ଜାତୀୟ ରାଜପଥ କାର୍ଯ୍ୟରେ ମନ୍ଥରତା

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ। ଏହି ରାଜପଥର ଶିମିଳିସାହିଠାରୁ କିରିଆଲାଞ୍ଜି ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ଯୋଜନା କରାଯାଇ କାମ ଆରମ୍ଭ କରାଯାଇଥିଲା। ହେଲେ କାମର ମନ୍ଥରତା ଯୋଗୁ ଅବଧି ସରିବାର ୫ମାସ ପରେ ବି ଏହା ଶେଷ ହୋଇପାରି ନାହିଁ। ଏପରି କି ରାସ୍ତାରେ ହେବାକୁ ଥିବା ୨ଟି ପୋଲର ନିର୍ମାଣ କାର୍ଯ୍ୟ ୧୦ ପ୍ରତିଶତ ମଧ୍ୟ ହୋଇନାହିଁ। ଫଳରେ କେବେ ରାସ୍ତା କାର୍ଯ୍ୟ ସରିବ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ ଉକ୍ତ ୭ କିଲୋମିଟର ରାସ୍ତା ପାଇଁ ୨୧ କୋଟି ୯୦ ଲକ୍ଷ ୧୦ ହଜାର ୯୪୬ ଟଙ୍କା ଆକଳନ ହୋଇଥିଲା। ପରେ ଭଗବତୀ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକସନ୍‌ ନାମକ ଠିକାସଂସ୍ଥା ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ୧୬ କୋଟି ୭୭ ଲକ୍ଷ ୭୭ ହଜାର ୭୦୩ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲା। ୫ ମେ ୨୦୧୮ରୁ କାମ ଆରମ୍ଭ ହୋଇ ଏକବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ରାସ୍ତା ଉନ୍ନତୀକରଣ ସହ ଦୁର୍ଦ୍ଦୁରା ଛକ ନିକଟରେ ବଡ଼ ପୋଲ ଓ ଡିମିରିଝରି ନିକଟରେ ମଧ୍ୟମ ପୋଲ ହେବା ନେଇ ଏଗ୍ରିମେଣ୍ଟରେ ଦର୍ଶାଯାଇଛି। ହେଲେ ଅବଧି ସରିବାର ୫ମାସ ବିତିଯାଇଥିଲେ ମଧ୍ୟ ୨ଟି ପୋଲର ୧୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିନାହିଁ। ନିର୍ମାଣ ହେବାକୁ ଥିବା ୨ଟି ପୋଲର କେବଳ ରଡ୍‌ ବନ୍ଧା କାର୍ଯ୍ୟ ସରିଛି। ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତ ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୋଲ ନିକଟରେ ଅସ୍ଥାୟୀ ରାସ୍ତା କରାଯାଇଥିଲେ ମଧ୍ୟ ପ୍ରବଳ ଧୂଳି ଉଡୁଥିବାରୁ ତାହା ଚାଳକଙ୍କୁ ଅଡୁଆରେ ପକାଉଛି। ଏଥିଯୋଗୁ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ନିକଟରେ ଏକ ଦୁର୍ଘଟଣା ଘଟି ଦୁଇ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ଠିକା ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ପକାଯିବା ପାଇଁ ନିୟମ ଥିବାବେଳେ ତାହା କରାଯାଉ ନାହିଁ। ଏହାଛଡା ଖୋର୍ଦ୍ଧା ବଲାଙ୍ଗୀର ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଫୁଲବାଣୀ, ବୌଦ୍ଧ, ବଲାଙ୍ଗୀରକୁ ଶହ ଶହ ଯାନବାହନ ଚଳାଚଳ କରୁଛି। ଜଣେ ଚାଳକଙ୍କ କହିବା କଥା ଉକ୍ତ ରାସ୍ତାରେ ଗଲା ବେଳେ ଜଗିରଖି ଗାଡ଼ି ଚଳାଉଛୁ। ନ ହେଲେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିବା ମୁସ୍କିଲ। ତୁରନ୍ତ ରାସ୍ତା କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ନୟାଗଡ଼ ଏନ୍‌ଏଚ୍‌ ବିଭାଗର ଏସ୍‌ଡ଼ିଓ ଚନ୍ଦନ କୁମାର ରଥଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଠିକା ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଅଧିକ ୬ ମାସ ଦିଆଯାଇଛି। ପୋଲ ହୋଇଥିବା ସ୍ଥାନରେ ପାଣି ଜମି ରହିଥିବାରୁ କାର୍ଯ୍ୟ ଆଗେଇପାରୁ ନାହିଁ। ଆଗାମୀ ମାସେ ଭିତରେ କାମ ଆରମ୍ଭ କରାଯାଇ ଜାନୁୟାରୀ ସୁଦ୍ଧା ଶେଷ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଜାନୁୟାରୀ ସୁଦ୍ଧା କାମ ଶେଷ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri