ଜଗତ୍‌ସିଂହପୁର ମକର ମେଳା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୬।୧: ଜଗତ୍‌ସିଂହପୁରରର ପ୍ରସିଦ୍ଧ ମକର ମେଳା ସ୍ବତନ୍ତ୍ର। ପ୍ରତିବର୍ଷ ଭଳି ଚଳିତବର୍ଷ ମକର ସଂକ୍ରାନ୍ତୀ ଅବସରରେ ବୁଧବାରଠାରୁ ସୋମନାଥ ହାଟ ପଡ଼ିଆଠାରେ ଏହି ମେଳା ଆରମ୍ଭ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ପୁସ୍ତକ ମେଳା ଓ ହାଟ ପଡ଼ିଆରେ ମକର ମେଳା ଆରମ୍ଭ ହୋଇଥିବାରୁ ଜିଲା ମୁଖ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା ହୋଇଥିବାରୁ ମକର ସଂକ୍ରାନ୍ତୀ ପୂର୍ବରୁ ଧାନ ଅମଳ ସରିଥାଏ। ନୂଆ ଚାଉଳ ଖାଇବା ପୂର୍ବରୁ ଏହାକୁ ମକର ସଂକ୍ରାନ୍ତୀରେ ଭୋଗ କରାଯାଇଥାଏ। ଏହି ପରମ୍ପରା ବଜାୟ ରଖିବା ସହ ଉତ୍ସବ ପାଳନ ନିମିତ୍ତ ଦୀର୍ଘବର୍ଷ ଧରି ମକର ମେଳା ଅନୁଷ୍ଠିତ ହୋଇଆସୁଛି। ଏହିଦିନ ସ୍ଥାନୀୟ ହାଟବଜାରସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବଙ୍କ ପୀଠରେ ପଞ୍ଚୁଦୋଳ ମେଳଣ ହୋଇଥାଏ। ଚଳିତବର୍ଷ ଅନୁରୂପ ଭାବେ ମେଳଣ ଆୟୋଜନ କରାଯାଇଥିଲା। ବୁଧବାର ଅପରାହ୍ନରୁ ଚାରିଦୋଳ ଅର୍ଥାତ୍‌ ଉତ୍ତର ପଟୁ ସିପିସ୍ଥିତ ମୁକ୍ତେଶ୍ୱର, ଦକ୍ଷିଣରୁ ଦେଭୋଗର (ରସଲପୁର) ରାଧାମାଧବ, ପୂର୍ବ ଚାଟ୍ରାର ଶ୍ରୀରାଧାକାନ୍ତ ଏବଂ ପଶ୍ଚିମ ପଟୁ ଏହି ଗ୍ରାମରେ ଅବସ୍ଥିତ ରାଧାକାନ୍ତ ମେଳଣ ପଡ଼ିଆକୁ ଘଣ୍ଟପଟୁଆରରେ ପ୍ରବେଶ କରିଥିଲେ। ଥାନପତି ମୁଚୁକୁନ୍ଦ ସୋମନାଥ ମହାଦେବ ୪ ଦୋଳଙ୍କୁ ସ୍ବାଗତ କରି ମେଳଣସ୍ଥଳ ପର୍ଯ୍ୟନ୍ତ ନେଇଥିଲେ। ଏହାପରେ ପଞ୍ଚୁଦୋଳ ମେଳଣ ନିମିତ୍ତ ସମସ୍ତ ପୂଜାପାଠ କରାଯିବା ସହ ମକର ଚାଉଳ ଭୋଗ ଲାଗି କରାଯାଇଥିଲା। ରାତିରେ ପାର୍ବତୀ ଓ ତ୍ରିନାଥ ଗଣନାଟ୍ୟ ପକ୍ଷରୁ ମାଗଣା ଅପେରା ପ୍ରଦର୍ଶିତ ହୋଇଥିଲା। ତେବେ ଚଳିତ ମକରମେଳା ପାଇଁ ପଡ଼ିଆରେ ଶତାଧିକ ଷ୍ଟଲ କରାଯାଇଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି କହିଛନ୍ତି, ଅତୀତରେ ମକରବୁଡ଼ ପକାଇବା ପାଇଁ ଭୋରରୁ ମେଳଣ ପଡିଆ ନିକଟ ଅଳକା ନଦୀ ତୁଠରେ ଭିଡ଼ ଜମାଉଥିଲେ। ଏପରିକି ଜିଲାର ବିଭିନ୍ନ ଗ୍ରାମର ଲୋକେ ଶଗଡ଼ରେ ଆସୁଥିଲେ। ୨-୪ ଦିନ ରହି ଯାତ୍ରା ଉପଭୋଗ କରି ଫେରି ଯାଉଥିଲେ। କିନ୍ତୁ ସେ ଦିନ ଆଜି ନ ଥିଲେ ସୁଦ୍ଧା ମକର ଯାତ୍ରାର ଚମକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri