Posted inଜାତୀୟ

ଜାମିଆ ଛାତ୍ରଙ୍କୁ ଲାଠିମାଡ଼: ପୋଲିସ ଜୁଲମ ହାଏ ହାଏ

ଓ୍ବାଶିଂଟନ,୧୮ା୧୨: ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଏବଂ ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭସର୍ସିଟି (ଏଏମ୍‌ୟୁ) ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଜୁଲମକୁ ବିଦେଶୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ଅକ୍ସଫୋର୍ଡ, ହାଓ୍ବାର୍ଡ, ୟେଲ୍‌, କଲମ୍ବିଆ, ଷ୍ଟାନଫୋର୍ଡ ଏବଂ ଏମ୍‌ଆଇଟି ଛାତ୍ରୀଛାତ୍ର ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଜେଏମ୍‌ଆଇୟୁ ଏବଂ ଏଏମ୍‌ୟୁ ଛାତ୍ରୀଛାତ୍ରଙ୍କ ସମର୍ଥନରେ ବାହାରି ଏକ ମିଳିତ ବିବୃତି ଜାରି କରିଛନ୍ତି। ପୋଲିସର ବର୍ବର ଲାଠିଚାର୍ଜ ମାନବାଧିକାର ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟି ଛାତ୍ରୀଛାତ୍ର ଓ ଗବେଷକମାନେ ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍‌ ସାମ୍ନାରେ ନାଗରିକତ୍ୱ ଆଇନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିବାଦୀୟ ଆଇନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ବିକ୍ଷୋଭ ବେଳେ ଛାତ୍ରୀଛାତ୍ରମାନେ ସ୍ଲୋଗାନ ଦେଇଥିଲେ, ପୋଲିସ ଜୁଲମ ହାଏ ହାଏ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri