Posted inଖେଳ

ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ: ପୂର୍ବାଞ୍ଚଳ ଚାମ୍ପିୟନ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଚାମ୍ପିୟନଶିପ୍‌ର ୨୫ତମ ସଂସ୍କରଣ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଏହି ରୌପ୍ୟ ଜୟନ୍ତି ସଂସ୍କରଣରେ ପୂର୍ବାଞ୍ଚଳ ମୋଟ ପଏଣ୍ଟ ସହିତ ଚାମ୍ପିୟନ ହୋଇଛି। ଦକ୍ଷିଣାଞ୍ଚଳ ୨୫ ପଏଣ୍ଟ ସହିତ ଦ୍ୱିତୀୟ ଓ ପଶ୍ଚିମାଞ୍ଚଳ ୨୪ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛି। ପୂର୍ବାଞ୍ଚଳ ୮ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସହିତ ମୋଟ ୧୫ଟି ପଦକ ପାଇ ଶୀର୍ଷରେ ରହିଛି। ଦକ୍ଷିଣାଞ୍ଚଳ ୪ ସ୍ବର୍ଣ୍ଣ, ୪ ରୌପ୍ୟ, ୫ ବ୍ରୋଞ୍ଜ ସହ ୧୩ଟି ଏବଂ ପଶ୍ଚିମାଞ୍ଚଳ ୪ଟି ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସହିତ ୨୪ଟି ପଦକ ପାଇ ପ୍ରତିଯୋଗିତା ଶେଷ କରିଛି। ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ଉତ୍ତରାଞ୍ଚଳ ୩ ସ୍ବର୍ଣ୍ଣ, ୪ ରୌପ୍ୟ, ୩ ବ୍ରୋଞ୍ଜ, ଉତ୍ତର ପୂର୍ବାଞ୍ଚଳ ୧ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ ଏବଂ ସର୍ଭିସେସ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିବାବେଳେ ପୋଲିସ ଫୋର୍ସ ଦଳ ପଦକଶୂନ୍ୟ ରହିଛି। ଉତ୍ତରାଞ୍ଚଳ ୨୦, ଉତ୍ତର ପୂର୍ବାଞ୍ଚଳ ୪ ଓ ସର୍ଭିସେସ ୩ ପଏଣ୍ଟ ପାଇଛି। ଏସିଆନ ଗୋଲ୍ଡ ମେଡାଲିଷ୍ଟ ଶିବାନୀ ପନ୍ନୁଙ୍କ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରତିଯୋଗିମାନେ ଏହି ୫ ଦିନ ବିଶିଷ୍ଟ ପ୍ରତିଯୋଗିତାରେ ୩ଟି ବିଭାଗ ଲିଡ୍‌, ସ୍ପିଡ୍‌ ଓ ବୋଲ୍‌ଡରିଂରେ ଭାଗ୍ୟ ପରୀକ୍ଷା କରିଥିଲେ। ଅନିଶା ବର୍ମା ୧୦.୪୧ ସେକେଣ୍ଡ ସମୟ ନେଇ ନୂଆ ସ୍ପିଡ୍‌ ରେକର୍ଡର ଅଧିକାରିଣୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri