ଜରାଗ୍ରସ୍ତ ଜନନୀ

ରବିନାରାୟଣ ସାମଲ

ସାଧାରଣ ନିର୍ବାଚନ ଗଣତନ୍ତ୍ରର ମହାପର୍ବ। ସଂଖ୍ୟାଧିକ ଭୋଟ ପାଇଥିବା ପ୍ରାର୍ଥୀ ହେବେ ଲୋକ ପ୍ରତିନିଧି। ବିପକ୍ଷରେ ମିଳିତ ମତଦାନ ସଂଖ୍ୟା ଅଧିକ ହେଲେ ବି ଯାଏଆସେ ନାହିଁ। ନିକଟତମ ପ୍ରତିଦ୍ୱନ୍ଦ୍ୱୀଠାରୁ ଖଣ୍ଡେ ମାତ୍ର ଭୋଟ ଅଧିକ ପାଇଲେ ହେଲା। ମୁକ୍ତ-ଅବାଧ-ନିରପେକ୍ଷ ମୋହରଟା ବାଜିଗଲେ ପ୍ରାର୍ଥୀ ହୋଇଯିବେ ପ୍ରତିନିଧି, ଆପାତତଃ ପାଞ୍ଚ ବର୍ଷ ପାଇଁ।
ଚଳିତବର୍ଷ ନିର୍ବାଚନ ହେବ ନିଆରା। ବିରୋଧୀ ଶିବିରର କେତେ ଜଣ ଛାମୁଆ ନେତା ଜେଲ୍‌ରେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ଉପ-ମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ, ବିଆର୍‌ଏସ୍‌ ନେତ୍ରୀ କେ. କବିତା ବନ୍ଦୀ ଜୀବନ ବିତାଉଛନ୍ତି। ଅପରାଧ? ଦିଲ୍ଲୀ ମଦ ନୀତିରେ ଦୁର୍ନୀତି। ଅର୍ଥ ଆମତ୍ସାତ୍‌ ନୁହେଁ! ସେଇଥିପାଇଁ ତ ସଞ୍ଜୟ ସିଂଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ମଞ୍ଜୁର କରିଦେଲେ କିଛି ପ୍ରାଇମା ଫାସି ନାହିଁ ବୋଲି।
ଇଡି, ଆଇଟି, ସିବିଆଇ ଓ ଏନ୍‌ଆଇଏ ଆଉ କେତେ ଜଣଙ୍କୁ ସମନ୍‌ ପଠାଉଛି, ଦିନ ଦିନ ଧରି ଜେରା କରୁଛି। ନିଜ ଦଳ ବା ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବାର ସୁଯୋଗ ସେମାନଙ୍କର ନାହିଁ। ଅନ୍ୟପକ୍ଷରେ ଶାସକ ଦଳର ନେତାମାନେ ଘୂରି ବୁଲୁଛନ୍ତି। ଇଡି, ଆଇଟି ସେମାନଙ୍କ ଛାଇ ମାଡ଼ୁ ନାହାନ୍ତି।
କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଏପରି ତପତ୍ରତା ଦେଖି ସାଧାରଣରେ ଗୋଟିଏ ଧାରଣା ସୃଷ୍ଟି ହେଲାଣି ଯେ ନରେନ୍ଦ୍ର ମୋଦି ଇଡି, ଆଇଟି ଭଳି ସଂସ୍ଥାକୁ ବ୍ୟବହାର କରି ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଚାହୁଁଛନ୍ତି। ସେପଟେ କେଜ୍‌ରିୱାଲଙ୍କ ଗିରଫ ପରେ ଜର୍ମାନ୍‌, ଆମେରିକା ଏବଂ ଏପରିକି ଜାତିସଂଘ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‘ବିଚାର ପ୍ରକ୍ରିୟାରେ ନିରପେକ୍ଷତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଅନୁପାଳନ କରାଯିବା ବିଧେୟ’ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ମାତ୍ର ଆମର ବୈଦେଶିକ ବିଭାଗ ‘ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର’ ବୋଲି କହି ସେମାନଙ୍କ ସମାଲୋଚନାକୁ ନାପସନ୍ଦ କରିଛି।
‘ଗଣତନ୍ତ୍ରର ମହାପର୍ବ’ ପାଳନ ହେବାକୁ ଯାଉଥିଲା ବେଳେ ବାସ୍ତବରେ ଗଣତନ୍ତ୍ର ଏବେ ମହାବିପଦରେ। ସାଧାରଣ ନାଗରିକଙ୍କର ବାକ୍‌ ସ୍ବାଧୀନତା ଅପହୃତ। ସରକାରଙ୍କ ବିରୋଧରେ ଯିଏ ପଦେ କହିଲା, ସିଏ ହେଲା ଦେଶଦ୍ରୋହୀ। ଆଇଟି ଆଇନର ଦୁରୁପଯୋଗ କରାଯାଇ ସାମାଜିକ ଗଣମାଧ୍ୟମରେ ୟୁଜର୍‌ମାନଙ୍କ ପୋଷ୍ଟିଂକୁ ବ୍ଲକ୍‌ କରି ଦିଆଯାଉଛି। ଟିଭି ଚ୍ୟାନେଲ ଓ ସମ୍ବାଦପତ୍ର ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କଟକଣା ଜାରି କରିଛି। ସରକାର ବା ଶାସକ ଦଳ ବିରୋଧରେ ଯିଏ ମତମନ୍ତବ୍ୟ ଦେଲା ତାକୁ ହାଜତ ଭିତରକୁ ଯିବାକୁ ପଡ଼ୁଛି।
ଏଠାରେ ଭୀମା କୋରେଗାଓଁ ମାମଲା ଉଲ୍ଲେଖଯୋଗ୍ୟ। ରୋନା ୱିଲସନ୍‌, ଫାଦର ଷ୍ଟାନ୍‌ ସ୍ବାମୀ, ବରବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେରେରିଆ, ଭେରନ୍‌ ଗନ୍‌ସାଲ୍‌ଭେ ପ୍ରମୁଖ ବିଶିଷ୍ଟ ସାମ୍ବାଦିକ, ଶିକ୍ଷାବିତ୍‌ ଓ ମାନବିକ ଅଧିକାର କର୍ମୀଙ୍କ ସମେତ ୧୬ ଜଣଙ୍କୁ ୟୁଏପିଏ ଆଇନ ବଳରେ ଗିରଫ କରି ୬ ବର୍ଷ ହେଲା ଜେଲରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଫାଦର୍‌ ଷ୍ଟାନ୍‌ଙ୍କ ହାଜତରେ ମୃତ୍ୟୁ ହୋଇଯାଇଛି। ନିକଟରେ ପ୍ରଫେସର୍‌ ରୋନା ୱିଲସନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, କୁହାଯାଉଥିବା ଅଭିଯୁକ୍ତମାନଙ୍କ କମ୍ପ୍ୟୁଟର୍‌ରେ ନାଗପୁର ପୋଲିସ ଆପତ୍ତିଜନକ ଇ-ମେଲ୍‌ ସଂଯୁକ୍ତ କରି ସେମାନଙ୍କ ବିରୋଧରେ ୟୁଏପିଏ ଆଇନ ଲାଗୁ କରିଛି। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସର ପ୍ରଫେସର ଆଲ୍‌ଫା ଶାହାଙ୍କ ଲିଖିତ ପୁସ୍ତକରେ ଏହି ତଥ୍ୟ ବିଶଦ ଭାବେ ଉପସ୍ଥାପିତ ହୋଇଛି।
ହଥ୍‌ରସ୍‌ ବଳାତ୍କାର ଘଟଣାର ରିପୋର୍ଟ ସଂଗ୍ରହ କରିବାକୁ ଯାଉଥିଲା ବେଳେ ସାମ୍ବାଦିକ ସିଦ୍ଦିକ୍‌ କପନ୍‌ ଓ ତାଙ୍କର ତିନି ଜଣ ସହଯୋଗୀଙ୍କୁ ଗିରଫ କରାଯାଇ ଦୁଇ ବର୍ଷ ଜେଲରେ ରଖାଗଲା। କଶ୍ମୀର୍‌ର ସାମ୍ବାଦିକ ଅସିଡଫ୍‌ ସୁଲତାନ ଓ ସାଜାଦ୍‌ ଗୁଲ୍‌, ଝାଡ଼ଖଣ୍ଡର ସାମ୍ବାଦିକ ରୂପେଶ ସିଂ ଏବଂ ମହାରାଷ୍ଟ୍ରର ସାମ୍ବାଦିକ ଗୌଚମ ନଭଲେଖା ବର୍ତ୍ତମାନ ଜେଲରେ ଅଛନ୍ତି। ସେମାନେ ସମସ୍ତେ ମାନବାଧିକାର କର୍ମୀ। ଉତ୍ତରପ୍ରଦେଶର ସାମ୍ବାଦିକ ପୱନ ଜୟସ୍ବାଲ, ଜେଏନ୍‌ୟୁ ଛାତ୍ର ଓମର୍‌ ଖଲିଦ୍‌ଙ୍କୁ ୟୁଏପିଏ ବଳରେ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି। ଖ୍ୟାତନାମା ସାମ୍ବାଦିକା ତଥା ମହିଳା ଅଧିକାର ସୁରକ୍ଷା କର୍ମୀ ପଦ୍ମଶ୍ରୀ ତିସ୍ତା ଶିତଲବାଦଙ୍କୁ ମଧ୍ୟ ଦୁଇ ବର୍ଷ ତଳେ ଗିରଫ କରାଯାଇଥିଲା। ଗୁଜରାଟ ଦଙ୍ଗାରେ ପୀଡ଼ିତା ଜାକିଆ ଜାଫ୍ରୀ ଓ ବିଲ୍‌କିସ୍‌ ବାନୁଙ୍କ ପାଇଁ ସେ ଲଢ଼େଇ କରୁଥିବାରୁ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣି ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଥିଲା।
୨୦୧୫-୨୦ ମଧ୍ୟରେ ଦେଶଦ୍ରୋହ ମାମଲାରେ ୫୪୮ ଜଣ ଗିରଫ ହୋଇଥିଲା ବେଳେ ୟୁଏପିଏ ବଳରେ ୧୦,୫୫୨ ଜଣ ଗିରଫ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଉଭୟ ଦେଶଦ୍ରୋହ ଓ ୟୁଏପିଏରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ବି ଶାସକ ଦଳର ସଭ୍ୟ କେହି ନାହାନ୍ତି। ସେମାନେ ସବୁ ଗୋଟା ତୁଳସୀ!
ଗଣତନ୍ତ୍ରର ଚାରିଟି ସ୍ତମ୍ଭ- ନ୍ୟାୟପାଳିକା, କାର୍ଯ୍ୟପାଳିକା, ବିଧାୟିକା ଓ ଗଣମାଧ୍ୟମ ବର୍ତ୍ତମାନ ଦୁର୍ବଳ। ଏଗୁଡ଼ିକ ଭୁଶୁଡ଼ି ପଡ଼ିବା କିଛି ଅସମ୍ଭବ ନୁହେଁ। ଶାସକ ଦଳର ଚାପ ଯୋଗୁଁ ଏଗୁଡ଼ିକ ନିଜର ନିରପେକ୍ଷତାକୁ ହରାଇ ବସିଛନ୍ତି। ସେଇଥିପାଇଁ ତ ଗଣତନ୍ତ୍ରର ପରିଭାଷା ଏଠାରେ ବଦଳିଯାଇଛି। ଆବ୍ରାହମ୍‌ ଲିଙ୍କନ୍‌ ଯଦି ବଞ୍ଚତ୍ଥାନ୍ତେ, ତେବେ ସେ ଏସବୁ ଦେଖି ଗଣତନ୍ତ୍ରର ସଂଜ୍ଞା ପୁନଃ ନିରୂପଣ କରିଥା’ନ୍ତେ।
ସ୍ବିଡେନ୍‌ସ୍ଥିତ ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବିଶ୍ୱର ୧୭୯ଟି ଗଣତାନ୍ତ୍ରିକ ଦେଶକୁ ନେଇ ୨୦୨୩ରେ ଏକ ସର୍ଭେ କରିଥିଲା। ଏହି ୧୭୯ଟି ଦେଶ ମଧ୍ୟରୁ ଭାରତର ର଼୍ୟାଙ୍କ୍‌ ଥିଲା ୧୦୮। ୨୦୨୨ ତୁଳନାରେ ୪ଟି ସ୍ଥାନ ତଳେ। ‘ମୋଦିଙ୍କ ଅଧୀନରେ ଭାରତ ଗଣତନ୍ତ୍ରର ମାନ୍ୟତା ହରାଇଛି’ ବୋଲି ଭି-ଡେମ୍‌ ମନ୍ତବ୍ୟ ଦେଇଥିଲା। ୱାଶିଂଟନ୍‌ସ୍ଥିତ ସଂସ୍ଥା ଫ୍ରିଡମ୍‌ ହାଉସ୍‌ ଭାରତର ଶାସନ ବ୍ୟବସ୍ଥା ସମ୍ବନ୍ଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲା।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri