ଜଗତ୍‌ସିଂହପୁର ମକର ମେଳା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୬।୧: ଜଗତ୍‌ସିଂହପୁରରର ପ୍ରସିଦ୍ଧ ମକର ମେଳା ସ୍ବତନ୍ତ୍ର। ପ୍ରତିବର୍ଷ ଭଳି ଚଳିତବର୍ଷ ମକର ସଂକ୍ରାନ୍ତୀ ଅବସରରେ ବୁଧବାରଠାରୁ ସୋମନାଥ ହାଟ ପଡ଼ିଆଠାରେ ଏହି ମେଳା ଆରମ୍ଭ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ପୁସ୍ତକ ମେଳା ଓ ହାଟ ପଡ଼ିଆରେ ମକର ମେଳା ଆରମ୍ଭ ହୋଇଥିବାରୁ ଜିଲା ମୁଖ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ହୋଇଥିବାରୁ ମକର ସଂକ୍ରାନ୍ତୀ ପୂର୍ବରୁ ଧାନ ଅମଳ ସରିଥାଏ। ନୂଆ ଚାଉଳ ଖାଇବା ପୂର୍ବରୁ ଏହାକୁ ମକର ସଂକ୍ରାନ୍ତୀରେ ଭୋଗ କରାଯାଇଥାଏ। ଏହି ପରମ୍ପରା ବଜାୟ ରଖିବା ସହ ଉତ୍ସବ ପାଳନ ନିମିତ୍ତ ଦୀର୍ଘବର୍ଷ ଧରି ମକର ମେଳା ଅନୁଷ୍ଠିତ ହୋଇଆସୁଛି। ଏହିଦିନ ସ୍ଥାନୀୟ ହାଟବଜାରସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବଙ୍କ ପୀଠରେ ପଞ୍ଚୁଦୋଳ ମେଳଣ ହୋଇଥାଏ। ଚଳିତବର୍ଷ ଅନୁରୂପ ଭାବେ ମେଳଣ ଆୟୋଜନ କରାଯାଇଥିଲା। ବୁଧବାର ଅପରାହ୍ନରୁ ଚାରିଦୋଳ ଅର୍ଥାତ୍‌ ଉତ୍ତର ପଟୁ ସିପିସ୍ଥିତ ମୁକ୍ତେଶ୍ୱର, ଦକ୍ଷିଣରୁ ଦେଭୋଗର (ରସଲପୁର) ରାଧାମାଧବ, ପୂର୍ବ ଚାଟ୍ରାର ଶ୍ରୀରାଧାକାନ୍ତ ଏବଂ ପଶ୍ଚିମ ପଟୁ ଏହି ଗ୍ରାମରେ ଅବସ୍ଥିତ ରାଧାକାନ୍ତ ମେଳଣ ପଡ଼ିଆକୁ ଘଣ୍ଟପଟୁଆରରେ ପ୍ରବେଶ କରିଥିଲେ। ଥାନପତି ମୁଚୁକୁନ୍ଦ ସୋମନାଥ ମହାଦେବ ୪ ଦୋଳଙ୍କୁ ସ୍ବାଗତ କରି ମେଳଣସ୍ଥଳ ପର୍ଯ୍ୟନ୍ତ ନେଇଥିଲେ। ଏହାପରେ ପଞ୍ଚୁଦୋଳ ମେଳଣ ନିମିତ୍ତ ସମସ୍ତ ପୂଜାପାଠ କରାଯିବା ସହ ମକର ଚାଉଳ ଭୋଗ ଲାଗି କରାଯାଇଥିଲା। ରାତିରେ ପାର୍ବତୀ ଓ ତ୍ରିନାଥ ଗଣନାଟ୍ୟ ପକ୍ଷରୁ ମାଗଣା ଅପେରା ପ୍ରଦର୍ଶିତ ହୋଇଥିଲା। ତେବେ ଚଳିତ ମକରମେଳା ପାଇଁ ପଡ଼ିଆରେ ଶତାଧିକ ଷ୍ଟଲ କରାଯାଇଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି କହିଛନ୍ତି, ଅତୀତରେ ମକରବୁଡ଼ ପକାଇବା ପାଇଁ ଭୋରରୁ ମେଳଣ ପଡିଆ ନିକଟ ଅଳକା ନଦୀ ତୁଠରେ ଭିଡ଼ ଜମାଉଥିଲେ। ଏପରିକି ଜିଲାର ବିଭିନ୍ନ ଗ୍ରାମର ଲୋକେ ଶଗଡ଼ରେ ଆସୁଥିଲେ। ୨-୪ ଦିନ ରହି ଯାତ୍ରା ଉପଭୋଗ କରି ଫେରି ଯାଉଥିଲେ। କିନ୍ତୁ ସେ ଦିନ ଆଜି ନ ଥିଲେ ସୁଦ୍ଧା ମକର ଯାତ୍ରାର ଚମକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ଜଣ ଜିଅନ୍ତା ଜଳିଗଲେ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା…

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri