ଜମି ଅନୁମୋଦନ ପ୍ରକ୍ରିୟା ଆଉ ପାଦେ ବଢ଼ିଲା

ବଲାଙ୍ଗୀର ଅଫିସ, ୬ା୧୨: ୭୭ ବର୍ଷ ପୁରୁଣା ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ଇଞ୍ଚେ ଜମିର ମାଲିକାନା ସ୍ବତ୍ୱ ନାହିଁ। ଏଭଳିକି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ନଁାରେ ନାହିଁ। ରାଜେନ୍ଦ୍ର କଲେଜକୁ ଅପ୍‌ଗ୍ରେଡ କରି ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବା ପରେ ମଧ୍ୟ ଜମି ମାଲିକାନା ସ୍ବତ୍ୱକୁ ନେଇ ଲାଗିରହିଥିବା ଅବ୍ୟବସ୍ଥାର କୌଣସି ସମାଧାନ ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଧରିତ୍ରୀରେ କ୍ରମାଗତ ଖବର ପରିବେଷଣ ପରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ସମସ୍ୟାର ସମାଧାନ କରିବାକୁ ଆଗଭର ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ବା ଜମିପଟ୍ଟା ବିଶ୍ୱବିଦ୍ୟାଳୟ ନଁାରେ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା ଯାହାକି ଏବେ ଚୂଡାନ୍ତସ୍ତରରେ ପହଞ୍ଚତ୍ଛି। ବୋର୍ଡ ଅଫ୍‌ ରେଭିନ୍ୟୁରୁ ଜମି ସଂକ୍ରାନ୍ତୀୟ ଫାଇଲ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଫଳରେ ଡିସେମ୍ବର ଶେଷସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ନଁାରେ ଜମିପଟ୍ଟା (ଆର୍‌ଓଆର୍‌) ମିଳିବା ଆଶା ଉଜ୍ଜୀବିତ ହୋଇଥିବା ଜିଲା ପ୍ରଶାସନ ସୂତ୍ରରୁ ଜଣାପଡିିଛି। ମିଳିଥିବା ସୂଚନା ମୁତାବକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କିଛି କୋଠାଘର, ହଷ୍ଟେଲ ଓ ଷ୍ଟାଫ୍‌ କ୍ୱାର୍ଟର୍ସ ଥିବା ଜମି ପୂର୍ତ୍ତ ବିଭାଗ ନଁାରେ ରହିଥିଲା। ପ୍ରାୟ ୬ ଏକର ପରିମିତ ଉକ୍ତ ଜମିକୁ ବିଶ୍ୱବିଦ୍ୟାଳୟ ନଁାକୁ ଫେରାଇବା ପାଇଁ ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାବାଦ୍‌ ବିଶ୍ୱବିଦ୍ୟାଳୟର ପ୍ରାୟ ୨୦.୬୧୬ ଏକର ଜମିକୁ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ଏହାକୁ ବିଶ୍ୱବିଦ୍ୟାଳୟ ନଁାରେ ପଟ୍ଟା କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଉକ୍ତ ଜମିର ପ୍ରକ୍ରିୟାକରଣ ପାଇଁ ପ୍ରଥମେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଓ ପରେ ବୋର୍ଡ ଅଫ୍‌ ରେଭିନ୍ୟୁକୁ ପଠାଯାଇଥିଲା। ସେଠାରେ ଯାଞ୍ଚ ପରେ ଏହାକୁ ବିଧିବଦ୍ଧ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଖୁବ୍‌ଶୀଘ୍ର ଚିହ୍ନଟ ଜମିର ପଟ୍ଟା(ଆରଓଆର) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ କରାଯିବ। ଏହାବାଦ୍‌ ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ଚିହ୍ନଟ ହୋଇଥିବା ଆହୁରି ପ୍ରାୟ ୩୫ଏକର ଜମି ବିଶ୍ୱ ବିଦ୍ୟାଳୟ ନଁାରେ କରାଯିବା ପ୍ରକ୍ରିୟା ଚାଲିଛି। ଏହାକୁ ମଧ୍ୟ ସରକାରଙ୍କ ଅନୁମୋଦନ ପାଇଁ ଆରଡିସି ଓ ବୋର୍ଡ ଅଫ୍‌ ରେଭିନ୍ୟୁ ଜରିଆରେ ପଠାଯିବ। ଏସବୁ କାମ ଏବେ ଜୋରସୋର ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଡିସେମ୍ବର ଶେଷସୁଦ୍ଧା ପ୍ରାୟ ୨୭ ଏକର ଜମିର ପଟ୍ଟା (ଆରଓଆର) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ ହୋଇଯିବ ବୋଲି ଆଶା କରାଯାଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନ ନଁାରେ ଆହୁରି ପ୍ରାୟ ୩୫ଏକର ଜମିର ପଟ୍ଟା କରାଯାଇପାରିବ ବୋଲି ଜଣାପଡିଛି। ଉକ୍ତ ପରିମିତ ଜମି ମଧ୍ୟ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଛି। ଏସବୁ ପ୍ରକ୍ରିୟା ସରିଲେ ୭୭ ବର୍ଷ ପୁରୁଣା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନଁାରେ ପ୍ରାୟ ୬୨ଏକରରୁ ଊର୍ଦ୍ଧ୍ୱ ଜମି ବ୍ୟବସ୍ଥା ହୋଇପାରିବ। ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ମହେନ୍ଦ୍ର ମହାପାତ୍ର ଓ ତହସିଲଦାର ମଘବନ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ଚିହ୍ନଟ ପ୍ରକ୍ରିୟାକରଣ ତଥା ଡକ୍ୟୁମେଣ୍ଟେଶନ୍‌ ଚାଲିଛି। ତେବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଅତିକମ୍‌ରେ ୧୦୦ ଏକର ଜମି ଦିଆଯିବାକୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି। ରାଜେନ୍ଦ୍ର କଲେଜ ନଁାରେ ତତ୍କାଳୀନ କଲେଜ ପ୍ରତିଷ୍ଠାତା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ପ୍ରାୟ ୨୫୦ଏକର ଜମି ବ୍ୟବସ୍ଥା କରିଥିବା କୁହାଯାଉଥିଲେ ମଧ୍ୟ ଏହି ଶିକ୍ଷାନୁଷ୍ଠାନର ଏତେ ପରିମାଣ ଜମି କୁଆଡେ ଗଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri