Posted inଖେଳ

ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ: ପୂର୍ବାଞ୍ଚଳ ଚାମ୍ପିୟନ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଚାମ୍ପିୟନଶିପ୍‌ର ୨୫ତମ ସଂସ୍କରଣ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଏହି ରୌପ୍ୟ ଜୟନ୍ତି ସଂସ୍କରଣରେ ପୂର୍ବାଞ୍ଚଳ ମୋଟ ପଏଣ୍ଟ ସହିତ ଚାମ୍ପିୟନ ହୋଇଛି। ଦକ୍ଷିଣାଞ୍ଚଳ ୨୫ ପଏଣ୍ଟ ସହିତ ଦ୍ୱିତୀୟ ଓ ପଶ୍ଚିମାଞ୍ଚଳ ୨୪ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛି। ପୂର୍ବାଞ୍ଚଳ ୮ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହିତ ମୋଟ ୧୫ଟି ପଦକ ପାଇ ଶୀର୍ଷରେ ରହିଛି। ଦକ୍ଷିଣାଞ୍ଚଳ ୪ ସ୍ବର୍ଣ୍ଣ, ୪ ରୌପ୍ୟ, ୫ ବ୍ରୋଞ୍ଜ ସହ ୧୩ଟି ଏବଂ ପଶ୍ଚିମାଞ୍ଚଳ ୪ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସହିତ ୨୪ଟି ପଦକ ପାଇ ପ୍ରତିଯୋଗିତା ଶେଷ କରିଛି। ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ଉତ୍ତରାଞ୍ଚଳ ୩ ସ୍ବର୍ଣ୍ଣ, ୪ ରୌପ୍ୟ, ୩ ବ୍ରୋଞ୍ଜ, ଉତ୍ତର ପୂର୍ବାଞ୍ଚଳ ୧ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ ଏବଂ ସର୍ଭିସେସ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିବାବେଳେ ପୋଲିସ ଫୋର୍ସ ଦଳ ପଦକଶୂନ୍ୟ ରହିଛି। ଉତ୍ତରାଞ୍ଚଳ ୨୦, ଉତ୍ତର ପୂର୍ବାଞ୍ଚଳ ୪ ଓ ସର୍ଭିସେସ ୩ ପଏଣ୍ଟ ପାଇଛି। ଏସିଆନ ଗୋଲ୍ଡ ମେଡାଲିଷ୍ଟ ଶିବାନୀ ପନ୍ନୁଙ୍କ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରତିଯୋଗିମାନେ ଏହି ୫ ଦିନ ବିଶିଷ୍ଟ ପ୍ରତିଯୋଗିତାରେ ୩ଟି ବିଭାଗ ଲିଡ୍‌, ସ୍ପିଡ୍‌ ଓ ବୋଲ୍‌ଡରିଂରେ ଭାଗ୍ୟ ପରୀକ୍ଷା କରିଥିଲେ। ଅନିଶା ବର୍ମା ୧୦.୪୧ ସେକେଣ୍ଡ ସମୟ ନେଇ ନୂଆ ସ୍ପିଡ୍‌ ରେକର୍ଡର ଅଧିକାରିଣୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri