Posted inଖେଳ

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌ : ବାଳିକାରେ ତାମିଲନାଡୁ, ବାଳକରେ ମିଜୋରାମ ଚାମ୍ପିୟନ

କଟକ ଅଫିସ,୧୦ା୯- ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ୪୬ତମ ସଂସ୍କରଣ ସୋମବାର ସନ୍ଧ୍ୟାରେ ଏଠାରେ ଉଦ୍‌ଯାପିତ ହୋଇଛି। ବାଳକ ବର୍ଗରେ ମିଜୋରାମ ଓ ବାଳିକା ବର୍ଗରେ ତାମିଲନାଡୁ ଚାମ୍ପିୟନ ହୋଇଛି। ବାଳିକା ବର୍ଗରେ କର୍ନାଟକ ଓ ବାଳିକା ବର୍ଗରେ ମହାରାଷ୍ଟ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।
ବାଳକ ବର୍ଗର ଫାଇନାଲରେ ମିଜୋରାମ ପଞ୍ଜାବକୁ ଭେଟିଥିଲା। ଏହି ମ୍ୟାଚ୍‌ଟି ଶେଷ କ୍ବାର୍ଟର ପର୍ଯ୍ୟନ୍ତ ରୋମାଞ୍ଚକର ହୋଇଥିଲା। ପ୍ରଥମ କ୍ବାର୍ଟରରେ ପଞ୍ଜାବ ୧୩-୧୨ ପଏଣ୍ଟରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ବାର୍ଟର ମିଜୋରାମ ସପକ୍ଷରେ ଯାଇଥିବା ବେଳେ ଏହି କ୍ବାର୍ଟର ୨୨-୨୧ ପଏଣ୍ଟରେ ଶେଷ ହୋଇଥିଲା । ପୁର୍ନବାର ୩ୟ କ୍ବାର୍ଟରରେ ପଞ୍ଜାବ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ୩୫-୩୪ ପଏଣ୍ଟରେ ଅଗ୍ରଣୀ ନେଇଥିଲା। ଗୋଟିଏ ଲେଖାଏ ପଏଣ୍ଟ ଅଗ୍ରଣୀରେ କ୍ବାର୍ଟର ଗୁଡ଼ିକ ଶେଷ ହେଉଥିବା ବେଳେ ୪ର୍ଥ ତଥା ଅନ୍ତିମ କ୍ବାର୍ଟର ଉଭୟ ଦଳ ପାଇଁ ଅତ୍ୟନ୍ତ ପ୍ରତିଦ୍ୱନ୍ଦିତା ମୂଳକ ପାଲଟିଥିଲା । ହେଲେ ମିଜୋରାମ ଅନ୍ତିମ କ୍ବାର୍ଟରରେ ୧୭ ପଏଣ୍ଟ ସଂଗ୍ରହ କରିବା ସହ ପଞ୍ଜାବକୁ ପଛରେ ପକାଇ ଚାମ୍ପିୟନ ହୋଇଥିଲା । ମ୍ୟାଚ୍‌ଟି ୫୧-୪୬ ପଏଣ୍ଟରେ ଶେଷ ହୋଇଥିଲା । ବାଳିକା ବର୍ଗର ଫାଇନାଲରେ ତାମିଲନାଡୁ ୮୫-୬୭ ପଏଣ୍ଟରେ ମହାରାଷ୍ଟ୍ରକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ପ୍ରଥମ କ୍ବାର୍ଟରରେ ଉଭୟ ଦଳ୧୮-୧୮ ପଏଣ୍ଟ ସଂଗ୍ରହ କରିଥିଲେ । ପରବର୍ତ୍ତୀ ୩ଟି ଯାକ କ୍ବାର୍ଟରରେ ତାମିଲନାଡୁ ଅଗ୍ରଣୀ ନେଇ ବିଜୟୀ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ସଭାପତି ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ ଦେଇଥିଲେ । ଓଡ଼ିଶା କବାଡ଼ି ଆସୋସିଏଶନ ସଭାପତି ଶରତ କୁମାର ସାହୁ, ସମ୍ପାଦକ ଅଜୟ କୁମାର ବେହେରା, ଓଡ଼ିଶା ଆଥଲେଟିକ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ବିଧାୟକ ଇଂ ମହମ୍ମଦ ମୋକିମ, ବାସ୍କେଟବଲ ଫେଡେରେଶନ ଅଫ ଇଣ୍ଡିଆ ସମ୍ପାଦକ ଚନ୍ଦ୍ରମୁଖୀ ଶର୍ମା, କୋଷାଧ୍ୟକ୍ଷ ଡ. ଭି. ରଘୋଥମନ, ଓଡ଼ିଶା ବାସ୍କେଟବଲ ଆସୋସିଏଶନ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri