମ ପାଇଁ ଶସ୍ତା ହେବ। ତଥାପି ଆମେ ଚାହୁଁ କରୋନା ଭାଇରସ୍‌ ଶୀଘ୍ର ନିୟନ୍ତ୍ରଣାଧୀନ ହୋଇଯାଉ ଏବଂ ବିଶ୍ୱ ଆଶ୍ୱସ୍ତ ହେଉ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri