Posted inଜାତୀୟ

ଜାତୀୟ ଜଳମାର୍ଗ ବିଲ୍‌:ବିରୋଧ କରିଥିଲେ ଅଧିକାଂଶ ରାଜ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.):କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜାତୀୟ ଜଳମାର୍ଗ ବିଲ୍‌କୁ ବିଭିନ୍ନ ରାଜ୍ୟ ବିରୋଧ କରିଥିଲେ। ଏପରିକି ଭାଜପା ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏହା ସପକ୍ଷରେ ନ ଥିଲେ। ୨୦୧୫ରେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବିତ ବିଲ୍‌କୁ ମଧ୍ୟପ୍ରଦେଶର ତତ୍କାଳୀନ ଶିବରାଜ ସିଂ ଚୌହାନ ସରକାର ଦୃଢ଼ ବିରୋଧ କରିଥିଲା। ୨୦୧୫ ଜୁଲାଇ ୨୪ରେ ଫାଇଲ ହୋଇଥିବା ଏକ ନୋଟ୍‌ ଅନୁଯାୟୀ ମାତ୍ର ୧୮ଟି ରାଜ୍ୟ ବିଲ୍‌ ଉପରେ ନିଜର ମତ ରଖିଥିବାବେଳେ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟ କୌଣସି ମତାମତ ଦେଇ ନ ଥିଲେ। କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟଗୁଡିକ ସହ ଉପଯୁକ୍ତ ବିଚାରବିମର୍ଶ ନ କରି ଜାତୀୟ ଜଳମାର୍ଗ ଘୋଷଣା କରିଥିବା ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆବେଦନରୁ ଜଣାପଡିଛି।
ଆରଟିଆଇରେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଓ ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରି ବିଲ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ରର ବିଧେୟକ ବିଭାଗ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲା। କେନ୍ଦ୍ରର ପ୍ରସ୍ତାବରେ ୭ଟି ରାଜ୍ୟ ସହମତି ପ୍ରକାଶ କରିଥିବାବେଳେ ବିହାର, ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ ଓ ତେଲେଙ୍ଗାନା କେତେକ ସର୍ତ୍ତରେ ରାଜି ହୋଇଥିଲେ। ୨୦୧୪ ନଭେମ୍ବର ୧୨ରେ ଭାରତର ଅନ୍ତର୍ଦେଶୀୟ ଜଳମାର୍ଗ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ) ପତ୍ର ଲେଖିଥିଲେ। ମଧ୍ୟପ୍ରଦେଶର ଜଳସମ୍ପଦ ମନ୍ତ୍ରଣାଳୟ ୨୦୧୫ ଜୁଲାଇ ୧୬ରେ ଉକ୍ତ ପ୍ରସ୍ତାବକୁ ବିରୋଧ କରି କେନ୍ଦ୍ରକୁ ପତ୍ର ଲେଖିଥିଲେ। ଜଳମାର୍ଗ ପାଇଁ ଖର୍ଚ୍ଚକୁ ନେଇ ଶିବରାଜ ସିଂ ସରକାର ଚିନ୍ତାବ୍ୟକ୍ତ କରିଥିଲେ। ମଧ୍ୟପ୍ରଦେଶ ଜଳମାର୍ଗକୁ ଜାତୀୟ ଜଳମାର୍ଗ ଘୋଷଣା କରାଗଲେ ଏହା ରାଜ୍ୟର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ। ଏହାବ୍ୟତୀତ ମଧ୍ୟପ୍ରଦେଶରେ ପ୍ରବାହିତ ନଦୀର ଉତ୍ପତ୍ତି ସେହି ରାଜ୍ୟରେ ଓ ତାହା ବର୍ଷା ଉପରେ ନିର୍ଭର କରୁଥିବାରୁ ଅନ୍ୟ ଋତୁରେ ନୌପରିବହନ ଲାଗି ଯଥେଷ୍ଟ ପାଣି ରହିବ ନାହିଁ ବୋଲି ରାଜ୍ୟ ପକ୍ଷରୁ କୁହାଯାଇଥିଲା। ମଧ୍ୟପ୍ରଦେଶର ଦୃଢ଼ ବିରୋଧ ସତ୍ତ୍ୱେ ଜାତୀୟ ଜଳମାର୍ଗ ବିଲ୍‌କୁ କେନ୍ଦ୍ର ସରକାର ଅନୁମୋଦନ କରାଇଥିଲେ। ଏଥିରେ ଟୋନ୍ସ ବ୍ୟତୀତ ମଧ୍ୟପ୍ରଦେଶର ଅନ୍ୟ କୌଣସି ନଦୀକୁ ସାମିଲ କରାଯାଇ ନ ଥିଲା।
ସେହିପରି ଜମ୍ମୁ-କଶ୍ମୀର ସରକାର ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ। ଜାତୀୟ ଜଳମାର୍ଗ ଘୋଷଣା ପୂର୍ବରୁ ଏହା କେତେଦୂର ଉପଯୁକ୍ତ ହେବ ତାହାର ସର୍ଭେ ବିଶେଷଜ୍ଞମାନଙ୍କ ଦ୍ୱାରା କରାଇବାକୁ ଜମ୍ମୁ-କଶ୍ମୀର ସରକାର ପ୍ରସ୍ତାବ ଦେଇଥିଲେ। ଏହା ସତ୍ତ୍ୱେ ସେଠାର ଚେନାବ, ରାବି, ସିନ୍ଧୁ ଓ ଝେଲମ୍‌ ନଦୀକୁ ଜାତୀୟ ଜଳମାର୍ଗରେ ସାମିଲ ପାଇଁ କେନ୍ଦ୍ର ଘୋଷଣା କରିଥିଲା। ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ୱାରା ସବିଶେଷ ସର୍ଭେ ଓ ତଦନ୍ତ କରାଯାଇ ନ ଥିବାରୁ କେନ୍ଦ୍ରର ପ୍ରସ୍ତାବକୁ ଝାଡ଼ଖଣ୍ଡ ସରକାର ବିରୋଧ କରିଥିଲେ। ଉକ୍ତ ରାଜ୍ୟରେ ପ୍ରବାହିତ ସୁବର୍ଣ୍ଣରେଖା ଓ ଖରକାଇ ନଦୀରେ ନୌପରିବହନ ସମ୍ଭାବ୍ୟତାକୁ ନେଇ ରାଜ୍ୟ ସରକାର ରିପୋର୍ଟ ୨୦୧୫ ଜୁଲାଇ ୨ରେ କେନ୍ଦ୍ରକୁ ଦେବା ସହ ଏହା ଉପରେ ସବିଶେଷ ସର୍ଭେ ପାଇଁ ଦାବି କରିଥିଲେ। ସୁବର୍ଣ୍ଣରେଖାର ଅଧିକାଂଶ ଭାଗରେ ନୌପରିବହନ ସମ୍ଭବ ନୁହେଁ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଥିଲା।
ପଞ୍ଜାବ ସରକାର ଅନୁମତି ଦେଇଥିଲେ ହେଁ ସର୍ତ୍ତ ରଖିଥିଲେ। ଏହା ସହ ନଦୀ ଜଳ ନିୟନ୍ତ୍ରଣ ଓ ବ୍ୟବହାର ସମ୍ପୃକ୍ତ ରହୁଥିବାରୁ ରିପାରିଆନ୍‌ ନୀତିର ଉଲ୍ଲଂଘନ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବାକୁ ହେବ। ଉକ୍ତ ନୀତି ଅନୁଯାୟୀ ଯେଉଁ ରାଜ୍ୟ ଦେଇ ନଦୀ ପ୍ରବାହିତ, ତାହାର ଜଳରାଶି ଉପରେ ସେମାନଙ୍କର ଅଧିକାର ରହିବ। ୨୦୧୫ ଜୁଲାଇ ୧୭ରେ ରାଜ୍ୟ ସରକାର ପଠାଇଥିବା ଚିଠି ଅନୁଯାୟୀ ସତ୍‌ଲେଜ ନଦୀରେ ଭାକ୍ରା ନଙ୍ଗଲ ଡ୍ୟାମ୍‌, ରୋପଡ୍‌ ହେଡ୍‌ ଓ୍ବାର୍କ୍ସ ଡ୍ୟାମ୍‌, ହାରିକେ ହେଡ୍‌ଓ୍ବାର୍କ ଡ୍ୟାମ୍‌ ଏବଂ ବେଆସ୍‌ ନଦୀରେ ପୋଙ୍ଗ ଡ୍ୟାମ୍‌ ନିର୍ମାଣ ଦିନରୁ ସେପ୍ଟେମ୍ବରରୁ ଜୁନ୍‌ ମଧ୍ୟରେ ଜଳସ୍ତର ବହୁତ କମ୍‌ ରହିଥାଏ।
ପଶ୍ଚିମବଙ୍ଗର ମହାନନ୍ଦା, ଅଜୟ, ଜଳାଙ୍ଗୀ, ଦ୍ୱାର୍‌କା, ବଟେଶ୍ୱର, ଦାମୋଦର, ଦ୍ୱାରକେଶ୍ୱର, ଶିଳାବତୀ, କୁମାରୀ ଏବଂ ଇଚ୍ଛାମତୀକୁ ୧୦୧ଟି ଜାତୀୟ ଜଳମାର୍ଗରେ ସାମିଲ କରାଯାଇଥିଲା। ଏହି ନଦୀଗୁଡିକରେ ଡିସେମ୍ବର-ଜାନୁୟାରୀରୁ ମାର୍ଚ୍ଚ-ଏପ୍ରିଲ୍‌ ମଧ୍ୟରେ ଯଥେଷ୍ଟ ପାଣି ରହୁ ନ ଥିବା ରାଜ୍ୟ ସରକାର ୨୦୧୫ ଜାନୁୟାରୀ ୩୦ରେ ପତ୍ର ଲେଖି କେନ୍ଦ୍ରକୁ ଜଣାଇଥିଲେ। ଆନୁଷ୍ଠାନିକ ଘୋଷଣା ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ପରାମର୍ଶ ଦେଇଥିଲେ। ତାମିଲନାଡୁ ସରକାର ରାଜ୍ୟର ୯ଟି ନଦୀରୁ ମାତ୍ର ୨ଟିକୁ ଜାତୀୟ ଜଳମାର୍ଗରେ ସାମିଲ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ସମସ୍ତ ୯ଟି ନଦୀକୁ ଜାତୀୟ ଜଳମାର୍ଗ ଘୋଷଣା କରିଥିଲେ।
କେନ୍ଦ୍ର ପ୍ରସ୍ତାବରେ ବିହାର ସରକାର ସମ୍ପୂର୍ଣ୍ଣ ଏକମତ ହୋଇ ନ ଥିଲେ ହେଁ କଡ଼ା ସର୍ତ୍ତରେ ରାଜି ହୋଇଥିଲେ। କେବଳ ରାଜ୍ୟ ନୁହନ୍ତି, କେନ୍ଦ୍ର ସରକାରଙ୍କୁ ଦୁଇ ପ୍ରମୁଖ ବିଭାଗ ନୀତି ଆୟୋଗ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଜାତୀୟ ଜଳମାର୍ଗକୁ ବିରୋଧ କରିଥିଲେ। ଯଥେଷ୍ଟ ବିଚାର ବିମର୍ଶ ନ କରି କୌଣସି ନଦୀକୁ ଜାତୀୟ ଜଳମାର୍ଗ ଘୋଷଣା କରିବା ଠିକ୍‌ ନୁହେଁ ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଥିଲା। ଖାଲି ସେତିକି ନୁହେଁ, ଯଥେଷ୍ଟ ବିଚାର ଆଲୋଚନା କରା ନ ଯାଇ ବିଲ୍‌କୁ ପାସ୍‌ କରାଯାଇଥିତ୍ବା ସରକାରୀ ଦସ୍ତାବିଜରୁ ଜଣାପଡିଛି। ଅଧିକାଂଶ ସଂସଦୀୟ କମିଟି ସଦସ୍ୟ ବିଲ୍‌କୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?