ଜବରଦଖଲ ପାଇଁ ବଢୁଛି ଡ୍ରେନେଜ୍‌ ସମସ୍ୟା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭାପୁର, ୧୪।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦରେ ରାସ୍ତା ଜବରଦଖଲ କାରଣରୁ ତିଆରି ହୋଇପାରୁନି ଡ୍ରେନ୍‌। ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ୱେ ପଦକ୍ଷେପ ନିଆଯାଉନାହିଁ। ଫଳରେ ଗ୍ରାମବାସୀ ପାଣି କାଦୁଅରେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି।
ଗୋବିନ୍ଦପ୍ରସାଦ ଗ୍ରାମର ମୋଟ ଜନସଂଖ୍ୟା ପାଖାପାଖି ୩୫୦୦। ଭୌଗୋଳିକ ଦୃଷ୍ଟିକୋଣରେ ଗ୍ରାମଟି ସାପୁଆ ନଦୀ ଆଡ଼କୁ ଗଡ଼ାଣିଆ। ଫଳରେ ଦୀର୍ଘ ୧ କିମି ବିଶିଷ୍ଟ ଗ୍ରାମ୍ୟରାସ୍ତା ଦେଇ ବର୍ଷାଜଳ ନିଷ୍କାସିତ ହୋଇଥାଏ। ହେଲେ କେତେଜଣ ଗ୍ରାମବାସୀ ରାସ୍ତା ଉପରେ ଜବରଦଖଲ କରି ଘର ନିର୍ମାଣ କରିଛନ୍ତି। ରାସ୍ତା ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଥିବାରୁ ଡ୍ରେନ୍‌ ନିର୍ମାଣ ହୋଇପାରୁନାହିଁ। କାଦୁଅ ପଚପଚ ରାସ୍ତାରେ ଛାତ୍ରୀଛାତ୍ରମାନେ ସ୍କୁଲ ଯାଉଛନ୍ତି। ଅନେକ ସମୟରେ ସେମାନେ ଖାଲଖମାରେ ପଡ଼ି ଆହତ ହେଉଛନ୍ତି। ଯୋଜନାବଦ୍ଧ ଭାବେ ଢଳେଇ ରାସ୍ତା ତିଆରି ହୋଇ ନ ଥିବାରୁ ଉଚ୍ଚାନିଚା ରହିଛି। ଫଳରେ ଉକ୍ତ ସ୍ଥାନରେ ପାଣି ଜମି ରହି ଝର ସୃଷ୍ଟି ହେଉଛି। ୨-୩ ମାସ ଯାଏ ଝର ପାଣି ସନ୍ତସନ୍ତିଆ ପରିବେଶ ସୃଷ୍ଟି କରୁଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୧୭ରେ ଗ୍ରାମବାସୀ ଜବରଦଖଲ ହଟାଇବାକୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। ହେଲେ ଦୀର୍ଘ ୨ବର୍ଷ ପରେ ବି ଏହାର ସମାଧାନର ବାଟ ବାହାରି ପାରିନାହିଁ। ସବୁଆଡ଼ୁ ନିରାଶ ହେବା ପରେ ପୁନର୍ବାର ୨୦୧୯ ଜାନୁୟାରୀରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ତଥାପି ପ୍ରଶାସନିକ ଅଧିକାରୀ ସମସ୍ୟାକୁ ଅତ୍ୟନ୍ତ ହାଲ୍‌କା ଭାବେ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ନେଇ ସରପଞ୍ଚ ଜିତୁରଞ୍ଜନ ଜେନା କୁହନ୍ତି, ରାସ୍ତା ସମ୍ପ୍ରସାରଣରେ ପ୍ରମୁଖ ସମସ୍ୟା ଜବରଦଖଲ। ଜବରଦଖଲ ହଟାଗଲେ ସମାଧାନର ବାଟ ବାହାରିପାରିବ। ଘଟିପିରି ଆର୍‌ଆଇ ଇତିଶ୍ରୀ ପ୍ରିୟଦର୍ଶିନୀ କୁହନ୍ତି, ଏ ନେଇ କୌଣସି ଅଭିଯୋଗ ଆସିନାହିଁ। ବିଧିବଦ୍ଧ ଭାବେ ଅଭିଯୋଗ ହେଲେ କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri