ଜାଲ୍‌ ରସିଦ୍‌ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ

ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍‌ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁ୍‌କ୍ତ କନଷ୍ଟେବଳକ ଜଣକ ହେଲେ ଟ୍ରାଫିକ ଥାନାରେ କାର୍ଯ୍ୟରତ କୃଷ୍ଣ ନାୟକ(୩୫)। ବୈଦ୍ୟନାଥପୁର ଥାନା ପୋଲିସ ଏନେଇ କେସ୍‌ ନଂ ୧୩୩/୨୦ରେ ତାଙ୍କ ନାମରେ ଠକେଇର ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ, ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୋଲିସ ଥାନା ଓ ପ୍ରଶାସନିକ ଅଧିକାରୀଙ୍କୁ ରେଡ୍‌କ୍ରସ ରସିଦ ବହି ପ୍ରଦାନ କରାଯାଇଛି। ନିୟମ ଭାଙ୍ଗି ଯେଉଁ ଲୋକ ଧରାପଡ଼ନ୍ତି ତାଙ୍କ ଠାରୁ ଜରିିମାନା ଆକାରରେ ଅର୍ଥ ଆଦାୟ କରାଯାଇ ତା’ ବଦଳରେ ରେଡକ୍ରସ୍‌ ବହିର ରସିଦ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ହେଉଛି। ରେଡ୍‌କ୍ରସ ସୋସାଇଟିର ସଭାପତି ଜିଲାପାଳ ରହିଥିବା ବେଳେ ସମ୍ପାଦକ ଦାୟିତ୍ୱରେ ଅଛନ୍ତି ବିଡିଏ ସଚିବ ସମ୍ବିତ ରାଉତ। ସେହିକ୍ରମରେ ଜିଲା ରେଡକ୍ରସ ସୋସାଇଟ ପକ୍ଷରୁ ବିଭିନ୍ନ ଥାନାକୁ ଜରିମାନା ଆଦାୟ ବେଳେ ବ୍ୟବହାର କରିବାକୁ ରେଡକ୍ରସ୍‌ ରସିଦ ବହି ଦିଆଯାଇଛି। ହେଲେ ସେହି ବହିରୁ ଗୋଟିଏ ବହିକୁ ବେଆଇନ ଭାବେ ଥାନା ଭିତରୁ ନେଇଯାଇ ଅଭିଯୁକ୍ତ କନଷ୍ଟେବଳ ଜଣକ ଆସିକା ଅଞ୍ଚଳର ଏକ ପ୍ରିଣ୍ଟିଂ ପ୍ରେସରେ ଛପାଇବାକୁ ଅର୍ଡର ଦେଇଥିଲେ। ନକଲି ରସିଦ ବହି ବ୍ୟବହାର କରି ଲୋକଙ୍କ ଠାରୁ ଜରିମାନା ଆକାରରେ ଟଙ୍କା ଆଦାୟ କରି ହଡ଼ପ କରିବାକୁ ଯୋଜନା କରିଥିବା ସାମ୍ନାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।ବିଡିଏ ସଚିବ ତଥା ରେଡକ୍ରସ ସମ୍ପାଦକ ସମ୍ବିତ ରାଉତ ଏ ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଛପା ଯାଇଥିବା ବହି କିମ୍ବା ଚୋରି ହୋଇଥିବା ବହିକୁ ଠାବ କରାଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri