ଜାତୀୟ ପ୍ରାଣୀ ରୋଗ୍‌ ନିରାକରନ୍‌ ସଚେତନତା କାଯ୍‌କରମ; ଦୁଇଗୁନା ହେବା ଚାଷୀକର ଆଏ: ପ୍ରଧାନମନ୍ତ୍ରୀ

ଚିପିଲିମା, ୧୨।୯ (ଡି.ଏନ୍‌.ଏ.): ରାଷ୍ଟ୍ରୀୟ ଫାଟୁଆ ବୃସେଲୀ ରୋଗ୍‌ର ନିରାକରନ୍‌ ଆରୁ କୃତ୍ରିମ ପ୍ରଜନନ୍‌ ଜରିଆରେ ଚାଷୀର ଆଏକେ ଦୁଇଗୁନା କରବାର ଲାଗି ଆଏଜ୍‌ ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍‌ପନ୍‌ ଉଛବ୍‌ କରିଥିଲେ। ଇ ଉଧେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ କର୍ଡୋଲା ଗଁା ବୁନାକାର ଗୋଷ୍ଠୀକେନ୍ଦ୍ରନେ କୃଷକ୍‌ କରମ୍‌ଶାଲା ଆର ସଚେତନତା କାଯ୍‌କରମଟେ ହେଇଥିଲା। ଭାରତ ସରକାର ଗୋକୁଳ ମିଶନ୍‌ ଆର ପ୍ରାଣୀ ସମ୍ପଦ ବିକାଶ ବିଭାଗର କାଯ୍‌କରମକେ ଚିପିଲିମାରେ ଥିବାର ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ଗୋପାଲକ ଚାଷୀ ଭାଇମାନକୁ ନେଇ ଗୁଟେ ସଚେତନତା କାଯ୍‌କରମ ହେଇଥିଲା। ଇ କାଯ୍‌କରମଥି ଏମ୍‌.ପିକଁର ପର୍‌ତିନିଧି ଆଶିଷ କୁମାର ହୋତା କୁନୁଅଁା ହିସାବେ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୀତା ଛୁରିଆ, ଉପାଧ୍ୟକ୍ଷା ସୁଷମା ସାହୁ, କରଡେଳା ସରପଁଚ୍‌ ବିଶ୍ୱବନ୍ଦ୍ୟା ବଢ଼ାଇ ପରମୁଖ ଯୋଗ୍‌ଦେଇ ଚାଷୀମାନକୁ ଉଛାହିତ୍‌ କରିଥିଲେ। ସେନ୍‌ତା ସିଡିଭିଓ ଡା.ସରୋଜ କୁମାର କାନୁନଗୋ ସଭାରେ ଚାଷୀମାନକୁ କେନ୍‌ତାକଲେ ଆଏ ଦୁଇଗୁନା ହେଇପାରବା ସେ ବାବ୍‌ଦେ ବୁଝେଇଥିଲେ। ଚିପିଲିମା ପ୍ରାଣୀଧନ ଫାର୍ମର ଯୁଗ୍ମ ନିର୍ଦ୍ଦେଶକ ଡା.ପ୍ରଦୀପ୍ତ କୁମାର ସିଂ ଫାଟୁଆ ଆର ବୃସେଲା ରୋଗ୍‌ ନିରାକରନ୍‌ ବାବ୍‌ଦେ ଚାଷୀକୁ ବୁଝେଇଥିଲେ। ସେନ୍‌ତା କର୍ଡୋଲା ଗଁାର ଯୁବ ଗୋପାଲକ୍‌ ଚାଷୀ ଅଶ୍ୱିନୀ ନାୟକ ନିଜର ଅଭିଗିଅଁତା ଆର ସମସିଆ ଚାଷୀକୁ ସୂଚନା ଦେଇଥିଲେ। ଇ କାଯ୍‌କରମରେ ଆସର ପାସର ୧୦୦ରୁ ଅଧ୍‌କା ଚାଷୀ ଯୋଗ୍‌ ଦେଇଥିଲେ। କେଭିକେ ମୁଖିଆ ବୈଜ୍ଞାନିକ ଡ.ସାଶ୍ୱତ ପଟ୍ଟନାୟକ ସଭା ପରିଚାଲନା କରବାର ସଂଗେ ଶେଷେ ଧଏନ୍‌ବାଦ ଦେଇଥିଲେ। ଇତାର ବାହାରେ କେତେ ଚାଷୀ ନିଜର ଗାଈ ଧରିକରି ଆସିଥିଲାବେଲେ ଆୟୋଜକ୍‌ମାନକର ତରଫୁ ଗାଈକର ଲାଗି ଘାସ ମୁଠେର ବେବସ୍‌ତା ବି ନାଇଁହେଇ। ଏନ୍‌ତାଥି ଗାଈମାନେ ଭୁଖେ ରଡିବୁବାଲି ଛାଡ଼ୁଥିବାର ଦେଖ୍‌ବାକେ ମିଲିଥିଲା। ହେଲେ ବାକି ଅତିଥି ଅଭିଅଗତ୍‌ମାନକର ଲାଗି ବନେ ବରକସିଆ ଖାନାପିନାର ବେବସ୍‌ତା ହେଇଥିଲା। ଇଥିରଲାଗି କେତେ ଚାଷୀ ଅସନ୍‌ତୋଷ ପରକାଶ କରିଥିଲାବେଲେ ପଛେ ଗଁାର ଚାଷୀମାନେ ନିଜେ ଗାଈକର ଲାଗି ଘାସ ପୁଆଲର ବେବସ୍‌ତା କରିଥିଲେ। ପଛେ ସବୁ ଗାଈକୁ ଟୀକା ଦିଆଯାଇଥିଲା। ଲାଇନ ବିଭାଗ ସମ୍ବଲପୁର ଡିଆର ଡ.ନବୀନ ଦାସ, ହୀରାକୁଦ ଭିଏସ୍‌ ଡା.ମୀରାଶ୍ରୀ ପତି, ରେଙ୍ଗାଲି ଏଭିଏସ୍‌ ଡା.ସାଗରିକା ମିଶ୍ର, ସମ୍ବଲପୁର ଏସ୍‌ଭିଡିଓ ଡା.ହରିବନ୍ଧୁ ଭୋଇ, ରେଙ୍ଗାଲି ବିଭିଓ ଡା.କ୍ଷୀରୋଦ ପଟେଲ ପରମୁଖ ଇ କାଯ୍‌କରମରେ ଯୋଗ ଦେଇଥିଲେ। ସବୁଯାଗ ଯୁଗାଡ଼ ଚିପିଲିମା କେଭିକେ କରିଥିଲାବେଲେ କେଭିକେର ସବୁ ଅଧ୍‌କାରୀ କରମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?