ଜାଲ୍‌ ରସିଦ୍‌ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ

ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍‌ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁ୍‌କ୍ତ କନଷ୍ଟେବଳକ ଜଣକ ହେଲେ ଟ୍ରାଫିକ ଥାନାରେ କାର୍ଯ୍ୟରତ କୃଷ୍ଣ ନାୟକ(୩୫)। ବୈଦ୍ୟନାଥପୁର ଥାନା ପୋଲିସ ଏନେଇ କେସ୍‌ ନଂ ୧୩୩/୨୦ରେ ତାଙ୍କ ନାମରେ ଠକେଇର ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ, ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୋଲିସ ଥାନା ଓ ପ୍ରଶାସନିକ ଅଧିକାରୀଙ୍କୁ ରେଡ୍‌କ୍ରସ ରସିଦ ବହି ପ୍ରଦାନ କରାଯାଇଛି। ନିୟମ ଭାଙ୍ଗି ଯେଉଁ ଲୋକ ଧରାପଡ଼ନ୍ତି ତାଙ୍କ ଠାରୁ ଜରିିମାନା ଆକାରରେ ଅର୍ଥ ଆଦାୟ କରାଯାଇ ତା’ ବଦଳରେ ରେଡକ୍ରସ୍‌ ବହିର ରସିଦ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ହେଉଛି। ରେଡ୍‌କ୍ରସ ସୋସାଇଟିର ସଭାପତି ଜିଲାପାଳ ରହିଥିବା ବେଳେ ସମ୍ପାଦକ ଦାୟିତ୍ୱରେ ଅଛନ୍ତି ବିଡିଏ ସଚିବ ସମ୍ବିତ ରାଉତ। ସେହିକ୍ରମରେ ଜିଲା ରେଡକ୍ରସ ସୋସାଇଟ ପକ୍ଷରୁ ବିଭିନ୍ନ ଥାନାକୁ ଜରିମାନା ଆଦାୟ ବେଳେ ବ୍ୟବହାର କରିବାକୁ ରେଡକ୍ରସ୍‌ ରସିଦ ବହି ଦିଆଯାଇଛି। ହେଲେ ସେହି ବହିରୁ ଗୋଟିଏ ବହିକୁ ବେଆଇନ ଭାବେ ଥାନା ଭିତରୁ ନେଇଯାଇ ଅଭିଯୁକ୍ତ କନଷ୍ଟେବଳ ଜଣକ ଆସିକା ଅଞ୍ଚଳର ଏକ ପ୍ରିଣ୍ଟିଂ ପ୍ରେସରେ ଛପାଇବାକୁ ଅର୍ଡର ଦେଇଥିଲେ। ନକଲି ରସିଦ ବହି ବ୍ୟବହାର କରି ଲୋକଙ୍କ ଠାରୁ ଜରିମାନା ଆକାରରେ ଟଙ୍କା ଆଦାୟ କରି ହଡ଼ପ କରିବାକୁ ଯୋଜନା କରିଥିବା ସାମ୍ନାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।ବିଡିଏ ସଚିବ ତଥା ରେଡକ୍ରସ ସମ୍ପାଦକ ସମ୍ବିତ ରାଉତ ଏ ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଛପା ଯାଇଥିବା ବହି କିମ୍ବା ଚୋରି ହୋଇଥିବା ବହିକୁ ଠାବ କରାଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri