ଜନତା ଆଖିରେ ଶତ୍ରୁ

ସମ୍ପାଦକୀୟ/ତଥାଗତ ସତପଥୀ
ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ବହୁ ସମୟରେ ଉଗ୍ରରୂପ ଧାରଣ କରିଥାଏ। ଏହି ଜମିକୁ ନେଇ ପରିବାର ଭିତରେ ହତ୍ୟା ଘଟିବା ଏକ ସାଧାରଣ କଥା। ଏପରିକି ଓଡ଼ିଶାର ଯେକୌଣସି କାରାଗାରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ, ପ୍ରାୟ ୭୦ଭାଗରୁ ଊର୍ଦ୍ଧ୍ୱ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅନ୍ତେବାସୀ ଜମିଜନିତ ହିଂସାରେ ଜଡ଼ିତ ହୋଇ ଅଛନ୍ତି। ଅର୍ଥାତ୍‌ ଆମ ଦେଶରେ ଜମି ସହ ଯେଉଁ ଆବେଗିକ ବନ୍ଧନ ରହିଛି, ତାହା ଆଧୁନିକ ଯୁଗରେ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଦେଉନାହିଁ। ଅନ୍ୟପଟେ ଘରୋଇ ଶିଳ୍ପାୟନ ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପ ଯୋଗୁ ଜମି ହରାଉଥିବା ନାଗରିକ ଘୋର ମାନସିକ ଯନ୍ତ୍ରଣା ଦେଇ ଗତି କରିଥାଆନ୍ତି। ଏଭଳି ମନୋଭାବ କେବଳ ଗ୍ରାମାଞ୍ଚଳରେ ସୀମିତ ନୁହେଁ, ଭାରତର ସହରାଞ୍ଚଳରେ ମଧ୍ୟ ଜମି ସମ୍ପର୍କିତ ବିବାଦର ସଂଖ୍ୟା ପ୍ରବଳ ମାତ୍ରାରେ ବୃଦ୍ଧି ପାଇ ଚାଲିଛି।
ଏହି ପ୍ରଚ୍ଛଦପଟରେ ତୀବ୍ର କ୍ରୋଧ ପ୍ରକାଶ ପାଇବାର ଉଦାହରଣ ତେଲଙ୍ଗାନାର ଅବ୍‌ଦୁଲ୍ଲାପୁରମେଟ୍‌ ମଣ୍ଡଳର ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ନିଆଁ ଲଗାଇ ପୋଡ଼ି ହତ୍ୟାକରିବା ଘଟଣାରେ ପ୍ରତିଫଳିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ତହସିଲଦାରଙ୍କ ଡ୍ରାଇଭରଙ୍କ ୫ ନଭେମ୍ବରରେ ମୃତ୍ୟୁ ଘଟିଛି। ଏଠାରେ ହତ୍ୟାକାରୀ ହେଉଛନ୍ତି କୃଷକ କୁରା ସୁରେଶ। ଜଣେ କେଉଁସ୍ତରରେ ପହଞ୍ଚିଲେ ଏଭଳି ଆପରାଧିକ ପଦକ୍ଷେପ ନେଇପାରେ, ତାହା ଏବେ ଆଲୋଡ଼ନ ସୃଷ୍ଟି କରିଛି। କେଉଁଥିପାଇଁ ଜଣେ ତହସିଲଦାରଙ୍କୁ ହତ୍ୟା କରାଯାଇଛି, ତାହାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସୁରେଶ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିକୁ ନେଇ ରହିଥିବା ବିବାଦକୁ ମୁଖ୍ୟ ହେତୁ ଭାବେ ସନ୍ଦେହ କରାଯାଉଛି। ତେବେ ତହସିଲଦାରଙ୍କୁ ପୋଡ଼ି ମାରିଦେବାର କୌଣସି ଯଥାର୍ଥତା ବୁଝିବା ଅସମ୍ଭବ। ଅନ୍ୟପଟେ ଏହା ଭାରତର ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରୁଛି। ସୁରେଶଙ୍କ ପ୍ରତିକ୍ରିୟା ଦର୍ଶାଉଛି ଯେ, ଜଣେ ସାଧାରଣ ନାଗରିକ ପାଇଁ ସ୍ବାଭାବିକ ନ୍ୟାୟ ପାଇବା ଆମ ଦେଶର ବ୍ୟବସ୍ଥା ମାଧ୍ୟମରେ ସମ୍ଭବପର ହେଉନାହିଁ। ସହଜ ସମାଧାନକୁ ଗ୍ରହଣ କରିବା ପରିବର୍ତ୍ତେ ଭାରତୀୟ ସରକାରୀ ବ୍ୟବସ୍ଥାରେ ସବୁ ବିଷୟକୁ ଜଟିଳ କରିଦିଆଯାଉଛି। ଜମି ସହିତ ସମ୍ପୃକ୍ତ ସରକାରୀ ବିଭାଗ, ପୋଲିସ ଏବଂ କଚେରି ପର୍ଯ୍ୟନ୍ତ ସବୁଠାରେ ସାଧାରଣ ନାଗରିକକୁ ଅନାବଶ୍ୟକ ହଇରାଣ ହରକତ ହେବାକୁ ପଡ଼ିିଥାଏ। ଯଦି କାହାରିକୁ ପୋଲିସ ଥାନାକୁ କୌଣସି ଗୋଟିଏ କାରଣ ପାଇଁ ଯିବାକୁ ପଡ଼େ, ତାହାର ପରିଣାମ ଭୋଗିବା ପାଇଁ ସେହି ଅଭିଯୋଗକାରୀ ପ୍ରସ୍ତୁତ ହେବା ଦରକାର। ପୋଲିସ ବ୍ୟବସ୍ଥାରେ ଅଭିଯୋଗକାରୀ ଉପରେ ପ୍ରଥମ ସନ୍ଦେହ ସୃଷ୍ଟି ହେଉଛି। ଦୀର୍ଘକାଳ ଅପେକ୍ଷା କରିବା, ଜେରାର ସମ୍ମୁଖୀନ ହେବା ଏବଂ କାକୁତିମିନତି ହୋଇ ଅର୍ଥ ଘୁଷ୍‌୍‌ ଦେଇପାରିଲେ ପୋଲିସର କିଛି ସକ୍ରିୟତା ଆଶା କରାଯାଇପାରେ। ଅନୁରୂପଭାବେ ପୋଲିସ ଭଳି ବାସ୍ତବ ସରକାର ବୋଲାଉଥିବା ଅନ୍ୟ ଏକ ଅଙ୍ଗ ହେଉଛି ତହସିଲ କାର୍ଯ୍ୟାଳୟ। ସେଠାରେ ରାଜସ୍ବ ନିରୀକ୍ଷକ (ଆରଆଇ)ଠାରୁ ଆରମ୍ଭ କରି ତହସିଲଦାରଙ୍କ ଜୁଲମ ସହିବା ନାଗରିକଙ୍କ ପାଇଁ ଅସମ୍ଭାଳ ହୋଇପଡ଼େ। କେବଳ ଘୁଷ୍‌ ଦେଲେ ହେବନାହିଁ, ସାଧାରଣ ନ୍ୟାୟ ପାଇବା ମଧ୍ୟ ସାତସପନ।
ଭାରତୀୟ ସମାଜରେ ଧନୀ ଓ ଗରିବର ବିଭେଦ ଥାଇପାରେ। କିନ୍ତୁ ଧନୀ ଭିତରେ ମଧ୍ୟ ସୁପର ଧନୀ ଓ ସାଧାରଣ ଧନୀର ତଫାତ୍‌ ରହିଛି। ଯେଉଁ ଦେଶରେ ସାଧାରଣ ନାଗରିକର ମୌଳିକ ସମସ୍ୟାରେ ନ୍ୟାୟ ପାଇବା ସମ୍ଭବପର ହୋଇପାରେନାହିଁ, ସେଠାରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ପରିସ୍ଥିତି ଗଢ଼ିଉଠେ। ନ୍ୟାୟକୁ ଯେଉଁମାନେ ହାତେଇ ପାରିଲେ, ସେହିମାନେ ଏହି ଦେଶରେ ସୁଖ ପାଇପାରିବେ, ଯେଉଁ ପର୍ଯ୍ୟନ୍ତ ତାଙ୍କଠାରୁ ଆହୁରି ଶକ୍ତିଶାଳୀ ବ୍ୟକ୍ତି ପ୍ରକଟ ହୋଇ ନ୍ୟାୟ ହାତେଇ ନେଇନାହାନ୍ତି।
ଆମ ଦେଶରେ ଯେଉଁ ବାତାବରଣ ସୃଷ୍ଟି ହେବାରେ ଲାଗିଛି, ତାହାକୁ ଦେଖିଲେ କେତୋଟି କଥା ବୁଝିହେଉଛି। ଜନସାଧାରଣଙ୍କ ମନରେ ବ୍ୟବସ୍ଥା ପ୍ରତି ଅସହିଷ୍ଣୁତା ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଯେ, ସ୍ବାଭାବିକ ଭାବେ ଛୋଟବଡ ସମସ୍ୟାରେ ଜଡ଼ିତ ହେଲେ ନ୍ୟାୟ ମିଳିବା ସମ୍ଭବପର ହେଉନାହିଁ। ସେଥିପାଇଁ ଯେଉଁମାନେ ବ୍ୟବସ୍ଥାର ପ୍ରତୀକ ଭାବରେ ଆଖିଦୃଶିଆ ହେଉଛନ୍ତି ଯଥା-ସରକାରୀ ଅଧିକାରୀ ଓ କର୍ମଚାରୀ, ନ୍ୟାୟାଧୀଶ, ରାଜନେତା ଏବଂ ପୋଲିସ, ଏହି କେତୋଟି ବର୍ଗର ଲୋକ ଜନତାଙ୍କ ଆଖିରେ ଶତ୍ରୁ ଭାବେ ପରିଲକ୍ଷିତ ହେଲେଣି। କ୍ରମଶଃ ଜଟିଳ ପରିସ୍ଥିତି ବୃଦ୍ଧି ପାଇଲା ବେଳକୁ ଏହି ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଘନେଇ ଆସିଲାଣି। ସେଥିପାଇଁ ତେଲଙ୍ଗାନା ତହସିଲଦାରଙ୍କୁ ନିର୍ମମ ହତ୍ୟା ହୁଏତ ଏକ କାଁ ଭାଁ ଘଟଣା ପରିବର୍ତ୍ତେ ସାମାଜିକ ପରିସ୍ଥିତିର ପରିବର୍ତ୍ତିତ ମୋଡ଼ର ସଙ୍କେତ ଭାବେ ଦେଖାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri