ଜଗତ୍‌ସିଂହପୁର ଜିଲା ମହୋତ୍ସବ ବାତିଲ

ଜଗତ୍‌ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ ସରିଥିଲା। ବିଗତବର୍ଷଗୁଡିକ ଅପେକ୍ଷା ଏଥର ଧୁମଧାମରେ ମହୋତ୍ସବ ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ କରୋନା ଭୂତାଣୁ (କୋଭିଡ୍‌-୧୯)ର ଦ୍ରୂତ ସଂକ୍ରମଣ ଯୋଗୁ ମହୋତ୍ସବକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ମହୋତ୍ସବ କରାଯିବ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲା ସଂସ୍କୃତି ପରିଷଦ ଦ୍ୱାରା ଅନୁଷ୍ଠିତ ବୈଠକରେ ପରିଷଦ ଅଧ୍ୟକ୍ଷ ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହୋତ୍ସବରେ ରାଜ୍ୟ ଏବଂ ବାହାରୁ ବହୁ ସୁନାମଧନ୍ୟ କଳାକାର ଆସିବାର ଥିଲା। ଏପରି କି କେତେଜଣଙ୍କ ବିମାନ ଟିକେଟ୍‌ ହୋଇ ସାରିଥିଲା। ଜରୁରୀ ପରିସ୍ଥିତି ଯୋଗୁ ସେମାନଙ୍କୁ ଏହି ଟିକେଟ୍‌ ବାତିଲ କରିବାକୁ ପଡିବ। ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶ ପ୍ରକାରେ ଜିଲାର କୌଣସି ସାଂସ୍କୃତିକ ଦଳ ବାହାରକୁ ଯାଇପାରିବେ ନାହିଁ। ଅନୁରୂପ ଭାବେ ବାହାର ଜିଲାର ଦଳ ଜଗତ୍‌ସିଂହପୁର ଆସିପାରିବେ ନାହିଁ। ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଛି। ଯଦି କେହି କରୋନା ରୋଗୀଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଶୀଘ୍ର ଥରେ ହିସାବରେ ଗ୍ରାମସଭା ଓ ପଞ୍ଚାୟତ ସଭା କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ। ବୈଠକରେ ଜଗତ୍‌ସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ, କରୋନା ନେଇ ଜଗତ୍‌ସିଂହପୁର ଏକ ସମ୍ବେଦନଶୀଳ ଜିଲା ଭାବେ ଗଣନା କରାଯାଉଛି। ଏ ପରିସ୍ଥିତିରେ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ସହରରେ ରହୁଥିବା ଲୋକେ ଗାଁମୁହାଁ ହୋଇଛନ୍ତି। ସେମାନେ ସଂକ୍ରମିତ ହେଲେ ଏହି ରୋଗ ଗାଁରେ ବ୍ୟାପିବାର ସମ୍ଭାବନା ରହିଛି। ଏକ୍ଷେତ୍ରରେ ଗଣମାଧ୍ୟମ ନକରାତ୍ମକ ନ କରି ସକରାତ୍ମକ ଖବର ପ୍ରସାରଣ କରିବାକୁ ବିଧାୟକ ଅନୁରୋଧ କରିଥିଲେ। ମାସ୍କର ଅଭାବ ଦେଖା ଦେଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁମାନେ ବିକ୍ରି କରୁଛନ୍ତି ସେମାନେ ୨/୩ଗୁଣ ଅଧିକ ଦରରେ ବିକ୍ରି କରୁଛନ୍ତି। ସେହିପରି ବଜାରରେ ସାନିଟାଇଜର୍‌ ମିଳୁନି। ଏ ସମ୍ପର୍କରେ ଜିଲାପାଳ ଓ ବିଧାୟକଙ୍କୁ ଉପସ୍ଥିତ ଅଞ୍ଚଳର ବୁଦ୍ଧିଜୀବୀ ଅବଗତ କରି ପ୍ରତିକାର ଦାବି କରିଥିଲେ। ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଜିଲାର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ୧ ଲକ୍ଷ ମାସ୍କ ତିଆରି କରିବା ପାଇଁ କୁହାଯାଇଛି। ୩/୪ ଦିନ ଭିତରେ ସେମାନେ ମାସ୍କ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରେ ଦେଖା ଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଅତିରିକ୍ତ ଏସ୍‌ପି ବିଶ୍ୱନାଥ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ପରିଷଦ ସଭ୍ୟାସଭ୍ୟ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?