ଜାତୀୟ କରାଟେ ପ୍ରତିଯୋଗିତାରେ ମିଳିଛି ସ୍ବର୍ଣ୍ଣ ପଦକ : ପ୍ରତିଭା ବିିକାଶରେ ଅର୍ଥ ସାଜିଛି ବାଧକ

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.):  ଅର୍ଥ ଅଭାବରୁ ଜଣେ ପ୍ରତିଭାବାନ ଛାତ୍ରୀ ତଥା ଜାତୀୟସ୍ତରର କରାଟେ ଖେଳାଳି ଉଚ୍ଚ ଶିକ୍ଷା ଲାଭ କରିବାରେ ବାଧକ ସୃଷ୍ଟି ହୋଇଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଗ୍ରାମର ପାୟଲ ବାୟନ(୧୭)। ୨୦୧୩ରେ ସେ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏଥିସହ ୨୦୧୭ରେ ବ୍ଲକ ଅନ୍ତର୍ଗତ ଖରିନାସୀ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ୮୦ ପତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ମାର୍ଶାଘାଇସ୍ଥିତ ଏକ ଘରୋଇ କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ଆଗକୁ ପଢ଼ିବାକୁ ଅର୍ଥ ନ ଥିବାରୁ ଉଚ୍ଚ ଶିକ୍ଷା କିପରି ଲାଭ କରିବେ ସେନେଇ ପାୟଲ ଚିନ୍ତିତ ହୋଇପଡିଛନ୍ତି।
ସୂଚନାଯୋଗ୍ୟ, ତାଙ୍କ ମା’ ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଆଗକୁ ପଢ଼ିବାକୁ ଓ କରାଟେ ପାଇଁ ପ୍ରଶିକ୍ଷଣ ନେବାକୁ ପାଖରେ ଅର୍ଥ ନାହିଁ। ଫଳରେ ତାଙ୍କ ପାଠରେ ଡୋରି ବନ୍ଧା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ବାପା ଶୁକଦେବ ବାୟନ ଜଣେ କରାଟେ କୋଚ ଥିଲେ। ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ପାୟଲ ୫ ବର୍ଷରୁ କରାଟେ ଶିଖିବାକୁ ଆରମ୍ଭ କରିଥିଲେ। ପରେ ଝିଅର ଆଗ୍ରହ ଦେଖି ପାରାଦୀପ ଅଞ୍ଚଳର କରାଟେ କୋଚ ମାଷ୍ଟର ସଞ୍ଜୟ ସାହାଙ୍କଠାରୁ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଦେଇଥିଲେ। ଅଦ୍ୟାବଧି ସେ ଏହି ପ୍ରତିଯୋଗିତାରେ ଅରେଞ୍ଜ, ବ୍ଲୁ ଓ ମେରୁନ ଆଦି ସୋପାନ ଅତିକ୍ରମ କରି ଏବେ ବ୍ଲାକ ବେଲ୍ଟର ନିକଟତର ହୋଇଛନ୍ତି। ସୋମବାର ପାରାଦୀପରେ ତାଙ୍କର ଶେଷ ପରୀକ୍ଷା ରହିଛି। ଏଥିରେ ସଫଳ ହେଲେ ସେ ବ୍ଲାକ ବେଲ୍ଟର ଅଧିକାରୀ ହେବେ। ପୂର୍ବରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଟେ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରମାଣପତ୍ର, ମେଡାଲ ଓ ଟ୍ରଫି ହାସଲ କରିଛନ୍ତି। ଏହାସତ୍ତ୍ୱେ ପାୟଲ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ଏନେଇ ସେ ଚଳିତ ମାସ ୨ ତାରିଖରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ କହିଥିଲେ।
ଜିଲାପାଳ ବର୍ମା ତାଙ୍କର ଟ୍ରଫି ଓ ବିଭିନ୍ନ ପ୍ରମାଣ ପତ୍ର ଦେଖି ଖୁସିବ୍ୟକ୍ତ କରିବା ସହ ଅଧିକ ପ୍ରଶିକ୍ଷଣ ଓ ଉଚ୍ଚ ଶିକ୍ଷା ଯୋଗାଇ ଦେବା ଲାଗି ଭୁବନେଶ୍ୱରସ୍ଥିତ କିଟ୍‌ସ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଚିିଠି ନଂ ୩୩୦/୨ା୮ା୧୯ରେ ଏହି ବିଷୟରେ ଉଲ୍ଲେଖ ରହିଛିି। ଆଗାମୀ ଦିନରେ କରାଟେରେ ବ୍ଲାକ୍‌ ବେଲ୍ଟ ହାସଲ ସହ ଉଚ୍ଚ ଶିକ୍ଷା ଲାଭ କରି ଜିଲା ପାଇଁ ଗୌରବ ଆଣିବାକୁ ପାୟଲ ଆଶାବ୍ୟକ୍ତ କରିଛନ୍ତି। ଏନେଇ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri