ଜଟଣୀ ତହସିଲରେ ଦଲାଲଙ୍କୁ ଧରିଲେ ଆଇନଜୀବୀ :ଆଣିଥିବା ସରକାରୀ ରେକର୍ଡ ଛଡ଼ାଇ ରଖିଲେ

ଜଟଣୀ,୩।୧୧(ଡି.ଏନ.ଏ)

ସରକାରୀ କାର୍ଯ୍ୟାଳୟଗୁଡିକରୁ ଦଲାଲ ହଟାଇବା, ଲାଞ୍ଚ କାରବାର ବନ୍ଦ କରି ଦୁର୍ନୀତିମୁକ୍ତ କରି ଲୋକଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସରକାର ୫-ଟି ଓ ମୋ ସରକାର ପରି ପଦକ୍ଷେପ ଆରମ୍ଭ କରିଛନ୍ତି। ଜଟଣୀରେ ଥିବା କାର୍ଯ୍ୟାଳୟଗୁଡିକରେ ସରକାରଙ୍କ ଏହି ପଦକ୍ଷେପର ବିଶେଷ ପ୍ରଭାବ ପଡୁ ନ ଥିବା ଅଭିଯୋଗ ହେଉଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର, ଦଲାଲରାଜ ଚାଲିଥିବା ଅଭିଯୋଗରୁ ଜଣାପଡିଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ କିପରି ଖୁଲମ୍‌ଖୁଲା ଦଲାଲମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ହେଉଛି ଓ ଲାଞ୍ଚ ନ ଦେଲେ ଫାଇଲ୍‌ ଆଗକୁ ଘୁଞ୍ଚୁନି ସେ ନେଇ ଅନେକ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଜଟଣୀ ତହସିଲ କାର୍ଯ୍ୟାଳୟରେ ଶନିବାର କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ତହସିଲ ଅନ୍ତର୍ଗତ ଏକ ଆର୍‌ଆଇ ଅଫିସର ଅନେକ ସରକାରୀ ରେକର୍ଡ ଧରି ଜଣେ ଦଲାଲ ତହସିଲ ଅଫିସ ଆସିଥିବା ବେଳେ ଏପରି ପରିସ୍ଥିତି ଦେଖାଦେଇଥିଲା। ଏ ନେଇ ଅସନ୍ତୁଷ୍ଟ ଥିବା ସ୍ଥାନୀୟ ଆଇନଜୀବୀ ଓ କେତେଜଣ ଲୋକ ସମ୍ପୃକ୍ତ ଦଲାଲଙ୍କୁ ଘେରି ଯାଇ ଆଣିଥିବା ରେକର୍ଡକୁ ତାଙ୍କଠାରୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ। ସମ୍ପୃକ୍ତ ବେସରକାରୀ ତଥା ଦଲାଲ କୁହାଯାଉଥିବା ଲୋକ ଜଣକ ଏହି ରେକର୍ଡଗୁଡିକୁ ଜଣେ କର୍ମଚାରୀଙ୍କୁ ହସ୍ତାନ୍ତର କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ଆଇନଜୀବୀ ଓ ଲୋକେ ଘେରିଯିବା ପରେ ଦଲାଲ ଜଣକ ଆଣିଥିବା ରେକର୍ଡଗୁଡିକୁ ଛାଡି ଦେଇ ଘଟଣାସ୍ଥଳରୁ ତରବରିଆ ହୋଇ କୁଆଡେ ଉଭାନ ହୋଇଯାଇଥିଲେ। ତହସିଲ କର୍ମଚାରୀ ଜଣକ ହଡବଡେଇ ଯାଇ ତାଙ୍କ ନିକଟକୁ କେହି ରେକର୍ଡ ନେଇ ଆସି ନ ଥିବା ପଚାରିବାରୁ କହିଥିଲେ। ଆଇନଜୀବୀ ବାଉରୀବନ୍ଧୁ ସାହୁ, ଶିବପ୍ରସାଦ ରଥ, ସୁବାସିନୀ ମହାରଥୀ, ପବିତ୍ର ବଳିଆରସିଂହ ଓ ବିକ୍ରମ କେଶରୀ ପଟ୍ଟନାୟକ କୁହନ୍ତି, ତହସିଲ ଓ କେତେକ ଆର୍‌ଆଇ କାର୍ଯ୍ୟାଳୟରେ ଦଲାଲରାଜ ଚାଲିଛି। ଦଲାଲଙ୍କ ବିନା ଫାଇଲ୍‌ ଘୁଞ୍ଚୁ ନାହଁି। କୌଣସି କାର୍ଯ୍ୟ ନେଇ କେହି ଲୋକ ସିଧାସଳଖ ଆବେଦନ କଲେ ମାସ ମାସ ଧରି ଟେବୁଲ୍‌ରେ ଫାଇଲ୍‌ ପଡିରହୁଛି। ଲାଞ୍ଚ ନ ଦେଲେ କିମ୍ବା ଦଲାଲଙ୍କ ମାଧ୍ୟମରେ ନ ଆସିଲେ ଶୀଘ୍ର କାର୍ଯ୍ୟ ହେଉନି। କିସମ ପରିବର୍ତ୍ତନଠାରୁ ଆରମ୍ଭ କରି ନାମଜାରି, ଜାତିଗତ, ଉତ୍ତରାଧିକାରୀ ପ୍ରମାଣପତ୍ର, ଆର୍‌ପି କେସ୍‌ ଆଦି ବିଭିନ୍ନ କାର୍ଯ୍ୟରେ ଲୋକଙ୍କୁ ହଇରାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରି ଶନିବାର ତହସିଲ କାର୍ଯ୍ୟାଳୟକୁ ଆସିଥିବା ସ୍ଥାନୀୟ ଗଜପତିନଗର ଅଞ୍ଚଳର ପି. ଅନିଲ କୁମାର କୁହନ୍ତି, ତାଙ୍କ ମା’ଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ବା ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ଆବେଦନ କରିବା ଏକବର୍ଷ ହୋଇଗଲାଣି। ହେଲେ ଏଯାବତ୍‌ ତାଙ୍କ କାମ ହେଉନି। ପ୍ରଥମେ କୁହାଗଲା ଫାଇଲ୍‌ ମିଳୁନି। ପରେ କୁହାଗଲା ବାତ୍ୟା ଫନୀରେ ଫାଇଲ୍‌ କୁଆଡେ ଗଲାଣି। ଏହିପରି ଗୋଟିଏ ବର୍ଷ ମଧ୍ୟରେ ସେ ୩ ଥର ଆବେଦନ କଲେଣି ବୋଲି କହିଛନ୍ତି। ତଥାପି ତାଙ୍କ କାର୍ଯ୍ୟ ଏଯାବତ୍‌ ହୋଇ ନ ଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ତହସିଲଦାର ପ୍ରିୟାଂଶୁ ଚାନ୍ଦ କୁହନ୍ତି, ତହସିଲ ଓ ଆର୍‌ଆଇ ଅଫିସଗୁଡିକରେ କୌଣସି ଦଲାଲ ନାହାନ୍ତି। ନିୟମ ଅନୁଯାୟୀ, ସମସ୍ତ କାର୍ଯ୍ୟ କରାଯାଇ ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଉଛି। ଲାଞ୍ଚ କାରବାର ଯେପରି ନ ହୁଏ ସେନେଇ ଗୁରୁତ୍ୱ ଦିଆଯିବା ସହ ସତର୍କ ଦୃଷ୍ଟି ରଖାଯାଇଛି। ଏହାଛଡ଼ା ଅନେକ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?